ଘରେ ବନାନ୍ତୁ ସୁସ୍ୱାଦୁ ସାବୁ ଦାନା ଖିରି; ଭରପୁର ଏନର୍ଜି ସହିତ ଶରୀର ପାଇଁ ବହୁ ଉପକାରି

Published By : Prameya-News7 Bureau | April 06, 2022 IST

ଭୁବନେଶ୍ୱର ୦୬/୦୪ : ନବରାତ୍ରିରେ ୯ ଦିନ କଣ ଖାଇବେ ଏହାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠେ? ଏହି ସମୟରେ ଅନେକ ଖାଦ୍ୟ ନଖାଇବାର ନିୟମ ରହିଛ। ତେଣୁ ଲୋକମାନେ ମିଠା ଖାଇ ଖାଇ ବିରକ୍ତି ହୋଇଯାଆନ୍ତି। କିନ୍ତୁ ସାବୁଦାନା ଖିରିକୁ ଆପଣ ଏକ ଭଲ ବିକଳ୍ପ ଭାବେ ଏହି ସମୟରେ ଖାଇପାରିବେ। ସାବୁ ଦାନା ଖିରି ବହୁତ ସ୍ୱାଦିଷ୍ଟ ହୋଇଥିବା ବେଳେ ଏହାକୁ ତିଆରି କରିବା ବହୁତ ସହଜ ହୋଇଥାଏ। ଖିର ଓ ଡ୍ରାଏ ଫ୍ରୁଟସ୍ ଶରୀରକୁ ଶକ୍ତି ଯୋଗାଉଥିବା ବେଳେ ସାବୁଦାନା ମଧ୍ୟ ବହୁତ ଲାଭ ଦାୟକ ହୋଇଥାଏ। ବ୍ରତରେ ଭୋକିଲା ରହିଲେ ଗ୍ୟାସ ସମସ୍ୟା ହୋଇଥାଏ। ସାବୁଦାନା ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିଥାଏ। ଯଦି ଆପଣ ବ୍ରତ କରିନାହାନ୍ତି ତାହେଲେବି ଆପଣ ଏହାକୁ ତିଆରି କରି ଖାଇପାରିବେ। ସମସ୍ତଙ୍କୁ ଏହାର ସ୍ୱାଦ ବହୁତ ପସନ୍ଦ ଆସିଥାଏ। ତାହେଲେ ଆସନ୍ତୁ ସାବୁଦାନା ଖିରି କିପରି ତିଆରି  କରାଯାଏ ଜାଣିବା ?

ଆବଶ୍ୟକ ସାମଗ୍ରୀ :~  ସାବୁଦାନା, ଖିର, ଡ୍ରାଏ ଫ୍ରୁଟସ୍,ଚିନି, ଗୁଜିରାତି, କେଶର,

{"id":610563,"width":659,"height":377,"sizeSlug":"full","linkDestination":"none"}

ସର୍ବପ୍ରଥମେ ସାବୁଦାନାକୁ ୩୦ ମିନିଟ ପର୍ଯ୍ୟନ୍ତ ପାଣିରେ ଭିଜାଇଦିଅନ୍ତୁ। ଏହା ମଧ୍ୟରେ ଗ୍ୟାସରେ ହାଲୁକା ଆଞ୍ଚରେ କ୍ଷିର ଗରମ କରନ୍ତୁ। ସମସ୍ତ ଫଳ ଡ୍ରାଏ ଫ୍ରୁଟସ୍ କାଟିଦିଅନ୍ତୁ। ଗରମ ହେଉଥିବା ଖିରରେ ଏବେ ଗୁଜିରାତି ଗୁଣ୍ଡ ପକାନ୍ତୁ ଓ କ୍ଷିରକୁ ଗରମ ହେବା ପାଇଁ ଛାଡ଼ିଦିଅନ୍ତୁ। ଖିରରେ ଏବେ ସ୍ୱାଦ ଅନୁସାରେ ଚିନି ପକାନ୍ତୁ। ଭିଜା ହୋଇଥିବା ସାବୁ ଦାନାକୁ ଭଲ ଭାବେ ଧୋଇ ଏବେ ଖିରରେ ପକାନ୍ତୁ ।ତା ସହିତ ଡ୍ରାଏ ଫ୍ରୁଟସ୍ ମଧ୍ୟ ପକାନ୍ତୁ। ଏବେ ଗ୍ୟାସକୁ ଅଧିକ ଆଞ୍ଚରେ ଜଳାଇ ସାବୁଦାନାକୁ କ୍ଷିରରେ ଭଲ ଭାବେ ମିଶିବା ପାଇଁ ଛାଡ଼ି ଦିଅନ୍ତୁ। ଏହା ପୂର୍ବରୁ ଗୋଟିଏ ପାତ୍ରରେ ଗରମ ଖିର ନେଇ ସେଥିରେ କେଶର ମିଶାଇ ଦିଅନ୍ତୁ। ଯେତେବେଳେ ଖିରି ପ୍ରସ୍ତୁତ ହୋଇଯିବ ଏହି କେଶର ମିଶା ଖିରକୁ ସେଥିରେ ମିଶାଇ ଦିଅନ୍ତୁ। ଏବେ ଏହାକୁ ନିଜେ ଖାଇବା ସହିତ ଅନ୍ୟମାନଙ୍କୁ ମଧ୍ୟ ଖାଇବାକୁ ଦିଅନ୍ତୁ ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.