ମୋଦୀଙ୍କ ୯ ମିନିଟ୍ ଅପିଲକୁ ବିରୋଧ କରିଥିଲେ ଏହି ମନ୍ତ୍ରୀ, ଦୀପ ଜଳାଇଥିବା ଯୁବକଙ୍କୁ ମାଡ ମାରିଥିଲେ, ଏବେ ନିଜେ କରୋନା ସଂକ୍ରମିତ

Published By : Prameya-News7 Bureau | April 23, 2020 IST

ମୁମ୍ବାଇ, ୨୩|୦୪:   ମହାରାଷ୍ଟ୍ରର ମନ୍ତ୍ରୀ ଜିତେନ୍ଦ୍ର ଆହ୍ୱାଦ କରୋନା ଭାଇରସରେ ସଂକ୍ରମିତ ହୋଇଛିନ୍ତି । ଏହି ମନ୍ତ୍ରୀ ତଥା ଏନସିପି ନେତାଜଣଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୫ ତାରିଖରେ ରାତି ୯ଟାରେ ୯ ମିନିଟ ପାଇଁ ଦୀପ ଜାଳିବା ପାଇଁ ଦେଇଥିବା ଆହ୍ୱାନକୁ ବିରୋଧ କରିଥିଲେ । ଏପରିକି ନିଜ  ସୋସିଆଲ ମିଡିଆ ଓ ନିର୍ବାଚନମଣ୍ଡଳୀରେ ଏହି ଆହ୍ୱାନକୁ ବିରୋଧ କରିଥିଲେ ଓ ଅପିଲ ନମାନିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ଏବେ ସେ ନିଜେ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି ।

wp:core-embed/twitter {"url":"https://twitter.com/Awhadspeaks/status/1246809335209984001","type":"rich","providerNameSlug":"twitter","className":""}
https://twitter.com/Awhadspeaks/status/1246809335209984001
/wp:core-embed/twitter

ଜିତେନ୍ଦ୍ରଙ୍କ ନିର୍ଦ୍ଦେଶ ନମାନି ଜଣେ ଇଞ୍ଜିନିୟର ମୋଦୀଙ୍କ ଆହ୍ୱାନ ପାଳନ କରିଥିବାରୁ ସେ ତାଙ୍କୁ ପୋଲିସ ଓ ଗୁଣ୍ଡା ଲଗାଇ ମାଡ ମଧ୍ୟ ମାରିଥିବା ଅଭିଯୋଗ ହୋଇଥିଲା । ମାଡ ଖାଇଥିବା ଯୁବକ ଅଭିଯୋଗ କରିଥିଲେ ଯେ, ପ୍ରଧାନମନ୍ତୀ ମୋଦୀ ରବିବାର ରାତି ୯ଟାରେ ୯ ମିନିଟ ପାଇଁ ଦୀପ ଜାଳିବାକୁ କହିଥିଲେ । କିନ୍ତୁ ଏହାକୁ ବିରୋଧ କରି ଜିତେନ୍ଦ୍ର କ୍ୟାମ୍ପେନ ଆରମ୍ଭ କରିଥିଲେ । ଏପରିକି ସୋସିଆଲ ମିଡିଆରେ ଭରତକ ନଗର ଅଞ୍ଚଳରେ କେହି ଦୀପ ନଜାଳିବାକୁ ସେ ତାଗିଦ କରିଥିଲେ  । ରବିବାର ୨ ଜଣ ପୋଲିସ କନଷ୍ଟେବଳ ତାଙ୍କୁ ଜିତେନ୍ଦ୍ରଙ୍କ ଘରକୁ ଉଠାଇ ନେଇ ମାଡ ମାରିଥିଲେ । ପୂର୍ବରୁ ଏହି ଯନ୍ତ୍ରୀ ଜଣଙ୍କ ଜିତେନ୍ଦ୍ରଙ୍କ ବିରୋଧରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ମଧ୍ୟ କରିଥିଲେ । ତେଣୁ କନଷ୍ଟେବଳ ତାଙ୍କ ଘରକୁ ଯାଇଥିବା କୁହାଯାଉଛି ।

wp:core-embed/twitter {"url":"https://twitter.com/Awhadspeaks/status/1246802058172190720","type":"rich","providerNameSlug":"twitter","className":""}
https://twitter.com/Awhadspeaks/status/1246802058172190720
/wp:core-embed/twitter

ଏପ୍ରିଲ ୫ ତାରିଖରେ ଜିତେନ୍ଦ୍ର ଖୁଲମ ଖୁଲା ଭାବେ ମୋଦୀଙ୍କ ଅପିଲକୁ ବୟକଟ୍ କରିବାକୁ କହିଥିଲେ । ଏହାସହ ଯୁବକଙ୍କୁ ଚାକିରୀ ନାହିଁ, ଡାକ୍ତରଙ୍କୁ ପିପିଇ କିଟ୍ ମିଳୁନାହିଁ ବୋଲି ସେ ଟାର୍ଗେଟ ମଧ୍ୟ କରିଥିଲେ । କିନ୍ତୁ ଯେତେବେଳେ ରବିବାର ରାତ୍ର ୯ଟାରେ ସାରା ଦେଶ କରୋନା ଭାଇରସ ପାଇଁ ଏକଜୁଟ ହୋଇଥିଲା, ଜିତେନ୍ଦ୍ର ମଧ୍ୟ ବାବସାହେବ ଆମ୍ବେଦକରଙ୍କ ମୂର୍ତ୍ତିରେ ଲାଇଟ୍ ଲାଗିଥିବା ଫଟୋ ପୋଷ୍ଟ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.