ମହାନଦୀ ଜଳ ବିବାଦ ମାମଲା, ଆସନ୍ତା ୪ରେ ପରବର୍ତ୍ତୀ ଶୁଣାଣି
7/01/2023 at 1:52 PM

ନୂଆଦିଲ୍ଲୀ ୦୭।୦୧: ମହାନଦୀ ଜଳ ବିବାଦ ମାମଲା । ଯେଉଁ ବିଷୟରେ ସହମତି ହୋଇ ପାରୁ ନାହିଁ ସେ ବିଷୟରେ ଆସେସର୍ ଙ୍କ ଉପସ୍ଥିତି ରେ ଦୁଇ ରାଜ୍ୟର ବୈଷୟିକ ଦଳ ପୁଣି ଥରେ ଆପୋଷ ବୁଝାମଣା ପାଇଁ ଜାନୁଆରୀ ୧୬ ତାରିଖରେ ଆଲୋଚନା କରିବେ। ଏହି ମାମଲାରେ ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ।
ତେବେ ଉଭୟ ଓଡ଼ିଶା ଓ ଛତିଶଗଡ଼ ଭିତରେ ମହାନଦୀ ଅବବାହିକା ପରିସୀମା ନେଇ ସହମତି ପ୍ରକାଶ ପାଇନାହିଁ। ଆସେସର୍ ଙ୍କ ଉପସ୍ଥିତିରେ ଉଭୟ ରାଜ୍ୟ ଭିତରେ ୭ଥର ବୈଠକ ହୋଇ ସାରିଛି । କିନ୍ତୁ ସୀମା ନିର୍ଦ୍ଧାରଣ ନେଇ ସହମତି ପ୍ରକାଶ ପାଇନାହିଁ। ତେଣୁ ଟ୍ରିବ୍ୟୁନାଲଙ୍କ ପରବର୍ତ୍ତୀ ଶୁଣାଣି ଉପରେ ନଜର ରହିବ। ଆସନ୍ତା ଫେବୃଆରୀ ୪ ତାରିଖରେ ମାମଲାରେ ପରବର୍ତ୍ତୀ ଶୁଣାଣି ।
Related Posts
ପାରିବାରିକ କଳହ ! ସ୍ତ୍ରୀର ତଣ୍ଟିକାଟି ହତ୍ୟା କଲା ସ୍ୱାମୀ
30 January 2023