ଶ୍ରାବଣ ପ୍ରଥମ ସୋମବାର, ମହାବିନାୟକ ଶୈବପୀଠରେ ଲାଗିଛି କାଉଡିଆଙ୍କ ଭିଡ଼

Published By : Prameya-News7 Bureau | July 18, 2022 IST

ଚଣ୍ଡିଖୋଲ ୧୮।୦୭ : ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଜଳାଭିଷେକ ଲାଗି ବିଭିନ୍ନ ଶୈବପୀଠରେ ଲାଗିଛି କାଉଡିଆଙ୍କ ଭିଡ । ଯାଜପୁର ଜିଲ୍ଲାର ପ୍ରସିଦ୍ଧ ମହାବିନାୟକ ଶୈବ ପୀଠରେ ସକାଳୁ ସକାଳୁ ଦେଖିବାକୁ ମିଳିଛି କାଉଡିଆଙ୍କ ଭିଡ ।

wp:html /wp:html

ତେବେ ବିଭିନ୍ନ ସ୍ଥାନରୁ କାଉଡିଆମାନେ ପାଣି ଭାର ନେଇ ମନ୍ଦିରରେ ପହଞ୍ଚିଛନ୍ତି । ବୋଲବମ ହରହର ବମ ଧ୍ୱନିରେ କମ୍ପୁଛି ସମଗ୍ର ପରିବେଶ । ଯାଜପୁର ଜିଲ୍ଲାର ପ୍ରସିଦ୍ଧ ମହାବିନାୟକ ଶୈବ ପୀଠରେ କାଉଡିଆଙ୍କ ଭିଡ଼ ଦେଖିବାକୁ ମିଳିଛି । କାଉଡିଆ ମାନେ କେଉଁଭଳି ଶାନ୍ତି ଶୃଙ୍ଖଳାରେ ପ୍ରଭୁଙ୍କ ନିକଟରେ ଜଳାଭିଷେକ କରିବେ  । ସେଥିପାଇଁ ମନ୍ଦିର କମିଟି ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ପୁଣି ଥରେ କାଉଡିଆଙ୍କୁ ମନ୍ଦିର ଯିବାକୁ  ଅନୁମତି ମିଳିଥିବାରୁ ସେମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.