ଘଟଗାଁ ତାରିଣୀ ମନ୍ଦିରରେ ଚାଲିଛି ମାଆଙ୍କ ମହାଷ୍ଟମୀ ପୂଜା ; ଆଜି ମାଆଙ୍କ ସୁନାବେଶ

Published By : Prameya-News7 Bureau | October 16, 2018 IST

କେନ୍ଦୁଝର ୧୬|୧୦: ଘଟଗାଁ ମାତାରିଣୀ ମନ୍ଦିରରେ ଚାଲିଛି ମାଆଙ୍କ ମହାଷ୍ଟମୀ ପୂଜା । ଆଜି ମାଆ ତାରିଣୀଙ୍କ ସୁନାବେଶ ଅନୁଷ୍ଠିତ ହେଉଛି । ମାଆ ଗୌରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଆଜି ମାଆଙ୍କର ପ୍ରିୟ ବାର ମଙ୍ଗଳବାର ସହିତ ମହାଷ୍ଟମୀ ହୋଇ ଥିବାରୁ ତାରିଣୀ ମନ୍ଦିରରେ ବହୁ ସଂଖ୍ୟାରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ମନ୍ଦିର ପରିସରରେ ମଧ୍ୟ ଏକ ମୃଣ୍ମୟୀ ମଣ୍ଡପ କରାଯାଇଛି । ସେଠାରେ ଆଜି ସପ୍ତମୀ ପୂଜା କରାଯାଉଛି। ଭକ୍ତ ଙ୍କ ଭିଡ କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମନ୍ଦିର ଭିତରେ ଅଧିକ ସଂଖ୍ୟାରେ ପୂଜକ ନିୟୋଜିତ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.