ଭୁବନେଶ୍ବର ୧୮।୭: ଆସନ୍ତା ୨୪ ଘଣ୍ଟାରେ ବର୍ଷା ସମ୍ଭାବନା । ବିଜୁଳି ଘଡ ଘଡି ସହ ବର୍ଷା ହେବା ନେଇ ସମ୍ଭାବନା ରହିଛି । ଏନେଇ ୨୨ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହି ଜିଲ୍ଲା ଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି ଓ ବାଲେଶ୍ବର ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ସେହିପରି ଶନିବାର ମୟୂରଭଞ୍ଜ, କେନ୍ଦୁଝର, ଦେଓଗଡ, ଅନୁଗୁଳ , ସମ୍ବଲପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ସୋନପୁର, ରାୟଗଡ଼ା, କୋରାପୁଟ ଓ ଗଜପତି ଜିଲ୍ଲା ପାଇଁ ମଧ୍ୟ ସତର୍କ ସୂଚନା ଜାରି ହୋଇଛି । ଏଭଳି ପାଗ ଆସନ୍ତା ୨୪ ତାରିଖ ଯାଏଁ ଜାରି ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି ।
ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି, ଦକ୍ଷିଣ ପଶ୍ଚିମ ଦିଗରୁ ବଙ୍ଗୋପସାଗରରୁ ଓଡ଼ିଶା ମଧ୍ୟକୁ ପବନ ବହୁଛି । ଫଳରେ ଜଳୀୟ ବାଷ୍ପ ମଧ୍ୟ ଅଧିକ ରହିବ । ଏହା ଲଘୁଚାପ କ୍ଷେତ୍ର ସୃଷ୍ଟି କରିବାରେ ମଧ୍ୟ ସହାୟକ ହେବ । ଫଳରେ ୨୦ରୁ ବଢ଼ିବ ବର୍ଷାର ପରିମାଣ । ବିଶେଷ ଭାବେ ପ୍ରଭାବିତ ହେବ ଦକ୍ଷିଣ ଓଡ଼ିଶା ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ଆସନ୍ତା ଦୁଇ ଦିନ ସକାଳେ ଗରମ ଗୁଳୁଗୁଳି ଅନୁଭୂତ ହେବ । ଅପରାହ୍ନରେ ବର୍ଷା ହେବ । ଖାସ୍ କରି ଉପକୂଳ ସମେତ ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ସମ୍ଭାବନା ରହୁଛି ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।
ଆସନ୍ତା ୨୪ ତାରିଖ ସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଥିବା ବେଳେ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବ ।
You Can Read:
ହସ୍ପିଟାଲରେ ନିଜ ଗଳା କାଟି ରୋଗୀ ଆତ୍ମହତ୍ୟା କରିଥିବା ଅଭିଯୋଗ, ପୋଲିସକୁ ନ ଜଣାଇ ମୃତଦେହ ପଠାଇଦେଲେ କର୍ତ୍ତୃପକ୍ଷ