scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଗଭୀର ଅବପାତର ରୂପ ନେଲା ଲଘୁଚାପ, ପ୍ରବଳରୁ ଅତି ପ୍ରବଳ ବର୍ଷା ସତର୍କତା

1/08/2023 at 4:34 PM

low pressure

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତର ରୂପ ନେଇଛି । ଏହା ଉତ୍ତର-ପଶ୍ଚିମ ମୁହାଁ ହୋଇ ବାଙ୍ଗଲାଦେଶ ଉପକୂଳ ଅତିକ୍ରମ କରି ପଶ୍ଚିମବଙ୍ଗ ଦେଇ ଝାରଖଣ୍ଡ ଆଡକୁ ପଶ୍ଚିମା ମୁହାଁ ହୋଇ ଗତି କରିବ ।

ଏହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପାଇଁ ୫ ଜିଲ୍ଲା ବାଲେଶ୍ବର, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୁରଭଞ୍ଜକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଅନ୍ୟପଟେ ୧୪ ଜିଲ୍ଲା ଯାଜପୁର, ଭଦ୍ରକ, ଦେବଗଡ, ସମ୍ବଲପୁର, ଝାରସୁଗୁଡା, ସୋନପୁର, ବୌଦ୍ଧ, ସୁନ୍ଦରଗଡ, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ପୁରୀ, ବାଲେଶ୍ବରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି ହୋଇଛି ।

ସେହିପରି ପ୍ରବଳ ବର୍ଷାକୁ ନେଇ ୭ ଜିଲ୍ଲା ବରଗଡ, ନୟାଗଡ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ଗଂଜାମକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

ସେହିଭଳି ଅଗଷ୍ଟ ୨ ରୁ ଅଗଷ୍ଟ ୩ ଯାଏଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁରକୁ ରେଡ୍ ଆଲର୍ଟ ଦିଆଯାଇଛି । ଅର୍ଥାତ୍ ୭ ରୁ ୨୦ ସେଣ୍ଟିମିଟର ବା ସର୍ବାଧିକ ୨୦୦ ମିମି ବର୍ଷା ହେବା ନେଇ ସମ୍ଭାବନା ରହିଛି । ଅକସ୍ମାତ ବନ୍ୟା, ତଳିଆ ଅଞ୍ଚଳରେ ପାଣି ଜମିବା, ଭୂସ୍ଖଳନ, ମାଟି କାନ୍ଥ ପଡିଯିବା, ଚାଷ ଜମିରେ ପାଣି ଜମିବା ଭଳି ପରିସ୍ଥିତି ସୃଷ୍ଟି ହେବ । ମହାନଦୀ, ବୁଢାବଳଙ୍ଗ, ବ୍ରାହ୍ମଣୀ ନଦୀ ଜଳସ୍ତର ବଢିବା ସମ୍ଭାବନା ରହିଛି । ବନ୍ୟା ପରିସ୍ଥିତିକୁ ବି ଏଡ଼େଇ ଦିଆଯାଇନପାରେ ବୋଲି କୁହାଯାଇଛି ।

ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ବେଳେ ଭୁବନେଶ୍ୱରରେ ସର୍ବାଧିକ ୨୫୯.୨ ମିମି ବର୍ଷା ରେକର୍ଡ ହୋଇଛି । ଯାହା ୧୯୯୭ର ରେକର୍ଡ ଭାଙ୍ଗିଛି ବୋଲି ପାଣିପାଗ ବିଭାଗ  କହିଛି । ୧୯୯୭ରେ ଅଗଷ୍ଟ ୨୦ରେ ଭୁବନେଶ୍ୱରରେ ୨୫୪.୨ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଏଭଳି ତୀବ୍ରତର ବର୍ଷା ଦ୍ୱିତୀୟ ବୋଲି ପାଣିପାଗ ବିଭାଗ କହିଛି । ଏଭଳି ବର୍ଷ ମୌସୁମୀର ଏହି ଅବପାତର ବର୍ଷା ପ୍ରଥମ ହୋଇଥିବା ବେଳେ ଦୁଇ ଦିନ ପର୍ଯ୍ୟନ୍ତ ବର୍ଷାର ତୀବ୍ରତାକୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

ସେପଟେ ସୋଆ ସିଇସି ନିର୍ଦ୍ଦେଶକ ଡ଼ ଶରତ ସାହୁଙ୍କ କହିବା ଅନୁସାରେ ମଙ୍ଗଳବାର ରାତିଠୁ ପ୍ରବଳ ବର୍ଷା ଆରମ୍ଭ ହେବ । ମଙ୍ଗଳବାର ରାତିଠୁ ୨ ତାରିଖ ଯାଏଁ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

You Can Read :

   Related Posts