ଚଣ୍ଡିଖୋଲ ୨।୭: ପ୍ରେମୀଯୁଗଳଙ୍କ ବାହାଘର କରାଇଲେ ଥାନା ଅଧିକାରୀ । ଉଭୟଙ୍କ ଭଲ ପାଇବାକୁ ଗ୍ରହଣ କରିନଥିଲେ ପରିବାର । ଦୁହେଁ ଘର ଛାଡି ଚାଲି ଯାଇଥିଲେ । ପୋଲିସ ଉଭୟଙ୍କୁ ଥାନାକୁ ଆଣି ପରିବାର ଲୋକଙ୍କୁ ବୁଝାସୁଝା କରି ବାହାଘର କରାଇଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବଡ଼ଚଣା ଥାନାରେ ।
ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ଚଣ୍ଡିତଳ ଗ୍ରାମର କେଶବ ସାମଲଙ୍କ ପୁଅ ସେହି ଗାଁର ଫକୀର ମଲିକଙ୍କ ଝିଅକୁ ଭଲ ପାଉଥିଲେ । ପରିବାର ଲୋକେ ଉଭୟଙ୍କ ଭଲ ପାଇବାକୁ ଗ୍ରହଣ କରିନଥିବା ବେଳେ ଦୁହେଁ ଲୁଚି ଘରଛାଡ଼ି ଚାଲି ଯାଇଥିଲେ । ଦୁହେଁ ବଡ଼ଚଣା ଥାନା ଅଧିକାରିଣୀ ମଧୁସ୍ମିତା ବେହେରାଙ୍କ ହାବୁଡ଼ରେ ପଡିବାରୁ ଉଭୟଙ୍କୁ ଥାନାକୁ ଆଣିଥିଲେ । ସାବାଳକ ଥିବାରୁ ଉଭୟଙ୍କ ପରିବାରକୁ ଥାନାକୁ ଡ଼କାଇ ରାଜି କରାଇ ବିବାହ କରାଇଛନ୍ତି ।
ଏହି ବାହାଘର ପାଇଁ ଥାନାରେ ସବୁ ପ୍ରକାର ଆୟୋଜନ କରାଯାଇଥିଲା । ତେବେ ବାହାଘର ପରେ ଉଭୟ ବେଶ୍ ଖୁସି ଜାହିର କରିଥିବା ବେଳେ ପରିବାର ଲୋକେ ଥାନା ଅଧିକାରିଣୀଙ୍କୁ ପ୍ରଶଂସା କରିଛନ୍ତି ।
You Can Read:
ଅରିଜିନାଲ ଖୋଲି ଲଗାଇଥିଲେ ମୋଡ଼ିଫାଏଡ ସାଇଲେନସର : ଖୋଲିନେଲା ପୋଲିସ, ଜବତ କଲା ବାଇକ୍