ପ୍ରଭୁ ଶ୍ରୀକୃଷ୍ଣ ଓ ମା’ ରୁକ୍ମିଣୀଙ୍କ ଘର ବାହୁଡା ରୀତିନୀତି ପାଳିତ, ଅଷ୍ଟମଙ୍ଗଳାରେ ଦେବଦମ୍ପତିଙ୍କ ଶ୍ୱଶୂର ଘରବୁଲା

Published By : Prameya-News7 Bureau | June 13, 2025 IST

ସାଲେପୁର : ପରମ୍ପରା ଅନୁସାରେ ଆଜି ପ୍ରଭୁ ଶ୍ରୀକୃଷ୍ଣ ଓ ମା ରୁକ୍ମିଣୀଙ୍କ ଘର ବାହୁଡା ରୀତିନୀତି, ମହାସମାରୋହରେ ପାଳିତ ହୋଇଛି।କଟକ ଜିଲ୍ଲା ସାଲେପୁର ବ୍ଲକ୍ ଭୀଷ୍ମକୁଣ୍ଡି ଠାରେ ଏହା ଅନୁଷ୍ଠିତ ହୋଇଯାଇଛି। ଦେବଦମ୍ପତିଙ୍କ ବିବାହ ପରେ କେନ୍ଦ୍ରାପଡା ମାହାଳ ହରିହରପୀଠ ଜଗନ୍ନାଥ ମନ୍ଦିରରୁ ରୀତିନୀତିରେ ମହାଆଡମ୍ବରରେ ଶେଷ ହୋଇଛି। ପ୍ରଭୁ ଶ୍ରୀକୃଷ୍ଣ ନିଜ ପତ୍ନୀ ମା’ ରୁକ୍ମିଣୀଙ୍କୁ ସାଙ୍ଗରେ ଶ୍ୱଶୂର ଘର ଭୀଷ୍ମକୁଣ୍ଡିକୁ ବୁଲି ଆସିଛନ୍ତି। ଏହି ଉପଲକ୍ଷେ ସାଲେପୁର ଅଧିଷ୍ଠାତ୍ରୀ ଦେବୀ ମା ମାହେଶ୍ଵରୀ ଜଗନ୍ନାଥଙ୍କ ମନ୍ଦିରରୁ ସୁସଜ୍ଜିତ ରଥରେ ଘଣ୍ଟଘଣ୍ଟା ଶଙ୍ଖ, କାହାଳୀ,ବାଜାବାଣ ରୋଷଣୀରେ ଦେବଦମ୍ପତିଙ୍କୁ ବଜାର ପରିକ୍ରମା କରିଛନ୍ତି । ଏହାପରେ ଭୀଷ୍ମକୁଣ୍ଡି ନଗର ବାସୁଦେବପୁର ଓ ବଳଭଦ୍ରପୁର ଗାଁ ଭ୍ରମଣ ପରେ ଭୀଷ୍ମକୁଣ୍ଡିକୁ ନିଆଯାଇ ଥିଲା। 

ନେବା ବାଟରେ ଦେବଦମ୍ପତିଙ୍କୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଯଥା ରୀତିନୀତିରେ ଦ୍ୱୀପ, ଧୂପ ନୈବେଦ୍ୟରେ ବନ୍ଦାପନା କରିବା ସହ ଭୋଗଲାଗି ହେବା ସହ ଭୀଷ୍ମକୁଣ୍ଡି ନିକଟ ନଦୀ ତଟରେ ପ୍ରତି ସନ୍ଧ୍ୟାରେ ମହାଆଳତୀ ଅନୁଷ୍ଠିତ ହୋଇଥିଲା। ପ୍ରଭୁ ଶ୍ରୀକୃଷ୍ଣ ଶଶୁର ଘରେ ପହଂଚିବା ପରେ ଗୋଟିଏ ଦିନ ରହଣୀ ପରେ ପ୍ରଭୁ ଶ୍ରୀକୃଷ୍ଣ ମା ରୁକ୍ମିଣୀ ସେଠାରୁ , ନିଜ ଘର କେନ୍ଦ୍ରାପଡା ମାହାଳ ହରିହରପୀଠ ଜଗନ୍ନାଥ ମନ୍ଦିରକୁ ସାଥିରେ ମା ରୁକ୍ମିଣୀକୁ ଧରି ଫେରିଯିବେ। 

ଦ୍ଵାପର ଯୁଗର କଥାକୁ ମନେପକାଇବା ସହ ପରମ୍ପରାକୁ ଉଜ୍ଜୀବିତ କରିବାକୁ ହେଉଛି ଏଭଳି ପ୍ରୟାସ। ଏଭଳି ଦେବଦମ୍ପତିଙ୍କ ଦୈବ ଲୀଳାଖେଳାକୁ ଦେଖିବା ପାଇଁ ରାଜ୍ୟର ବିଭିନ୍ନ ସାଧୁସନ୍ଥ ,ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.