ମାତିଛନ୍ତି ଲୁଟେରା !
29/05/2018 at 11:29 AM

ବାଲେଶ୍ୱର ନୀଳଗିରିରେ ପୁଣି ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ୍ । ଭାଲୁକାଶୁଣି ନରଣପୁର ରାସ୍ତା ଦଲକି ସାହି ଛକରେ SKS ଫାଇନାନ୍ସ କଂପାନୀ କର୍ମଚାରୀଙ୍କ ଠାରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଯୁବକ ଜଣକ ଟଙ୍କା ଉଠାଇ ଫେରୁଥିବାବେଳେ ବାଇକରେ ୩ ଜଣ ଆସି ବନ୍ଧୁକ ଦେଖାଇ ତାଙ୍କ ଠାରୁ ଦେଢ ଲକ୍ଷ ଟଙ୍କା ଲୁଟିନେଇଛନ୍ତି । ଘଟଣାସ୍ଥଳରେ ନୀଳଗିରି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୋମବାର ରାତିରେ ସଜନାଗଡ ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କ ଠାରୁ ବନ୍ଧୁକ ଦେଖାଇ ୯୦ ହଜାର ଟଙ୍କା ଲୁଟିନେଇଥିଲେ ଲୁଟେରା ।
Related Posts
କାଳବୈଶାଖୀ ପ୍ରଭାବରେ ବଜ୍ରପାତ, ଜଳିଗଲା ୭ ବଖରା ଘର
2 June 2023