ପୁରୀ ୫।୮: ପୁରୀରେ ମାତିଛନ୍ତି ବାଇକ୍ ଲୁଟେରା । ବଡ଼ଦାଣ୍ଡ ଠାରେ ଥିବା ଏମ୍ ବଜାର ସପିଂ ମଲ୍ ପାର୍କିଂରୁ ଜଣେ ଦୁର୍ବୃତ୍ତ ଅତି ଚତୁରତାର ସହିତ ବାଇକ୍ ଚୋରି କରି ନେଇଥିବା ସିସିଟିଭିରେ ଦେଖିବାକୁ ମିଳିଛି । ପୁରୀ ମଙ୍ଗଳାଘାଟର ବଳରାମ ଦୀକ୍ଷିତ ଏମ୍ ବଜାରକୁ ସପିଂ ପାଇଁ ଆସିଥିବା ବେଳେ ତାଙ୍କ ବାଇକ୍ ଦୁର୍ବୃତ୍ତ ଚୋରି କରି ନେଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି ।
ଅଭିଯୋଗ ଅନୁସାରେ, ବଳରାମ ନିଜର ପଲସର୍ ଗାଡିଟିକୁ ସପିଂ ମଲ୍ର ପାର୍କିଂରେ ରଖି ଡ୍ରେସ୍ କିଣିବା ପାଇଁ ମଲ୍କୁ ଯାଇଥିଲେ ।ସପିଂ ସାରି ଫେରିବା ପରେ ପାର୍କିଂରୁ ତାଙ୍କ ବାଇକ୍ ନଥିବି ସେ ଦେଖିବାକୁ ପାଇଥିଲେ । ପରେ ବଳରାମ ସପିଂ ମଲ୍ ଓ ପାର୍କିଂରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରିବା ସମୟରେ ଜଣେ ଦୁର୍ବୃତ୍ତ ତାଙ୍କ ବାଇକ୍ ଅତି ଚତୁରତାର ସହିତ ଚୋରି କରି ନେଉଥିବା ଦେଖିବାକୁ ମିଳିଥିଲା ।
ମିଳିଥିବା ସିସିଟିଭି ଫୁଟେଜ୍ରେ ଦେଖିବାକୁ ମିଳିଛି ଯେ, ଲୁଟେରା ଜଣକ ମୁଣ୍ଡରେ ଏକ ଟୋପି ପିନ୍ଧି ଆସିଥିବା ବେଳେ ପ୍ରଥମେ ସପିଂ ମଲ୍ ଭିତରକୁ ଜଣେ ଗ୍ରାହକ ଭଳି ପ୍ରବେଶ କରୁଛି । ପରେ ପାର୍କିଂ ଭିତରକୁ ଯାଇ ପ୍ରଥମେ ଗୋଟିଏ ବାଇକ୍ର ହ୍ୟାଣ୍ଡେଲ୍ ଲକ୍ ଖୋଲିବା ପାଇଁ ଚେଷ୍ଟା କରୁଛି । ସେଥିରେ ବିଫଳ ହେବାରୁ ପାର୍କିଂରେ ଥିବା ବଳରାମଙ୍କ ଗାଡିକୁ ଡୁପ୍ଲିକେଟ୍ ଚାବି ମାଧ୍ୟମରେ ଦୁର୍ବୃତ୍ତ ଚୋରି କରିବାରେ ସଫଳ ହୋଇଥିବା ଦେଖିବାକୁ ମିଳିଛି । ଏନେଇ ବଳରାମ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଚଳାଇଛି ।
You Can Read:
ବିଚ୍ ରାସ୍ତାରେ ଅଘଟଣ, ଧାରୁଆ ଅସ୍ତ୍ରରେ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ