ମାଲିକଙ୍କୁ ଆକ୍ରମଣ କରି ଲୁଟିଲେ ପିକଅପ୍ ଭ୍ୟାନ୍ : ଠାବହେଲା ଗାଡି, ଲୁଟେରା ଫେରାର

Published By : Prameya-News7 Bureau | August 26, 2021 IST

ଭୁବନେଶ୍ବର ୨୬।୮: ରାଜଧାନୀରେ ଲୁଟେରାଙ୍କ ଆତଙ୍କରାଜ । ମାଲିକକୁ ଆକ୍ରମଣ କରି ପିକଅପ୍‌ ଭ୍ୟାନ୍ ଲୁଟି ନେଲେ ଲୁଟେରା ।

ସୂଚନାଯୋଗ୍ୟ ଯେ, ବୁଧବାର ବିଳମ୍ବିତ ରାତିରେ ଖଣ୍ଡଗିରି ଛକରୁ କାର୍‌ରେ ପିଛା କରିଥିଲେ ୩ ଲୁଟେରା । ଚକେଇସିଆଣୀ ନିକଟରେ ମାଲିକଙ୍କୁ ଆକ୍ରମଣ କରି ପିକଅପ୍ ଭ୍ୟାନ୍ ଲୁଟି ନେଲେ ଦୁର୍ବୃତ୍ତ । ଗାଡି ମାଲିକ ପ୍ରହ୍ଲାଦ ସାହୁଙ୍କ ପକ୍ଷରୁ ମଞ୍ଚେଶ୍ବର ଥାନାରେ ଅଭିଯୋଗ ହୋଇଛି । ଗୁରୁବାର ସକାଳୁ ପଳାଶୁଣୀ ସପ୍ତସତୀ ମନ୍ଦିର ନିକଟରୁ ଭ୍ୟାନକୁ ଠାବ କରିଥିଲା ପୋଲିସ । ଘଟଣାସ୍ଥଳରୁ ଲୁଟେରାମାନେ ଫେରାର ହୋଇଯାଇଥିଲେ । ପୋଲିସ ମାମଲାର ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.