ଚୋରି ଉଦ୍ୟମ ପଣ୍ଡ : ଲୋକଙ୍କ କବଳରୁ ଖସିଗଲା ଚୋର, କଟର ଓ ମୋବାଇଲ୍ ଜବତ

Published By : Prameya-News7 Bureau | June 10, 2021 IST

ସାଲେପୁର ୧୦।୬: ଅଚିହ୍ନା ଯୁବକଙ୍କୁ ସନ୍ଦେହରେ ମାଡିବସିଲେ ଲୋକେ । ଯୁବକଙ୍କ ନିକଟରୁ ଚୋରି ଉଦ୍ୟମରେ ବ୍ୟବହୃତ କଟର ଓ ମୋବାଇଲ ଜବତ ହୋଇଛି । ହେଲେ ଚୋରଟି ଖସିପଳାଇଥିବା ଜଣାପଡିଛି ।

ସାଲେପୁର ଥାନା ଅନ୍ତର୍ଗତ ସିଶୁଆ ବଜାର ନିକଟରେ ଥିବା ସାବିତ୍ରୀ ଦେବୀ କଲେଜ ପାଖରେ ଅଚିହ୍ନା ଯୁବକକୁ ଦେଖି ସ୍ଥାନୀୟ କଲ୍ୟାଣପୁର ଗାଁର ଯୁବକ ଲକ୍ଷ୍ମଣ ଦତ୍ତଙ୍କ ସନ୍ଦେହ ହୋଇଥିଲା । ଅଚିହ୍ନା ଯୁବକ ନିକଟକୁ ଯାଇ ସାହସିକତାର ସହିତ ଲକ୍ଷ୍ମଣ କାବୁ କରିଥିଲେ । ଲକ୍ଷ୍ମଣଙ୍କ ଡାକ ଶୁଣି ଦୁଇ ଚାରି ଜଣ ଯୁବକ ସେଠି ପହଞ୍ଚି ତା ପାଖରୁ ତାଲା କାଟିବା କଟର ଓ ମୋବାଇଲ ଫୋନକୁ ଜବତ କରିଥିଲେ । ହେଲେ କୌଶଳକ୍ରମେ ଚୋରଟି ଏମାନଙ୍କ କବଳରୁ ଖସି ଯାଇଥିଲା । ଘଟଣା ସ୍ଥଳରେ ସାଲେପୁର ଥାନା ଅଧିକାରୀ ଏମ.କେ. ସେନାପତି ପହଞ୍ଚି ଚୋରି ଉଦ୍ୟମରେ ବ୍ୟବହୃତ କଟର ଓ ମୋବାଇଲ ଜବତ କରିଛନ୍ତି ।

ଲକଡାଉନର ସୁଯୋଗ ନେଇ କିଛି ଚୋରଙ୍କ ସକ୍ରିୟତା ବଢ଼ିଛି ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି । ମୋବାଇଲ ଫୋନକୁ ଟ୍ରାକ କରି ଅଭିଯୁକ୍ତକୁ ଗିରଫ କରାଗଲେ ଅନ୍ୟ ଅଭିଯୁକ୍ତମାନଙ୍କୁ ପୋଲିସ ଧରିବାରେ ସଫଳ ହୁଅନ୍ତା ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.