ରାଜନୀତି ମୈଦାନରେ କମାଲ କଲେ ପଠାନ ଓ ଆଜାଦ, ଫ୍ଲପ୍ ହେଲେ ଏହି ଖେଳାଳି

Published By : Prameya-News7 Bureau | June 05, 2024 IST

ନୂଆଦିଲ୍ଲୀ ୦୫/୦୬: ରାଜନୀତି ମୈଦାନରେ ୟୁସୁଫ୍ ପଠାନ ଏବଂ କିର୍ତ୍ତୀ ଆଜାଦ ଦୁଇ ଖେଳାଳି ହିଟ୍ ହୋଇଛନ୍ତି । ଲୋକସଭା ନିର୍ବାଚନ ୨୦୨୪ରେ ଭୋଟ୍‌ ଗଣନା ଜୁନ୍ ୪ ରେ ହୋଇଥିଲା । ଏନ୍‌ଡିଏ ୨୯୨ ଏବଂ I.N.D.I.A ୨୩୪ ସିଟ୍ ହାତେଇଛି । ତେବେ ଏହି ନିର୍ବାଚନରେ ୪ କ୍ରିଡାବିତ୍‌ଙ୍କ ପ୍ରତିଷ୍ଠା ବି ବାଜିରେ ଲାଗିଥିଲା । ଯେଉଁଥିରେ ଦୁଇ ଖେଳାଳି ସଫଳତା ପାଇଥିବା ବେଳେ ଆଉ ଦୁଇ ଜଣ ହୋଇଛନ୍ତି ନିରାଶ । 

ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ୟୁସୁଫ ପଠାନ୍ ଟିଏମ୍‌ସି ଟିକେଟ ପାଇ ବହରାମପୁର ଲୋକସଭା ସିଟ୍‌ରେ ଜିତିଛନ୍ତି । ୟୁସୁଫ୍ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧରୀଙ୍କୁ ୮୫୦୨୨ରେ ହରାଇଛନ୍ତି । ୧୯୮୩ରେ କ୍ରିକେଟ ବିଶ୍ୱକପ୍‌ରେ ଟିମ୍ ଇଣ୍ଡିଆର ସଦସ୍ୟ ଥିବା କିର୍ତ୍ତୀ ଆଜାଦ ଟିଏମ୍‌ସି ଟିକେଟରେ ବର୍ଦ୍ଧମାନ-ଦୁର୍ଗାପୁରରେ ବିଜୟ ହାସଲ କରିଛନ୍ତି । କିର୍ତ୍ତୀ ଆଜାଦ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ନେତା ଦିଲ୍ଲୀପ ଘୋଷଙ୍କୁ ୧୩୭୯୮୧ ଭୋଟରେ ହରାଇଛନ୍ତି ।

ସେପଟେ ଭାରତର ପାରାଅଲିମ୍ପିୟାନ୍‌ ତଥା ସ୍ୱର୍ଣ୍ଣ ପଦକ ବିଜେତା ଦେବେନ୍ଦ୍ର ଝାଝାରିୟା ରାଜନୀତିର୍ ପ୍ରଥମ ପରୀକ୍ଷା ପାସ୍ କରିପାରିନାହାନ୍ତି । ଦେବେନ୍ଦ୍ର ରାଜସ୍ଥାନର ଚୂର ଲୋକସଭା ସିଟ୍‌ରେ ବିଜେପି ପ୍ରାର୍ଥୀ ଥିଲେ । ଦେବେନ୍ଦ୍ରଙ୍କୁ କଂଗ୍ରେସର ରାହୁଲ କସ୍ୱାଁଙ୍କୁ ୭୨୭୩୭ ଭୋଟରେେ ହରାଇଛନ୍ତି । 

ସେହିଭଳି ଭାରତୀୟ ହକି ଟିମ୍‌ର ପୂର୍ବତନ କ୍ୟାପଟେନ୍ ଦିଲ୍ଲୀପ ତିର୍କୀ ବି ବିପର୍ଯ୍ୟୟ ପରାଜୟର ସମ୍ମୁଖୀନ ହୋଇଛନ୍ତି । ସୁନ୍ଦରଗଡ ଲୋକସଭା ସିଟ୍‌ରୁ ସେ ପରାଜୟ ହୋଇଛନ୍ତି । ଦିଲ୍ଲୀପଙ୍କୁ ଜୁଏଲ ଓରାମ ୧୩୮୮୦୮ ଭୋଟ୍‌ରେ ହରାଇଛନ୍ତି । ତିର୍କୀ ବିଜେଡି ତରଫରୁ ନିର୍ବାଚନ ଲଢିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.