ବିଦେଶିନୀଙ୍କୁ ଅସଦାଚରଣ ଅଭିଯୋଗ, ଲିଙ୍ଗରାଜ ସେବାୟତ ଗିରଫ

Published By : Prameya-News7 Bureau | February 21, 2024 IST

ଭୁବନେଶ୍ୱର ୨୧।୦୨ : ଗିରଫ ହେଲେ ଲିଙ୍ଗରାଜ ମନ୍ଦିର ସେବାୟତ । ବିଦେଶିନୀଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ସେବାୟତ । ଗିରଫ ଅଭିଯୁକ୍ତଙ୍କ ନାମ କୁଣ୍ଡୁ ମହାପାତ୍ର ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଲିଙ୍ଗରାଜ ମନ୍ଦିରର ଉତ୍ତର ଦ୍ୱାର ବାହାରେ ବିଦେଶିନୀଙ୍କୁ ଅସଦାଚରଣ କରିଥିଲେ ସେବାୟତ । ଏନେଇ ଲିଙ୍ଗରାଜ ଥାନା ପୋଲିସ ନିକଟରେ ଅଭିଯୋଗ କରିଥିଲେ ବିଦେଶିନୀ । ଏହାପରେ ଆକ୍ସନକୁ ଆସି ପୋଲିସ ସେବାୟତ କୁଣ୍ଡୁ ମହାପାତ୍ରଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଧାରା ୩୫୪, ୩୫୪ଏ ଧାରା ଲାଗିଛି ।

wp:embed {"url":"https://www.prameyanews7.com/kareena-kapoor-khan-ignore-her-ex-boyfriend-shahid-kapoor/","type":"wp-embed","providerNameSlug":"prameya-news-7"}
https://www.prameyanews7.com/kareena-kapoor-khan-ignore-her-ex-boyfriend-shahid-kapoor/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.