କୋଚିଂ ସେଣ୍ଟର ଉପରେ ବଜ୍ରପାତ, ଶିକ୍ଷକଙ୍କ ସମେତ ୬ ଆହତ

Published By : Prameya-News7 Bureau | September 01, 2023 IST

ଖୋର୍ଦ୍ଧା: ପାଠ ପଢ଼ା ଚାଲିଥିବାବେଳେ କୋଚିଂ ସେଣ୍ଟର ଉପରେ ପଡ଼ିଲା ବିଜୁଳି। ଯେଉଁଥିରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି। ଘଟଣା ଘଟିଛି ଖୋର୍ଦ୍ଧା ଟାଙ୍ଗୀ ବ୍ଲକ୍‌ ନିରାକାରପୁର। ତେବେ ସମସ୍ତ ୬ ଆହତଙ୍କୁ ଖୋର୍ଦ୍ଧା ହସ୍ପିଟାଲରେ ଚିକିତ୍ସା କରାଯାଉଛି।

ସୂଚନା ଅନୁଯାୟୀ, ଶୁକ୍ରବାର ଅପରାହ୍ନରେ ନିରାକାରପୁର ଅଞ୍ଚଳରେ ହଠାତ୍ ପ୍ରବଳ ବଜ୍ରପାତ ହୋଇଥିଲା। ତେବେ ନିରାକାରପୁର କଲେଜ ଛକଠାରେ ଥିବା ଏକ କୋଚିଂ ସେଣ୍ଟର ଏଥିରେ ପ୍ରଭାବିତ ହୋଇଥିଲା। ପ୍ରଥମେ କୋଚିଂ ସେଣ୍ଟର ନିକଟରେ ଥିବା ଏକ ଗଛକୁ ବିଜୁଳି ମାରିଥିଲ। ହେଳେ ଏହାର ପ୍ରଭାବ ଏତେ ଅଧିକ ରହିଥିଲା ଯେ, ବଜ୍ରପାତର ଆଘାତ କୋଚିଂ ସେଣ୍ଟର ଭିତରକୁ ପ୍ରଭାବିତ କରିଥିଲା।

ଆହୁରି ପଢ଼ନ୍ତୁ: ଆଦର୍ଶ ବିଦ୍ୟାଳୟରେ ବଜ୍ରପାତ, ୨୦ ଛାତ୍ରଛାତ୍ରୀ ଆହତ

ତେବେ ବଜ୍ରପାତ ଆଘାତରେ କୋଚିଂ ସେଣ୍ଟରର ଶିକ୍ଷକ ଜଗନ୍ନାଥ ମଙ୍ଗରାଜ, ଏବଂ ୫ ଜଣ ଛାତ୍ରଛାତ୍ରୀ ଅଚେତ୍ ହୋଇପଡ଼ିଥିଲେ। ସଙ୍ଗେ ସଙ୍ଗେ ସେମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.