କଣ ପଞ୍ଜାବୀ ଇଣ୍ଡଷ୍ଟ୍ରି ଗ୍ୟାଙ୍ଗଷ୍ଟରଙ୍କ ଠାରୁ ନିଅନ୍ତି ପଇସା ? ବଡ ଖୁଲସା କଲେ ଲରେନ୍ସ ବିଷ୍ନୋଇ….
15/03/2023 at 7:58 AM

ମୁମ୍ଵାଇ ୧୫।୦୩: ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ ଏକ ବଡ଼ ଖୁଲାସା କରିଛନ୍ତି। ଜେଲରୁ ଏକ ଟିଭି ଚ୍ୟାନେଲକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ସେ ଦାବି କରିଛନ୍ତି ଯେ ମୁସେୱାଲା ହତ୍ୟାରେ ଗୋଲ୍ଡି ବରାର ସାମିଲ ଥିଲା। ମୁଁ ହତ୍ୟା ବିଷୟରେ ପୂର୍ବରୁ ଜାଣିଥିଲି, କିନ୍ତୁ ମୋର ଏଥିରେ ହାତ ନଥିଲା। ମୁସେୱାଲା ଆମର ଆଣ୍ଟି ଗ୍ୟାଙ୍ଗକୁ ମଜବୁତ କରୁଥିଲେ।
ମୁଁ ଗୋଲଡିଙ୍କୁ କହିଲି ଯେ ମୁସେୱାଲା ଆମର ଶତ୍ରୁ । ବିକିଙ୍କ ହତ୍ୟାରେ ମୁଁ କ୍ରୋଧିତ ଥିଲି ଏବଂ ମୁସେୱାଲା ମଧ୍ୟ ଏହି ହତ୍ୟାରେ ସମ୍ପୃକ୍ତ ଥିଲେ। କାହିଁକି ନା ସିଦ୍ଧୁ ମୁସେୱାଲା ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଗ୍ୟାଙ୍ଗକୁ ସମର୍ଥନ କରୁଥିଲେ। ମୁସେୱାଲା ତାଙ୍କ ଭାଇ ବିକି ମିଡଡୁଖେଡା ଏବଂ ଗୁରଲାଲ ବରାଡଙ୍କୁ ହତ୍ୟା କରିଥିଲେ। ଏହାକୁ ନେଇ ସେ କହିଥିଲେ ମୁଁ ତାଙ୍କୁ ପୂର୍ବରୁ ବୁଝାଇଥିଲି କିନ୍ତୁ ସେ ରାଜି ହୋଇନଥିଲେ। ଏହି କାରଣରୁ ତାଙ୍କୁ ହତ୍ୟା କରାଯାଇଥିଲା।
#BreakingNews | क्या गैंगस्टर्स से जुड़ी है पंजाब की म्यूज़िक और फिल्म इंडस्ट्री? क्या गैंगस्टर्स फिल्म वालों से पैसा लेते हैं? जानिए क्या बोला लॉरेंस @RubikaLiyaquat | @ShobhnaYadava | @jagwindrpatial
— ABP News (@ABPNews) March 14, 2023
– https://t.co/4StwkoboMD#OperationDurdantOnABPNews #LawrenceBishnoi pic.twitter.com/x8mrQ6Tu1A
ଯେତେବେଳେ ଲରେନ୍ସ ବିଷ୍ନୋଇଙ୍କୁ ପଚରାଗଲା ଯେ ପଞ୍ଜାବର ସଙ୍ଗୀତ ଏବଂ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ଗ୍ୟାଙ୍ଗଷ୍ଟର ସହ ଜଡିତ କି? ସେ କହିଥିଲେ ଏପର୍ଯ୍ୟନତ ତ ତାହା ହୋଇ ନାହିଁ। ଯାହା ବଲିଉଡରେ ହୁଏ, ତାହା ଏଠାରେ ହୁଏ ନାହିଁ । କିନ୍ତୁ ଯଦି ଭବିଷ୍ୟତରେ ଏହା ଘଟେ, କିଏ କଣ କରିପାରିବ। ପରେ ତାଙ୍କୁ ପୁଣି ପ୍ରଶ୍ମ କରାଯାଇଥିଲା କି କଣ ଗ୍ୟାଙ୍ଗଷ୍ଟର ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିରୁ ପଇସା ନିଏ। ଏହି ପ୍ରଶ୍ନର ଉତ୍ତରରେ ବିଷ୍ନୋଇ କହିଛନ୍ତି ଯେ ଆମର ଗ୍ୟାଙ୍ଗ କେବେ କାଠାରୁ ନେଇ ନାହିଁ । ଆମ ବିରୋଧୀ ଗ୍ୟାଙ୍ଗ ନେଇଛି । ସେ କହିଛନ୍ତି ଯେ ଅତ୍ୟାଚାର ବିରୋଧରେ ଆମେ ସ୍ୱର ଉତ୍ତୋଳନ କରିବୁ। ଯଦି ଆମ ସହିତ ଥିବା ବ୍ୟକ୍ତି ଯଦି କେହି ଭୁଲ୍ କରନ୍ତି, ତେବେ ରିଆକ୍ସନ ତ ଦେବୁ। ମୁଁ ୯ ବର୍ଷ ଜେଲରେ ଅଛି ଏବଂ ମୋର ଭୁଲ ପାଇଁ ଦଣ୍ଡ ଭୋଗୁଛି ।