ଭାରତୀୟ ସମ୍ୱିଧାନ ପାଇଁ କଲେଜିୟମ ସିଷ୍ଟମ ଏଲିଅନ୍ ପରି ଅଟେ, ପୁଣି ଟାର୍ଗେଟ କଲେ ଆଇନ ମନ୍ତ୍ରୀ

Published By : Prameya-News7 Bureau | November 25, 2022 IST

ନୂଆଦିଲ୍ଲୀ: ଦେଶର ନ୍ୟାୟପାଳିକାରେ ବିଚାରପତିଙ୍କ ନିଯୁକ୍ତି ପାଇଁ ଗ୍ରହଣ କରାଯାଉଥିବା କେଲିଜିୟମ୍ ସିଷ୍ଟମ ଏବେ ବେଶ ଚର୍ଚ୍ଚାରେ ରହିଛି । କେନ୍ଦ୍ର ସରକାର ଏଥିରେ ସଂଶୋଧନ କଥା କହୁଥିବା ବେଳେ ଅନ୍ୟପଟେ ସୁପ୍ରିମକୋର୍ଟ ଏହି ପ୍ରକ୍ରିୟା ସପକ୍ଷରେ ଅଛନ୍ତି । ଏହାରି ଭିତରେ ପୁଣି ଥରେ ଶୁକ୍ରବାର ଆଇନ ମନ୍ତ୍ରୀ କଲେଜିୟମ ସିଷ୍ଟମକୁ ନେଇ କଡା ଟିପ୍ପଣୀ କରିଛନ୍ତି । ଏକ କାର୍ଯ୍ୟକ୍ରମକୁ ସମ୍ୱୋଧିତ କରି କହିଛନ୍ତି, ଭାରତର ସମ୍ୱିଧାନ ପାଇଁ କଲେଜିୟମ ସିଷ୍ଟମ ଏଲିଅନ୍ ପରି ଅଟେ । ତେବେ ସେ ଏହା ମଧ୍ୟ କହିଥିଲେ ଯେ ସରକାର ଏହି ପ୍ରକ୍ରିୟାକୁ ସମ୍ମାନ କରନ୍ତି କାରଣ ଦେଶର ଲୋକତାନ୍ତ୍ରିକ ବ୍ୟବସ୍ଥା ଅନୁସାରେ କେହି ବି ନ୍ୟାୟପାଳିକାର ଅପମାନ କରିପାରିବ ନାହିଁ ।

ଆଇନ ମନ୍ତ୍ରୀ କିରିଣ ରିଜିଜୁ କହିଛନ୍ତି, ଭାରତର ସମ୍ୱିଧାନ ସମସ୍ତଙ୍କ ପାଇଁ, ବିଶେଷକରି ସରକାରଙ୍କ ପାଇଁ ଏକ ଧାର୍ମିକ ଦସ୍ତାବିଜ ଅଟେ । କିଛି ଜିନିଷ ଯାହା ସମ୍ୱିଧାନରୁ ଅଲଗା ରହିଛି, ତାକୁ କେବଳ ଏହି ଦୃଷ୍ଟିରୁ ଯେ କୋର୍ଟ ଏବଂ କିଛି ଜଜ ନିର୍ଦ୍ଧାରଣ କରିଛନ୍ତି ତାକୁ ସାରା ଦେଶର ସମର୍ଥନ ରହିଛି ବୋଲି କିପରି ଗ୍ରହଣ କରିପାରିବା । କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କରିଛନ୍ତି, ଆପଣ କହୁନ୍ତୁ କଲେଜିୟମ ପ୍ରଣାଳୀ କେଉଁ ପ୍ରାବଧାନ ଅଧିନରେ ନିର୍ଦ୍ଧାରିତ କରାଯାଇଛି । ସେ ସ୍ପଷ୍ଟ କରିଛନ୍ତି ଯେ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟଙ୍କ କଲେଜିୟମରୁ ସୁପାରିସ ପଠାଯିବା ପରେ ସରକାରଙ୍କୁ ଉଚିତ ପରିଶ୍ରମ କରିବାକୁ ପଡୁଛି ।

ଆଇନ ମନ୍ତ୍ରୀ କହିଛନ୍ତି, ୧୯୯୧ରେ ତତ୍କାଳୀନ ସରକାର ଏବଂ ବର୍ତ୍ତମାନ ଶାସନ କଲେଜିୟମ ପ୍ରଣାଳୀକୁ ସେତେ ଦିନ ଯାଏ ବହୁତ ସମ୍ମାନ କରୁଛନ୍ତି, ଯେଉଁ ପର୍ଯ୍ୟନ୍ତ ଏକ ଉନ୍ନତ ପ୍ରଣାଳୀ ସ୍ଥାପନ କରା ନଯାଇଛି । ସଂସଦରେ ସର୍ବସମ୍ମତିରେ କଲେଜିୟମ ପ୍ରଣାଳୀ ପରିବର୍ତ୍ତେ ରାଷ୍ଟ୍ରୀୟ ନ୍ୟାୟିକ ନିଯୁକ୍ତି ଆୟୋଗ ଅଧିନିୟମ ପାରିତ କରାଯାଇଥିଲା । କିନ୍ତୁ ସୁପ୍ରିମକୋର୍ଟ ଏହି ଆଇନକୁ ରଦ୍ଦ କରିଥିଲେ । କଲେଜିୟମ ପ୍ରଣାଳୀରେ ଅନେକ ଦୁର୍ବଳତା ରହିଛି ଏବଂ ଏହି ପ୍ରଣାଳୀର ପାରଦର୍ଶିତା ଉପରେ ଅନେକ ପ୍ରଶ୍ନ ଉଠାଯାଉଛି । ଅନ୍ୟପଟେ କେହି ମଧ୍ୟ ଉତ୍ତରଦାୟୀ ନୁହଁନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.