ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କଲେନି ବିଜେପି ନିର୍ବାଚନ ସହାପ୍ରଭାରୀ, କହିଲେ ଏଥର ରାଜ୍ୟରେ ଡବଲ ଇଞ୍ଜିନ ସରକାର

Published By : Prameya-News7 Bureau | March 01, 2024 IST

ଭୁବନେଶ୍ୱର ୦୧/୦୩: ଆଗାମୀ ନିର୍ବାଚନରେ ବିଜେଡି-ବିଜେପି ମେଣ୍ଟ ସରକାର ନେଇ ଜାରି ରହିଛି ସସ୍‌ପେନ୍ସ । ଅନେକ ଚର୍ଚ୍ଚା ହେଉଛି ଏଥର ଓଡ଼ିଶାରେ ମେଣ୍ଟ ସରକାର ଗଠନ ହେବ । ତେବେ ଏହାରି ଭିତରେ ନିର୍ବାଚନ ସହ ପ୍ରଭାରୀଙ୍କ ମନ୍ତଭ୍ୟକୁ ନେଇ ରାଜନୀତି ସରଗରମ ।

କାରଣ ମେଣ୍ଟ ଚର୍ଚ୍ଚା ପ୍ରସଙ୍ଗରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରକୁ ନେଇ ଏବେ ସବୁଠି ଚର୍ଚ୍ଚା । ମେଣ୍ଟ ପ୍ରସଙ୍ଗକୁ ଖଣ୍ଡନ ନକରି ବୁଲେଇ ବଙ୍କେଇ ଦେଇଛନ୍ତି ଉତ୍ତର । ନିର୍ବାଚନ ସହ ପ୍ରଭାରୀ କହିଲେ ଏଥର ରାଜ୍ୟରେ ହେବ ଡବଲ ଇଞ୍ଜିନ ସରକାର । ରାଜ୍ୟରେ ମେଣ୍ଟ ଚର୍ଚ୍ଚା ଜୋର ଧରିଥିବା ବେଳେ ମେଣ୍ଟ ଚର୍ଚ୍ଚାକୁ ନେଇ ବିଜେପି ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି କହିଛନ୍ତି ଓଡିଶାରେ ହେବ ଡବଲ ଇଂଜିନର ସରକାର ।

wp:html /wp:html

ପୁରା ଦେଶରେ ଓ ଓଡ଼ିଶାରେ ଡବଲ ଇଞ୍ଜିନର ସରକାର ହେବ । ଆଉ ଡବଲ ଇଞ୍ଜିନର ସରକାର ଓଡ଼ିଶା ଲୋକ ଯେମିତି ଚାହିଁବେ ସେମିତି ବିକାଶ କରିବ । ବିଜେଡ଼ି ସହିତ ଡବଲ ଇଞ୍ଜିନ ସରକାର କି ପ୍ରଶ୍ନ ରେ, କହିଲେ ଓଡିଶା ରେ ଡବଲ ଇଞ୍ଜିନର ସରକାର ହେବ ।

you can also read...

wp:embed {"url":"https://www.prameyanews7.com/1152-new-lecturers-officers-and-staff-joined-the-state-government/","type":"wp-embed","providerNameSlug":"prameya-news-7"}
https://www.prameyanews7.com/1152-new-lecturers-officers-and-staff-joined-the-state-government/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.