ଭୁବନେଶ୍ବର ୫/୬: ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ ହେବା ନେଇ ଆମେ କହିଥିଲୁ । ତାହା ସଫଳ ହୋଇଛି । ଲୋକଙ୍କ ମତ ଓ ଭାବନା ଭୋଟ୍ରେ ରୂପାନ୍ତର ହେଲା । ମୋଦିଙ୍କ ଗ୍ୟାରେଣ୍ଟି ଉପରେ ଭରସା କରି ମୋଦିଙ୍କ ସରକାର ହୋଇଛି । ଏଥିପାଇଁ ସମଗ୍ର ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଜ୍ୟ ବିଜେପିର ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି ।
ମୁଖ୍ୟମନ୍ତ୍ରୀ କିଏ ହେବ ପ୍ରଶ୍ନର ଉତ୍ତରରେ ଲତା କହିଛନ୍ତି ମୋଦି କହିଥିଲେ ଓଡ଼ିଶାରେ ବିଜେପି ସରକାର ଶପଥ ଗ୍ରହଣ କରିବ । ତେଣୁ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ମଧ୍ୟ ଘୋଷଣା ହେବ । ଓଡ଼ିଶା ଲୋକଙ୍କର ଭାବନାକୁ ଆଧାର କରି ସବୁ ନିଷ୍ପତ୍ତି ନିଆଯିବ ନେଇ ସୂଚନା ଦେଇଛନ୍ତି ଲତା ଉସେଣ୍ଡି