ମହିଳା ଆଇନଜୀବୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ! ଝୁଲନ୍ତା ମୃତଦେହ ନିକଟରୁ ମଦ ବୋତଲ, ପୋଡ଼ା ସିଗାରେଟ୍‌ ଜବତ

Published By : Prameya-News7 Bureau | October 21, 2019 IST

ଭୁବନେଶ୍ୱର ୨୧।୧୦ -  ଭୁବନେଶ୍ବର ଧଉଳି ଥାନା ଅଂଚଳରେ ମହିଳା ଆଇନଜୀବୀ ଦୀପାଳି ପ୍ରିୟଦର୍ଶିନୀ ଜେନାଙ୍କ ସଂଦେହ ଜନକ ମୃତ୍ୟୁ ଘଟଣାରେ ତଦନ୍ତ ଚଳାଇଛି ପୋଲିସ । କେଉଁ ପରିସ୍ଥିତିରେ ଦୀପାଳିଙ୍କ ମୃତ୍ୟୁ ଘଟିଛି, ଏବଂ ଘଟଣାସ୍ଥଳରେ ଆଉ କେଉଁମାନେ ଉପସ୍ଥିତ ଥିଲେ ତା’ର ଖୋଳତାଡ଼ ଚାଲିଛି । ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ଅସଲ କାରଣ ଜଣାପଡ଼ିବ ବୋଲି କୁହାଯାଇଛି । ….

{"id":172927}

ମହିଳା ଆଇନଜୀବୀଙ୍କ ସଂଦେହ ଜନକ ମୃତ୍ୟୁ । ଦୁଷ୍କର୍ମ ପରେ ହତ୍ୟା ସଂଦେହ । ପୁରୁଷ ବନ୍ଧୁ ଫେରାର୍‌ । ଝୁଲନ୍ତା ମୃତଦେହ ନିକଟରୁ ମଦ ବୋତଲ, ପୋଡ଼ା ସିଗାରେଟ୍‌ ଜବତ୍‌ । ଭୁବନେଶ୍ବର ଧଉଳି ଥାନା ଅଂଚଳରେ ମହିଳା ଆଇନଜୀବୀ ଦୀପାଳି ପ୍ରିୟଦର୍ଶିନୀ ଜେନାଙ୍କ ସଂଦେହ ଜନକ ମୃତ୍ୟୁ ଘଟଣାରେ ତଦନ୍ତ ଚଳାଇଛି ପୋଲିସ । ତେବେ ଫେରାର୍‌ ଥିବା ଦୀପାଳିଙ୍କ ପୁରୁଷ ବନ୍ଧୁ ବିକ୍ରମ କେଶରୀ ମିଶ୍ର ଧରାପଡ଼ିଲେ ପୂରା ଘଟଣା ଉପରୁ ପରଦା ହଟିବ ବୋଲି କୁହାଯାଉଛି । ସେପଟେ କେଉଁ ପରିସ୍ଥିତିରେ ଦୀପାଳିଙ୍କ ମୃତ୍ୟୁ ହୋଇଛି ତା’ର କାରଣ ଜାଣିବାକୁ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ ।

{"id":172928}

ପୁରୁଷ ବନ୍ଧୁ ବିକ୍ରମ ସହ ଦୀପାଳିଙ୍କ ବିବାହ ସ୍ଥିର ହୋଇଥିଲା । ତେଣୁ ବିଭିନ୍ନ ସମୟରେ ବିକ୍ରମ ମଧ୍ୟ ଦୀପାଳିଙ୍କ ଘରକୁ ଯିବାଆସିବା କରୁଥିଲେ । ତେବେ ଘଟଣା ଦିନ ଦୀପାଳିଙ୍କ ଘରେ କେହି ନଥିଲେ । ମାଆ ଗାଁକୁ ଯାଇଥିବା ବେଳେ ସାନ ଭଉଣୀ ସାଙ୍ଗ ପାଖକୁ ଯାଇ ଫେରିନଥିଲେ । ତେବେ ସାନ ଭଉଣୀ ସେଫାଳିଙ୍କୁ ବିକ୍ରମ ହିଁ ଫୋନ୍‌ କରି ଘଟଣା ସମ୍ପର୍କରେ ଜଣାଇଥିବା କୁହାଯାଉଛି । ହେଲେ ତା’ ପରଠୁ ବିକ୍ରମ ଫେରାର୍‌ ରହିଛି ।

{"id":172929}

ଘଟଣାସ୍ଥଳରୁ ପୋଲିସ ଜବତ କରିଥିବା ୨ଟି ମୋବାଇଲ୍‌ ଫୋନ୍‌ର କଲ ଡିଟେଲସ୍‌ ଯାଂଚ କରାଯାଉଛି । ଘଟଣା ଦିନ ରାତିରେ ଦୀପାଳି ଶେଷ ଥର ପାଇଁ  କାହା ସହ କଥା ହୋଇଥିଲେ ଆଉ କ’ଣ କଥା ହୋଇଥିଲେ ତାହା ଜାଣିବାକୁ ଚେଷ୍ଟା କରୁଛି ପୋଲିସ ।

{"id":172930}

ସେପଟେ ଦୀପାଳି ଜଣେ ଆଇନଜୀବୀ ହୋଇଥିବାରୁ ତାଙ୍କର ଆତ୍ମହତ୍ୟା ଘଟଣାକୁ ଅନେକ ସହଜରେ ଗ୍ରହଣ କରିପାରୁ ନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.