ଫ୍ରିଜ୍ ହେଲା ରାଜ କୁନ୍ଦ୍ରାଙ୍କ ବ୍ୟାଙ୍କ ଆକାଉଣ୍ଟ, ସାଥୀଙ୍କ ସମେତ ତାଙ୍କ ଆକାଉଣ୍ଟରୁ ମିଳିଲା ୭.୩୧ କୋଟି ଟଙ୍କା

Published By : Prameya-News7 Bureau | July 21, 2021 IST

ମୁମ୍ବାଇ ୨୧।୭: ପର୍ଣ୍ଣ ଫିଲ୍ମ ମାମଲାର ସଦ୍ୟ ଘଟଣାକ୍ରମରେ ପୋଲିସ ରାଜ କୁନ୍ଦ୍ରା ସମେତ ତାଙ୍କ ସାଥୀଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍‌ କରିଛି। ଏହିସବୁ ଆକାଉଣ୍ଟରେ ୭.୩୧ କୋଟି ଟଙ୍କା ଥିବା ଜଣାପଡିଛି। ଯାଞ୍ଚରେ କୁନ୍ଦ୍ରା ଭାରତୀୟ ପର୍ଣ୍ଣ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବଲିଉଡ ଭଳି ବିଶାଳ ଆକାର ଦେବା ଯୋଜନାରେ ଥିଲେ ବୋଲି ଜଣାପଡିଛି। ତେବେ କୁନ୍ଦ୍ରାଙ୍କ କାରବାରରେ ତାଙ୍କ ପତ୍ନୀ ତଥା ବଲିଉଡ ସେଲିବ୍ରିଟି ଶିଳ୍ପା ସେଟ୍ଟୀଙ୍କ ସେଭଳି ସକ୍ରିୟ ଭୂମିକା ଥିବାର କୌଣସି ସ୍ପଷ୍ଟ ତଥ୍ୟ ଏପର୍ଯ୍ୟନ୍ତ ସାମ୍ନାକୁ ଆସି ନାହିଁ।  ଏହି ମାମଲାର ଯାଞ୍ଚ ଏବେବି ଜାରି ରହିଛି।

{"id":483868,"width":839,"height":470,"sizeSlug":"large","linkDestination":"none"}

ଏପିରି ବି ଖବର ଆସୁଛି ମୁମ୍ବାଇ କ୍ରାଇମବ୍ରାଞ୍ଚ ପୋଲିସକୁ ହଟ୍‌ସଟ୍‌ ମୋବାଇଲ ଆପ୍‌ରେ ଥିବା କୁନ୍ଦ୍ରାଙ୍କ ଆକାଉଣ୍ଟରୁ ବ୍ୟାଙ୍କ ଟ୍ରାନ୍ସଫରର ସନ୍ଧାନ ମିଳିଛି। ଜାନୁୟାରୀ ୨୦୨୧ରେ ଏହି ଆକାଉଣ୍ଟକୁ ଶେଷ ନେଣଦେଣ ହୋଇଥିଲା। ଏବେ ମୋବାଇଲ ଆପ୍‌ ଖାତା ଚଳାଉଥିବା ଅଭିନେତ୍ରୀ ମଧ୍ୟ ପୋଲିସ ହାଜତରେ ଅଛନ୍ତି। ଆପ୍‌ ଏବେ ମୋବାଇଲ ପ୍ଲାଟଫର୍ମରୁ ହଟି ସାରିଛି। ତେବେ କୁନ୍ଦ୍ରା ୨୦୧୯ରେ ହଟସଟ୍‌ କୁ ୨୫ ହଜାର ଡଲାରରେ ବିକି ଦେଇଥିବାର କହୁଛନ୍ତି।

{"id":483869,"sizeSlug":"large","linkDestination":"none"}

ତେବେ ପୋଲିସ ଯେଉଁ ସବୁ ଆକାଉଣ୍ଟ ଫ୍ରିଜ କରିଛି ଏଥିରେ ୟାସ୍ମିନ ଓରଫ ରୋବା ଖାନଙ୍କ  ‘ହଟ୍ ହିଟ୍’ ଆପ୍‌ ଆକାଉଣ୍ଟରେ ୩୪.୯୦ଲକ୍ଷ ଟଙ୍କା, ଦୀପାଙ୍କର ପି.ଖସନଭିସ୍‌ଙ୍କ ୨ଟି ଆକାଉଣ୍ଟରେ ୩୭ ଲକ୍ଷ ଟଙ୍କା, ଉମେସ କାମତର ୨ଟି ବ୍ୟାଙ୍କ ଆକାଉଣ୍ଟରୁ ୬ ହଜାର ଟଙ୍କା, ତନବୀର ହାସ୍ମୀଙ୍କ ୨ଟି ବ୍ୟାଙ୍କ ଆକାଉଣ୍ଟରେ ପାଖାପାଖି ୬ଲକ୍ଷ ଟଙ୍କା, ଅରବିନ୍ଦ କୁମାର ଶ୍ରୀବାସ୍ତବଙ୍କ ଖାତାରେ ୧.୮୧କୋଟି ଟଙ୍କା, କାନପୁରରେ ହର୍ଷିତା ଶ୍ରୀବାସ୍ତବଙ୍କ ବ୍ୟାଙ୍କ ଖାତାରେ ୨.୩୨ କୋଟି ଟଙ୍କା,ନର୍ମଦା ଶ୍ରୀବାସ୍ତବଙ୍କ ବ୍ୟାଙ୍କ ଖାତାରେ ୫.୫୯ ଲକ୍ଷ ଟଙ୍କା ଫ୍ରିଜ କରିଦିଆଯାଇଛି। ସେହିପରି ଫ୍ଲିଜ୍‌ ମୁଭିଜ ଓପିସି ପ୍ରାଇଭେଟ ଲିମିଟେଡ ଭୋପାଲଙ୍କ ବ୍ୟାଙ୍କ ଖାତାରେ ୩୦.୮୭ ଲକ୍ଷ ଟଙ୍କା, ସେହିପରି ଏହି ବ୍ୟାଙ୍କରେ କମ୍ପାନୀର ୧.୨୮ କୋଟି ଟଙ୍କାର ଫିକ୍ସ ଡିପୋଜିଟ ଓ କମ୍ପାନୀର ମିରଟରେ ଥିବା ବ୍ୟାଙ୍କ ଆକାଉଣ୍ଟରେ ୭୩.୮୭ଲକ୍ଷ ଟଙ୍କା ଫ୍ରିଜ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.