ଚେନ୍ନାଇରେ ଧମାଲ କଲେ କୁଲଦୀପ ଯାଦବ, ନ୍ୟୁଜିଲାଣ୍ଡ ଏ ବିପକ୍ଷରେ ନେଲେ ହ୍ୟାଟ୍ରିକ

Published By : Prameya-News7 Bureau | September 25, 2022 IST

ଚେନ୍ନାଇ: ଭାରତ ଏ ଏବଂ ନ୍ୟୁଜିଲାଣ୍ଡ ଏ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦ୍ଵିତୀୟ ଅନୌପଚାରିକ ଦିନିକିଆରେ ଭାରତୀୟ ସ୍ପିନର କୁଲଦୀପ ଯାଦବ ହ୍ୟାଟ୍ରିକ ନେଇଛନ୍ତି। ରବିବାର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ମୁକାବିଲାରେ ୨୭ ବର୍ଷୀୟ  ବାମହାତୀ ଚାଇନାମ୍ୟାନ ବୋଲର ୪୭ତମ ଓଭରର ଶେଷ ତିନୋଟି ବଲ୍‌ରେ ଲଗାତାର ଓ୍ଵିକେଟ୍ ନେଇଛନ୍ତି। ସେ ଲୋଗାନ ଭ୍ୟାନ ବିକ୍, ଜୋ ଓ୍ଵାକର ଏବଂ ଜ୍ୟାକବ ଡଫିଙ୍କୁ ଆଉଟ୍ କରି ଏହି ଉପଲବ୍ଧି ହାସଲ କରିଛନ୍ତି।

ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନ୍ୟୁଜିଲାଣ୍ଡ ଏ ବିପକ୍ଷ ଦ୍ଵିତୀୟ ଅନୌପଚାରିକ ଦିନିକିଆରେ କୁଲଦୀପ ଯାଦବ ୧୦ ଓଭରରେ ୫୧ ରନ ଦେଇ ୪ଟି ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। କୁଲଦୀପଙ୍କ ଏହି ଘାତକ ବୋଲିଂ କାରଣରୁ ଭାରତୀୟ ଏ ଦଳ ନ୍ୟୁଜିଲାଣ୍ଡକୁ ୪୭ ଓଭରରେ ୨୧୯ ରନରେ ଅଲଆଉଟ୍ କରିଛି।

କୁଲଦୀପ ଯାଦବ ୪ ରନର ବ୍ୟକ୍ତିଗତ ସ୍କୋରରେ ଭ୍ୟାନ ବିକଙ୍କୁ ପୃଥ୍ଵୀ ଶଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇଛନ୍ତି। ପରବର୍ତ୍ତୀ ବଲ୍‌ରେ ସେ ଓ୍ଵାକରଙ୍କୁ ଖାତା ଖୋଲିବା ପୂର୍ବରୁ ପାଭିଲିୟନ ପଠାଇଥିଲେ। ଶେଷ ବଲ୍‌ରେ ସେ ଜ୍ୟାକବ ଡଫିଙ୍କୁ ଏଲବିଡବ୍ଲ୍ୟୁ କରି ନିଜର ହ୍ୟାଟ୍ରିକ ପୂରଣ କରିଛନ୍ତି। କୁଲଦୀପ ନିଜ କୋଟାର ଶେଷ ଓଭରରେ ଏହି କାରନାମା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.