ମେଷ- ରାଶିକୁ ଦଶମ ଚନ୍ଦ୍ର ରହିଛି। ଦିନଟି ଉତ୍ତମ ଫଳ ପ୍ରଦାନ କରିବ। ମାଲିମାକୋଦ୍ଦମାରେ ଜୟଯୁକ୍ତ ହେବେ। ଆର୍ଥିକ ସ୍ଥିତିରେ ସ୍ଵଚ୍ଛଳତା ଆସିବ। ବ୍ୟବସାୟରେ ଲାଭର ସୂଚନା ମିଳୁଛି। ଚାକିରିରେ ସ୍ଥାନ ପରିବର୍ତ୍ତନ ହୋଇପାରେ।
ବୃଷ- ଦୂର ଯାତ୍ରା କରିବାର ଯୋଗ ରହିଛି। ବ୍ୟବସାୟ ଲାଭଜନକ ହେବ। ପରିବାରର ସଂପୂର୍ଣ୍ଣ ସହଯୋଗ ପାଇବେ। କର୍ମକ୍ଷେତ୍ରରେ ଅଟକିଥିବା ଧନ ପ୍ରାପ୍ତି ହେବ। ବିଦ୍ୟାର୍ଥୀମାନେ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହେବେ।
ମିଥୁନ- ଦିନଟି ମିଶ୍ର ଫଳ ଦେବ। କର୍ମ କ୍ଷେତ୍ରରେ ସମସ୍ୟା ଦେଖାଦେବ। ବ୍ୟବସାୟରେ କ୍ଷତି ହେବାର ଯୋଗ ରହିଛି। ପତି ପତ୍ନୀଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଦେବ। ପୈତୃକ ସମ୍ପତିକୁ ନେଇ ସମସ୍ୟା ଦେଖାଦେଇପାରେ।
କର୍କଟ- ନୂଆ କାର୍ଯ୍ୟର ଆରମ୍ଭ କରିପାରନ୍ତି। ଜୀବନସାଥୀଙ୍କ ସଂପୂର୍ଣ୍ଣ ସହଯୋଗ ମିଳିବ। ସ୍ଵାସ୍ଥ୍ୟଗତ ସମସ୍ୟା କିଛି ଦେଖା ଦେଇପାରେ। ବ୍ୟବସାୟରେ ଉନ୍ନତି ହେବ। ବିଦ୍ୟାର୍ଥୀମାନେ ସଙ୍କୋଚରେ ରହିବେ।
ସିଂହ- ଦିନଟି ମଧ୍ୟମ ଫଳ ଦେବ। ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବ। ରାଜନୀତିରେ ସଫଳତା ପ୍ରାପ୍ତ ହେବ। ବ୍ୟବସାୟରେ ଏତେ ଭଲ ଫଳ ମିଳିବ ନାହିଁ। ଛାତ୍ରଛାତ୍ରୀମାନେ ଗୁରୁଜନଙ୍କ ଆଶୀର୍ବାଦ ନେଇ କାର୍ଯ୍ୟ କରନ୍ତୁ।
କନ୍ୟା- ଚାକିରିରେ ଉନ୍ନତି ଯୋଗ ଅଛି। ଅଧାରୁ ଅଟକିଥିବା କାର୍ଯ୍ୟ ସମ୍ପର୍ଣ୍ଣ ହେବ। ରାଜନୀତିରେ ଉତ୍ତମ ଫଳ ପ୍ରାପ୍ତ ହେବ। ରୋଜଗାର କରୁନଥିବା ବ୍ୟକ୍ତିଙ୍କୁ ଅର୍ଥ ପ୍ରାପ୍ତି ହେବ। ଭ୍ରମଣ ଯୋଗ ରହିଛି। ବିଦ୍ୟାର୍ଥୀମାନେ ଉଚ୍ଚଶିକ୍ଷା ଲାଭ କରିବେ।
ତୁଳା- ଦିନଟି ମିଶ୍ର ଫଳ ପ୍ରଦାନ କରିବ। ନୂତନ ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନ ହେବ। ଖର୍ଚ୍ଚର ପରିମାଣ ଅଧିକ ରହିଛି। ଭୂମି, ଗୃହ କରିବା ପାଇଁ ଦିନଟି ଅତ୍ୟନ୍ତ ଭଲ। ଅଟକିଥିବା ଧନ ଅକସ୍ମାତ ପ୍ରାପ୍ତି ହେବାର ଯୋଗ ରହିଛି।
ବିଛା- ବିଶେଷ ଭାବେ ଭ୍ରମଣର ଯୋଗ ରହିଛି। ବ୍ୟବସାୟ କ୍ଷେତ୍ରରେ ଅନେକ ନୂଆ ନୂଆ ଯୋଜନା ମନକୁ ଆସିବ। କାର୍ଯ୍ୟ କ୍ଷେତ୍ରରେ ପ୍ରଗତି ହେବ। ପରିବାର ସହ ସମୟ ଅତିବାହିତ କରିବେ। ନିବେଶ ପାଇଁ ମଧ୍ୟ ଦିନଟି ଅନୁକୂଳ ରହିଛି।
ଧନୁ- ପରିବାରରେ ସୁଖ ସମାଚାର ଶୁଣିବାକୁ ମିଳିବ। ବନ୍ଧୁଙ୍କ ମାଧ୍ୟମରେ ଧନ ଆୟର ଯୋଗ ରହିଛି । ବ୍ୟବସାୟରେ ଅର୍ଥ ନିବେଶ କରିବେ। ଧାର୍ମିକ କାର୍ଯ୍ୟରେ ମନୋନିବେଶ କରିବେ। ବିଦ୍ୟାର୍ଥୀମାନେ ଖୁସି ଖବର ପାଇବେ।
ମକର- ରାଶି ପାଇଁ ଶ୍ରୀ ଚନ୍ଦ୍ର। କର୍ମ କ୍ଷେତ୍ରରେ ଉନ୍ନତି ହେବ। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଦିନଟି ଅନୁକୂଳ ହେବ। ଛାତ୍ରଛାତ୍ରୀମାନେ ଅଧିକ ପରିଶ୍ରମ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
କୁମ୍ଭ- ଦିନଟିରେ କର୍ତ୍ତବ୍ୟ ପରାୟଣ ହୋଇ କାର୍ଯ୍ୟ କରିବେ। ମନୋବଳ ଦୃଢ଼ ରହିବ। ବନ୍ଧୁମାନଙ୍କ ସହ ସମୟ ଅତିବାହିତ କରିବେ। ଜୀବନ ସାଥୀଙ୍କ ସଂପୂର୍ଣ୍ଣ ସହଯୋଗ ମିଳିବ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ସଂକଳ୍ପ ନେବେ।
ମୀନ- ଚାକିରି କ୍ଷେତ୍ରରେ ସମ୍ମାନ ଓ ପଦୋନ୍ନତିର ଯୋଗ ରହିଛି । ଗୃହକୁ ବନ୍ଧୁଙ୍କ ଆଗମନ ହୋଇପାରେ। ବ୍ୟବସାୟରେ ଲାଭ ଯୋଗ ରହିଛି। ମିଳୁନଥିବା ଧନ ପ୍ରାପ୍ତି ହେବ। ବିଦ୍ୟାର୍ଥୀମାନେ ଅମନଯୋଗୀ ହୋଇପାରନ୍ତି। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।
ଜ୍ୟୋତିର୍ବିଦ ସିଦ୍ଧାର୍ଥ ଶେଖର ନାୟକ
ଯୋଗାଯୋଗ- 8249826682