scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନୂଆ ବ୍ୟବସାୟରେ ଲାଭ ହେବ; କାର୍ଯ୍ୟ ତତ୍ପର ରହିବେ

26/10/2022 at 8:59 PM

ମେଷ – ବିଳାସ ଉପକରଣ କ୍ରୟକରିବା ସକାଶେ ଘରୁ ବରାଦପାଇପାରନ୍ତି। ଆପଣ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ଦୃଷ୍ଟିକୋଣରୁ ବିଚାର କରିପାରନ୍ତି। ଉପରିସ୍ଥଙ୍କ ଆଦେଶପ୍ରାପ୍ତ ହୋଇ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି।

ଶୁଭ ରଙ୍ଗ ଲାଲ୍, ଶୁଭ ଅଙ୍କ ୮

ଚାଷୀ- ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।

ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।

ଛାତ୍ରଛାତ୍ରୀ- ପାଠପଢା ପ୍ରତି ସଜାଗ ରହିବେ ।

କର୍ମଜୀବି- ଅର୍ଥ ହାନୀ ହେବ ।

ବ୍ୟବସାୟୀ- ସଫଳତା ହାତଛଡା ହୋଇଯିବ ।

ଗୃହିଣୀ- ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।

ବୃଷ – ପରୋକ୍ଷ ଶତ୍ରୁତା ଯୋଗୁ କର୍ମକ୍ଷେତ୍ର ବିବାଦୀୟ ହୋଇଉଠିବା ଆଶଙ୍କା ରହିଛି। ଆସନ୍ତାକାଲିର ଆନୁଷ୍ଠାନିକକାମ ସକାଶେ ବିଶେଷ ଭାବେ ଧାଁ ଧପଡ କରିବାକୁ ପଡିବ ।କୌଣସି ବନ୍ଧୁଙ୍କ ସକାଶେ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହୋଇପାରେ।

ଶୁଭ ରଙ୍ଗ ପିଙ୍କ୍, ଶୁଭ ଅଙ୍କ ୨ ।

ଚାଷୀ- ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।

ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।

ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।

କର୍ମଜୀବି- ସମ୍ମାନିତ ହେବେ ।

ବ୍ୟବସାୟୀ- ଅର୍ଥ ହାନୀ ହେବ ।

ଗୃହିଣୀ- ସୁଖ ଅନୁଭବ କରିବେ ।

ମିଥୁନ – ଆଜି ଯାହା କିଛି କିବେ ସେଥିରେ ସାମାନ୍ୟବ୍ୟତିକ୍ରମ ଦେଖା ଦେଇପାରେ । ପରିସ୍ଥିତିକୁ ଆଖିଆଗରେରଖି ଇଚ୍ଛା ନ ଥିଲେ ସୁଧା ହଠାତ୍ ଦୁରକୁ ଯିବାକୁ ପଡିବ ।ଆର୍ଥିକ ଅନଟନ ଲାଗି ରହିବା କାରଣରୁ ବିଚଳିତ ବୋଧ କରିପାରନ୍ତି ।

ଶୁଭ ରଙ୍ଗ ୟେଲୋ, ଶୁଭ ଅଙ୍କ ୬ ।

ଚାଷୀ- ଜଳ ସଞ୍ଚୟ କରନ୍ତୁ ।

ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।

ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।

କର୍ମଜୀବି- ଅର୍ଥ ହାନୀ ହେବ ।

ବ୍ୟବସାୟୀ- ସଫଳତା ମିଳିବ ।

ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।

କର୍କଟ – ପୂର୍ବ ଶତ୍ରୁତା ପ୍ରତି ସତର୍କ ରହି କାମ କରିବା ଭଲହେବ । ମୁହଁ ଖୋଲିଲେ ପାଖ ପଡୋଶୀଙ୍କ ସାହାର୍ଯ୍ୟ ସହ-ଯୋଗରଅଭାବ ରହିବ ନାହିଁ । କେତେକ ଅପ୍ରୀତିକର ପରିସ୍ଥିତି ସାମନାକରି ଆଜି ପରିବାରର କୌଣସି ବ୍ୟକ୍ତିଙ୍କ ମନରେ ସରସତା ଆଗ ଭଳି ରହିବ ନାହିଁ ।

ଶୁଭ ରଙ୍ଗ ଗ୍ରୀନ୍,  ଶୁଭ ଅଙ୍କ ୯ ।

ଚାଷୀ- ଚାଷରେ ଉନ୍ନତି ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।

ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।

କର୍ମଜୀବି- କାର୍ଯ୍ୟ ତତ୍ପର ରହିବେ ।

ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ ।

ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।

ସିଂହ – ସାଧାରଣ ଘଟଣାରେ ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିବେ । ଆଗାମୀ ସମୟରେ ପରିସ୍ଥିତି ବିଷୟକୁନେଇ ଖସଡା ପ୍ରସ୍ତୁତ କରିପାରନ୍ତି । ବହୁତ ଦିନ ପରେଖୋଜୁଥିବା ଜିନିଷ ସନ୍ଧାନ ଡେରିରେ ମିଳିବ ।

ଶୁଭ ଅଙ୍କ ପିଚ୍ । ଶୁଭ ଅଙ୍କ ୩ ।

ଚାଷୀ- ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।

ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।

ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।

କର୍ମଜୀବି- ଉନ୍ନତିର ମାର୍ଗ ମିଳିବ।

ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ।

ଗୃହିଣୀ- ନୂଆବସ୍ତ୍ର ଲାଭ ହେବ।

କନ୍ୟା – ମନୋବଳ ବୃଦ୍ଧି ପାଇବା କାରଣରୁ କର୍ମକ୍ଷେତ୍ରରେଅଗ୍ରଗାମୀ ହେବେ। ବିଭିନ୍ନ ପ୍ରକାରର କାରଣକୁ ନେଇମାନସିକ ସ୍ଥିତି ସେତେଟା ଭଲ ରହି ନ ପାରେ। ତରବର ନ ହୋଇ ଧୀରସ୍ଥିର ମନ ନେଇ କାମ କଲେ ସମସ୍ୟାର ସରଳ ସମାଧାନ ହେବ ।

ଶୁଭ ରଙ୍ଗ ନୀଳ, ଶୁଭ ଅଙ୍କ ୭ ।

ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।

ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।

କର୍ମଜୀବି- ସହଯୋଗ ମିଳିବ ।

ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍ କୁ ହାତଛଡା କରନ୍ତୁ ନାହିଁ ।

ଗୃହିଣୀ- ଧର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ ।

ତୁଳା – ପରିବାର ଭିତରେ ବସନ ଭୂଷଣ ପ୍ରଭୃତି କ୍ରୟ କରିବାନେଇ ସମସ୍ୟା ଦେଖା ଦେଇପାରେ । ବିଭିନ୍ନ ପ୍ରକାରର ଅସୁବିଧା

ବିତରେ ଗତି କରୁଥିବାରୁ ଧୀରେ ଧୀରେ ମାନସିକ ଅବସ୍ଥା ଖରାପ ଦିଗକୁ ଗତି କରିବ ।

ଶୁଭ ରଙ୍ଗ ପିଚ୍, ଶୁଭ ଅଙ୍କ ୧

ଚାଷୀ- ଜମିରୁ ବର୍ଷା ପାଣି ବାହାରିବାର ବ୍ୟବସ୍ଥା କରନ୍ତୁ ।

ରୋଗୀ- ଆର‌୍ୟୁରବେଦୀ ଚିକିତ୍ସା ଲାଭ ଦେବ ।

ଛାତ୍ରଛାତ୍ରୀ- ବ୍ୟାୟାମ୍ କରନ୍ତୁ ।

କର୍ମଜୀବି- ଜଳଯାତ୍ରା ମନା ।

ବ୍ୟବସାୟୀ- ମଧୁରଭାଷୀ ହେବେ ।

ଗୃହିଣୀ- ଭାଗ୍ୟଶାଳୀ ହେବେ ।

ବିଛା – ବନ୍ଧୁଙ୍କ ସହ ପାରସ୍ପରିକ ଅସହଯୋଗ କେତେକ ସାଧାରଣସମସ୍ୟା ସୃଷ୍ଟି କରିବ । ପାରିବାରିକ କ୍ଷେତ୍ରର କୌଣସି ଅତୀତଘଟଣା ମନକୁ ବାରମ୍ବାର ଆଲୋଡିତ କରିବ। ଏମିତି କେତେକ ପରିସ୍ଥିତି ଭିତରେ ଚଳିବାକୁ ବାଧ୍ୟ ହେବେ ।

ଶୁଭ ରଙ୍ଗ କ୍ରୀମ୍, ଶୁଭ ଅଙ୍କ ୭ ।

ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।

ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।

କର୍ମଜୀବି- କାର୍ଯ୍ୟ ତତ୍ପର ରହିବେ ।

ବ୍ୟବସାୟୀ- ଅର୍ଥ ଲାଭ ହେବ ।

ଗୃହିଣୀ- ସୁଖ ଅନୁଭବ କରିବେ ।

ଧନୁ – ସାମନ୍ୟ ବିଳମ୍ବ ହେଲେ ମଧ୍ୟ ହାତକୁ ନେଇଥିବା କାମ ଅଟକିରହିବ ନାହିଁ । ସାମାଜିକ ସ୍ତରର ପ୍ରତିଯୋଗିତାରେ ସଫଳତାଯୋଗୁ ମନ ଖୁସି ରହିବ । ଘରର ବରାଦ ଅନୁଯାୟୀ ଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିବାକୁ ବାଧ୍ୟ ହେବେ।

ଶୁଭ ରଙ୍ଗ ମେରୁନ୍, ଶୁଭ ଅଙ୍କ ୫ ।

ଚାଷୀ- ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ ।

ରୋଗୀ- ୟୋଗା କରନ୍ତୁ ।

ଛାତ୍ରଛାତ୍ରୀ- ମନରେ ଗର୍ବ ଭାବ ଆସିବ ।

କର୍ମଜୀବି- ପ୍ରଶଂସିତ ହେବେ ।

ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।

ଗୃହିଣୀ- ଧର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ ।

ମକର – କର୍ମକ୍ଷେତ୍ରରେ କେତେକ ଫାଇଲ୍ କାମ ସକାଶେଅସୁବିଧାରେ ପଡି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଜଣେ ବନ୍ଧୁଙ୍କ ସାହାର୍ଯ୍ୟରେ ଆଜିର କାମଗୁଡିକ ସୁବିଧାରେ ସମ୍ପନ୍ନ ହୋଇଯିବ । ପାଖ ପଡୋଶୀଙ୍କ ସହଯାତ୍ରୀ ହୋଇ ଆଜି ସୁଖଭ୍ରମଣ ଯୋଗ ରହିଛି ।

ଶୁଭ ରଙ୍ଗ ପିଙ୍କ୍,  ଶୁଭ ଅଙ୍କ ୨

ଚାଷୀ- ଅଧିକା ପାଣିରୁ , ହିନସ୍ତା ହୋଇପାରନ୍ତି ।

ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।

ଛାତ୍ରଛାତ୍ରୀ- ବହୁ ପରିଶ୍ରମ କରିବାକୁ ପଡିବ ।

କର୍ମଜୀବି- କର୍ମ କ୍ଷେତ୍ରରେ ଉନ୍ନତି ମିଳିବ ।

ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।

ଗୃହିଣୀ- ମିତ୍ର ସୁଖ ପାଇବେ ।

କୁମ୍ଭ – ଆନୁଷ୍ଠାନିକ କିମ୍ବା ସାମାଜିକ କାମରେ ଖଟଣିବଢିଯିବ । ଆତ୍ମୀୟସ୍ୱଜନଙ୍କ ସହାୟତାରେ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ ।

ଶୁଭ ରଙ୍ଗ ନୀଳ, ଶୁଭ ଅଙ୍କ ୬ ।

ଚାଷୀ- ଅନ୍ୟ ଚାଷ କରିବାକୁ ମନ ବଳାଇବେ ।

ରୋଗୀ- ଚକ୍ଷୁ ପୀଡା ହେବ ।

ଛାତ୍ରଛାତ୍ରୀ- ମିତ୍ରଙ୍କ ସହଯୋଗ ମିଳିବ ।

କର୍ମଜୀବି- ସୁରୁଖୁରୁରେ କାର୍ଯ୍ୟ କରିବେ ।

ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ ।

ଗୃହିଣୀ- ଧାର୍ମିକ ହେବେ ।

ମୀନ – ବ୍ୟବସାୟ, ପରିବହନ ଓ ଯାତ୍ରା ରେ ସୁଫଳ ପାଇବା ଆଶାରହିଛି । ପ୍ରତ୍ୟେକ କ୍ଷେତ୍ରରେ ସତର୍କରେ ନ ଚଳିଲେ ବିବାଦ ଭିତରକୁ ଟାଣି ହୋଇଯିବେ । ପୁନଶ୍ଚ ଏକାଧିକ କାମରେ ହାତଦିଅନ୍ତୁ ନାହିଁ । ।

ଶୁଭ ରଙ୍ଗ ଧଳା,  ଶୁଭ ଅଙ୍କ ୩

ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।

ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।

କର୍ମଜୀବି- ଅର୍ଥ ହାନୀ ହେବ ।

ବ୍ୟବସାୟୀ- ଅର୍ଥ ହାନୀ ହେବ ।

ଗୃହିଣୀ- ସୁଖଭାରା ଦିନଟି ।

   Related Posts