suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସମ୍ବଲପୁର : ବିଶାଳଖିଣ୍ଡା କେନାଲରେ ଗାଡି ଓଲଟି ୭ଜଣଙ୍କ ମୃତ୍ୟୁ : ଘଟଣାସ୍ଥଳରେ ଏକ୍ସପର୍ଟ ଟିମ୍‌ର ତଦନ୍ତ
  • ||
  • ଭୁବନେଶ୍ବର : ପ୍ଲାଷ୍ଟିକ୍ ବ୍ୟବହାର ନେଇ ୟୁନିଟ୍ ୧ ମାର୍କେଟ୍‌ରେ ବିଏମ୍‌ସି ଚଢଉ, ୩ଟି ହୋଲସେଲ୍ ଦୋକାନ ସିଲ୍
  • ||
  • ଟାଙ୍ଗୀ : ଟ୍ୟୁସନ୍ କରିବାକୁ ଯାଇ ୪ ମାସର ଗର୍ଭବତୀ ୧୨ ବର୍ଷର ନାବାଳିକା ! ଅଭିଯୁକ୍ତ ଅଟକ
  • ||
  • ବାଙ୍କୀ : ପଶ୍ଚିମା ଝଡ ପ୍ରଭାବ : ଭୁଶୁଡ଼ିଲା ବାଙ୍କୀ ସ୍ଵୟଂ ଶାସିତ ମହାବିଦ୍ୟାଳୟର ନବନିର୍ମିତ ଦର୍ଶକ ଗ୍ୟାଲେରୀ
  • ||
  • ଭୁବନେଶ୍ବର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୁଳିଆକୁ ଗଡିବ
  • ||
  • ଭୁବନେଶ୍ବର : ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
  • ||
  • ପୁରୀ : ପୁରୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ : ବାଇକ୍‌ରେ ନିଆଁ ଲଗାଇଦେଲେ
  • ||
  • ବାଲିପାଟଣା : ‘ମୋ ପରିବାରର ମୋତେ ମାରିବାକୁ ଚେଷ୍ଟା କରୁଛନ୍ତି…’ ଏମିତି କିଛି ଭିଡିଓରେ କହି ଆତ୍ମହତ୍ୟା କଲେ ଯୁବକ !
  • ||
  • ୮୮ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଓଡ଼ିଶା, ୧୯୩୬ରେ ଗଠନ ହୋଇଥିଲା ପ୍ରଥମ ଭାଷା ଭିତିକ ରାଜ୍ୟ
  • ||
  • ସୋର : ଦୁଇ ଦୁର୍ଘଟଣାରେ ୩ ଜଣ ଆହତ, ଉତ୍ତ୍ୟକ୍ତଲୋକଙ୍କ ରାସ୍ତାରୋକ
  • ||

ଘାତଚନ୍ଦ୍ର ହେତୁ ସତର୍କ ରୁହନ୍ତୁ; ଉଚ୍ଚାଭିଳାଶୀ ହେବେ

15/03/2023 at 8:12 PM

ମେଷ:~ ଆଜି ଦିନଟି ବିଶ୍ରାମ କରିବେ ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଭଲ। ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ମିଶ୍ର ଫଳ ଦେବ। ଦୁଃଖ ଥିଲେ ଆଜି ସୁଖ ଅନୁଭବ କରିବେ। ବ୍ୟବସାୟ ମଧ୍ୟମ ଫଳ ପ୍ରଦାନ କରିବ। କର୍ମକ୍ଷେତ୍ରରେ ଲାଭବାନ ହେବେ।

ବୃଷ:~ ଶରୀର ପୀଡ଼ା ପରି ସମସ୍ୟା ଆଜି ଆପଣଙ୍କୁ ଦେଖା ଦେବ। ଏକାଗ୍ରତାର ଅଭାବ ରହିବ ଏବଂ ମନ କୌଣସି କାର୍ଯ୍ୟରେ ନିୟୋଜିତ ହୋଇପାରିବ ନାହିଁ। ଅଧିକ ଅଳସୁଆମି ଅନୁଭବ କରିବେ। କିଛି ଅଘଟଣ ଘଟିବାର ସମ୍ଭାବନା ମଧ୍ୟ ଅଛି।

ମିଥୁନ:~ ଭୋଗ ବିଳାସ ପାଇଁ ଦିନଟି ଉତ୍ତମ ରହିଛି। ଆମୋଦ ପ୍ରମୋଦ ଲାଗି ରହିବ। ଆଜି ଟଙ୍କା ସହ ଜଡିତ କିଛି ବିପଦକୁ ଏଡାନ୍ତୁ, ନଚେତ୍ ଏହା ଏକ ବିପର୍ଯ୍ୟୟ ହୋଇପାରେ। ଅଭିଳାଷ ବୃଦ୍ଧି ପାଇବ କିନ୍ତୁ ସେହି ଅନୁଯାୟୀ ଫଳାଫଳ ପାଇବାକୁ ସମୟ ଲାଗିବ।

କର୍କଟ:~ ଦୃଢ଼ମନା ହୋଇ ସବୁ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। ବିଦ୍ୟାର୍ଥୀମାନେ ଆଜି ମନୋରଞ୍ଜନ କରି ସମୟ ଅତିବାହିତ କରିବେ। ବ୍ୟବସାୟୀମାନେ କାମ କରିବାକୁ ନୂଆ ସୁଯୋଗ ପାଇବେ କିନ୍ତୁ ସେମାନେ ଏତେ ଲାଭବାନ ହେବେ ନାହିଁ।

ସିଂହ:~ ପର ଚର୍ଚ୍ଚା କରି ସମୟ ନଷ୍ଟ କରିବେ। ସରକାରୀ କର୍ମଚାରୀମାନେ ସେମାନଙ୍କ କାର୍ଯ୍ୟ ପ୍ରତି ବିମୁଖ ହେବେ। କିଛି ଘର କାମ ବିଷୟରେ ଭାଇ କିମ୍ବା ଭଉଣୀ ସହିତ ଯୁକ୍ତିତର୍କ ହେବ। ବିଦ୍ୟାର୍ଥୀମାନେ ସକାରାତ୍ମକ ଚିନ୍ତାଧାରାରେ ରହିବେ। 

କନ୍ୟା:~ ପରିବାର କିମ୍ବା କର୍ମ କ୍ଷେତ୍ରରେ ବାଦବିବାଦ ଲାଗି ରହିବ। ଘରର ରୀତିନୀତିରେ ବ୍ୟସ୍ତ ରହିବେ ଏବଂ ସମ୍ପର୍କୀୟଙ୍କ ଘରକୁ ମଧ୍ୟ ଯାଇପାରନ୍ତି। ଆଜି ଆପଣ ଆପଣଙ୍କ ଆଚରଣରେ ପରିବର୍ତ୍ତନ ଆଣନ୍ତୁ ଏବଂ ସମସ୍ତଙ୍କ ସହିତ ଭଲ ମନୋଭାବ ରଖନ୍ତୁ।

ତୁଳା:~ ଆଜି ଆପଣଙ୍କ ରାଶିରେ ଘାତଚନ୍ଦ୍ର। ଯାନବାହାନରେ ସତର୍କତା ଅବଲମ୍ବନ କରନ୍ତୁ। ଯୋଗ୍ୟତା ବୃଦ୍ଧି ହେବ ଏବଂ କ୍ୟାରିୟର ସମ୍ବନ୍ଧରେ ନୂତନ ଆଶା ସୃଷ୍ଟି ହେବ। ଯଦି ଆପଣ ଏକ ନୂତନ ଚାକିରି ପାଇଁ ଆବେଦନ କରିଛନ୍ତି, ତେବେ ଆପଣ ସେଠାରୁ ଭଲ ଖବର ଶୁଣିବାକୁ ପାଇବେ।

ବିଛା:~ ମନ ସାଧାରଣତଃ ଅଶାନ୍ତ ରହିବ। ଅପରାହ୍ନରେ ଅଙ୍ଗ ରେ ଯନ୍ତ୍ରଣା ବଢିପାରେ। ପରିବାରରେ କିଛି ପ୍ରସଙ୍ଗରେ ସାମାନ୍ୟ ମତଭେଦ ହେବ, କିନ୍ତୁ ଏହା ଠିକ ସମୟରେ ସମାଧାନ ହେବ। ଆର୍ଥିକ ର୍କ୍ଷେତ୍ରରେ ଲାଭ ହେବ।

ଧନୁ:~ ଆଜି ଆପଣଙ୍କ ରାଶିରେ ଶ୍ରୀଚନ୍ଦ୍ର। ମାନସିକ ସ୍ଥିତି ଠିକ୍ ରହିବ। ସମୟର ଅଧିକ ଅପବ୍ୟବହାର ହେବ କିନ୍ତୁ ଆପଣ ଅଧିକ କିଛି କରିବାକୁ ସମର୍ଥ ହେବେ ନାହିଁ। ପିଲାମାନଙ୍କଠାରୁ କିଛି ବିଷୟରେ ଖୁସି ହେବ। ବ୍ୟବସାୟ ଲାଭଜନକ ହେବ।

ମକର:~ ଆଜି ଅଯଥା ଖର୍ଚ୍ଚାନ୍ତ ହେବାର ଯୋଗ ରହିଛି। ଜୀବନ ସାଥୀ ପ୍ରତି ଆକର୍ଷଣର ଭାବନା ବୃଦ୍ଧି ପାଇବ ଏବଂ ସେମାନେ ମଧ୍ୟ ଆପଣଙ୍କ ପ୍ରତି ଆକର୍ଷିତ ହେବେ। ବ୍ୟବସାୟରେ ଆୟର ପରିମାଣ କାମ ରହିବ। ବିଦ୍ୟାର୍ଥୀମାନେ ଅମନଯୋଗି ହେବେ।

କୁମ୍ଭ:~ ଆୟ ବହୁ କଷ୍ଟ ରେ ଉପାର୍ଜନ ହେବ। ଅନେକ ନୂତନ ଚିନ୍ତାଧାରା ଆପଣଙ୍କ ମନରେ ପ୍ରବେଶ କରିବ ଏବଂ ଆପଣ ମଧ୍ୟ ସେମାନଙ୍କ ଉପରେ ଆଗକୁ ବଢ଼ାଇବାକୁ ଚିନ୍ତା କରିବେ। ନୂତନ କର୍ମସଂସ୍ଥାନ ପ୍ରାପ୍ତିର ଯୋଗ ମଧ୍ୟ ରହିଛି।

ମୀନ:~ ଆଜି ଅଧିକ ପରିଶ୍ରମ ଯୋଗୁଁ ଦେହ କଷ୍ଟ ହେବ। ପିଲାମାନଙ୍କ ପାଇଁ ଦିନଟି ବହୁତ୍ ଭଲ ଏବଂ ସେମାନଙ୍କ ପାଇଁ କିଛି ନୂଆ କରିବାର କଳ୍ପନା ମଧ୍ୟ ମନକୁ ଆସିବ। ଘରେ ପରିବେଶ ସକରାତ୍ମକ ହେବ ଏବଂ ଆପଣ ମଧ୍ୟ ଆପଣଙ୍କ ଚାରିପାଖରେ ଶାନ୍ତି ଅନୁଭବ କରିବେ।

ଯ୍ୟୋତିର୍ବିଦ୍‌:~ ସିଦ୍ଧାର୍ଥ ଶେଖର ନାୟକ (ଯାଜପୁର)

   Related Posts