ପାରିବାରିକ ଜୀବନ ସୁଖମୟ ହେବ; ନୂତନ ଚାକିରିର ଯୋଗ ଅଛି
24/02/2023 at 9:00 PM

ମେଷ:~ ସଫଳତା ହାସଲ ହେବ। ପୂର୍ବରୁ ବନ୍ଦ ହୋଇଥିବା କାର୍ଯ୍ୟ ସମାପ୍ତ ହେବ। ଭାଇଙ୍କ ସହିତ ବିବାଦ ହୋଇପାରେ। ଛାତ୍ରମାନେ ଏକ ଏକାଗ୍ର ମନ ସହିତ ଶିକ୍ଷା ପାଇବାକୁ ଚେଷ୍ଟା କରିବା ଉଚିତ୍। ପ୍ରେମ ସମ୍ପର୍କରେ ମନୋମାଳୀନ୍ୟ ଦେଖାଦେବ।
ବୃଷ:~ ବୃଷ ରାଶି ବ୍ୟକ୍ତିବିଶେଷ ଙ୍କ ପାଇଁ ଆଜି ଦିନଟି ପ୍ରଭାବଶାଳୀ ରହିବ। ଭୂମି କ୍ରୟ କରିବେ। କର୍ମ କ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସମର୍ଥନ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ। ବିଦ୍ୟାର୍ଥୀ ମାନେ ସଫଳତା ପାଇବେ।
ମିଥୁନ:~ ଆଜି ନୂଆ ରୋଜଗାରର ପନ୍ଥା ପାଇବେ। ରାଜନୀତି ରେ ସଫଳ ହେବେ। ବ୍ୟବସାୟରେ ଲାଭ ହେବ। ନୂତନ ଚାକିରିର ଯୋଗ ଅଛି। ମିଳୁନଥିବା ଟଙ୍କା ଫେରି ପାଇବେ। ଘରେ ଖୁସିର ପରିବେଶ ରହିବ। ବିଦ୍ୟାର୍ଥୀ ଉପକୃତ ହେବେ।
କର୍କଟ:~ ଆଜି କାମ କରିବା ସମୟରେ ସାବଧାନ ରୁହନ୍ତୁ। ଚୋରି ହେବାର ଭୟ ଥିବାରୁ ମୂଲ୍ୟବାନ ସାମଗ୍ରୀର ଯତ୍ନ ନିଅନ୍ତୁ। ସନ୍ଧ୍ୟା ସୁଦ୍ଧା କିଛି ଭଲ ଖବର ପାଇ ଖୁସି ଅନୁଭବ କରିବେ। ମନରେ ଶାନ୍ତି ରହିବ ଚାକିରି ଏବଂ ବ୍ୟବସାୟରେ ନୂତନ ସୁଯୋଗ ମିଳିବ।
ସିଂହ:~ ଦିନଟି ଖୁସି ରେ କଟିବ। ପରିବାରର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଚାକିରିରେ ଚାପ ବୃଦ୍ଧି ପାଇବ। ଲାଗିଥିବା ସମସ୍ୟାର ସମାଧାନ ହେବ। ବ୍ୟବସାୟରେ ଅଳ୍ପ ପରିଶ୍ରମରେ ଅଧିକ ଲାଭ ଯୋଗ ରହିଛି। ବିଦ୍ୟାର୍ଥୀମାନେ ସାମାନ୍ୟ ଚିନ୍ତା ରେ ରହିବେ।
କନ୍ୟା:~ ଆଜି ଆପଣ କାମ କରିବାକୁ ନୂଆ ସୁଯୋଗ ପାଇବେ। ସମସ୍ୟାର ସମାଧାନ ହେବ। ପରିବାର ସଦସ୍ୟ ସାହାଯ୍ୟ କରିବେ। ପୁରୁଣା ବନ୍ଧୁଙ୍କୁ ଭେଟି ଖୁସି ଅନୁଭବ କରିବେ। ବ୍ୟବସାୟରେ କ୍ଷତି ହେବ। ବିଦ୍ୟାର୍ଥୀମାନଙ୍କର ଭ୍ରମଣ ଯୋଗ ରହିଛି।
ତୁଳା:~ ମୂଲ୍ୟବାନ ବସ୍ତୁ କ୍ରୟ କରିବେ। ବ୍ୟବସାୟରେ ଉନ୍ନତି ହେବ। ପତି-ପତ୍ନୀଙ୍କ ସମର୍ଥନରେ ପରିବାର ଆଗକୁ ବଢିବ। ଏକ ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଭଲ ରହିଛି। ଚାକିରି କ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦ ହେବ।
ବିଛା:~ ଦିନଟି ମିଶ୍ର ଫଳ ପ୍ରଦାନ କରିବ। ଅଟକି ଥବା କାର୍ଯ୍ୟ ଶେଷ ହେବ। ଭ୍ରମଣ ଯୋଗ ରହିଛି। ସାମାଜିକ କାର୍ଯ୍ୟରେ ଜଡିତ ହେବେ। ସମ୍ମାନ ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ। ଚାକିରି ବିଷୟରେ ଚିନ୍ତିତ ହେବେ। ବିଦ୍ୟାର୍ଥୀମାନେ ସଫଳତା ଅର୍ଜନ କରିବେ।
ଧନୁ:~ ଆଜି ସମସ୍ତ କାର୍ଯ୍ୟ ସହଜରେ ସମାପ୍ତ ହେବ। ବ୍ୟବସାୟରେ ସମସ୍ୟା ସମାପ୍ତ ହେବାର ସମ୍ଭାବନା ଅଛି। ସାଙ୍ଗମାନଙ୍କୁ ସାହାଯ୍ୟ କରିବେ। ଚାକିରି କ୍ଷେତ୍ରରେ ଉଚ୍ଚ ପଦବି ମିଳିବ। ଦମ୍ପତିମାନେ ଭ୍ରମଣରେ ଯାଇ ପାରନ୍ତି। ବିଦ୍ୟାର୍ଥୀ ଆଶାବାଦୀ ହେବେ।
ମକର:~ ଆପଣ ଆଜି ଭଲ ସୁଯୋଗ ପାଇପାରିବେ। ପରିବାରରେ ଯଥାସମ୍ଭବ ଶାନ୍ତ ରୁହନ୍ତୁ। ବ୍ୟବସାୟରେ ସମନ୍ୱୟ ରକ୍ଷା କରନ୍ତୁ। ନୂଆ ଦ୍ରବ୍ୟ କ୍ରୟ କରିବାକୁ ଚିନ୍ତା କରିବେ। ଚାକିରିରେ ମନୋମାଳିନ୍ଯ ଦେଖା ଦେଇପାରେ। ଦାମ୍ପତ୍ୟ ଜୀବନ ମଧ୍ୟମ ରହିବ।
କୁମ୍ଭ:~ ଆଜି ଆପଣ ବିନା କାରଣରେ ଚିନ୍ତିତ ହେବେ। ବ୍ୟବସାୟରେ ସାବଧାନ ରୁହନ୍ତୁ। ବିପଦପୂର୍ଣ୍ଣ କାର୍ଯ୍ୟକଳାପରୁ ଦୂରରେ ରୁହନ୍ତୁ। ଭଲ ସୁଯୋଗର ଲାଭ ଉଠାଇବାକୁ ଚେଷ୍ଟା କରନ୍ତୁ। ପାରିବାରିକ ସୁଖ ଏବଂ ସନ୍ତୁଷ୍ଟ ହେବ।
ମୀନ:~ ଅଜି ସନ୍ଧ୍ୟାରେ ଖୁସି ଖବର ପାଇ ଆତ୍ମସନ୍ତୋଷ ଲାଭ କରିବେ। କର୍ମକ୍ଷେତ୍ରରେ ସଫଳତାର ସମ୍ଭାବନା ଅଛି। ଆଜି ହଠାତ୍ ଧନ ପ୍ରାପ୍ତି ର ଯୋଗ ଅଛି। ବ୍ୟବସାୟରେ ଲାଭର ବିଶେଷ ସମ୍ଭାବନା ରହିଛି। ବିଦ୍ୟାର୍ଥୀମାନେ ଦୂର ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି।