ପାଣିରେ ଓଦା ହେବାପରେ ଆପଣଙ୍କ ଆଙ୍ଗୁଳି ଏପରି ହୋଇଯାଉଛି କି : ତେବେ ପଢ଼ନ୍ତୁ ପୂରା ଖବର

Published By : Prameya-News7 Bureau | July 09, 2019 IST

ଅଧିକାଂଶ ଥର ଆପଣ ଦେଖିଥିବେ ଯେ ଯେତେବେଳେ ଆ ମେ ଦୀର୍ଘ ସମୟ ଯାଏଁ ଲୁଗା ସଫା କରିଥାଆନ୍ତି କିମ୍ବା ଆପଣଙ୍କ ଆଙ୍ଗୁଳି ଦୀର୍ଘ ସମୟ ଯାଏଁ ପାଣିରେ ବୁଡ଼ାଇ ରଖୁଛନ୍ତି ତେବେ ଆପଣଙ୍କ ହାତ ଏବଂ ଗୋଡ଼ର ଆଙ୍ଗୁଳି ଶତା ପଡ଼ିଯାଇଥାଏ। ଆପଣ କେବେ ଭାବିଛନ୍ତି କି ଏହା ପଛରେ କ’ଣ କାରଣ ରହିଛି। ଆସନ୍ତୁ ଜାଣିବା

ପାଣିରେ ବେଶୀ ସମୟ ରହିଲେ ଆଙ୍ଗୁଳି ଶେତା ପଡ଼ିଯିବାର କାରଣ ହେଉଛି ଅଟୋମୋନସ ନର୍ଭସ ସିଷ୍ଟମ୍। ବେଶୀ ସମୟ ଆଙ୍ଗୁଳି ପାଣିରେ ରଖିବା ଦ୍ବାରା ଭାସୋକଣ୍ଟ୍ରିକ୍ସନ ଯୋଗୁଁ ଆଙ୍ଗୁଳିର ମାଂସ ଗୋଟିଏ ସ୍ଥାନରୁ ଖସିଯାଇଥାଏ ଏବଂ ଆଙ୍ଗୁଳି ଶେତା ପଡ଼ିଯାଇଥାଏ।

ପ୍ରକୃତରେ ପାଣିରେ ଓଦା ହେବା ପରେ ଆଙ୍ଗୁଳି ଶେତା ପଡ଼ିଯିବା ଫଳରେ ଲୋକେ ଚିନ୍ତିତ ହୋଇଥାଆନ୍ତି। କିନ୍ତୁ ଆଙ୍ଗୁଳି ଶେତା ପଡ଼ିବା ଉତ୍ତମ ସ୍ବାସ୍ଥ୍ୟର ସଙ୍କେତ ବୋଲି କୁହାଯାଇଥାଏ। ଏହାର ଅର୍ଥ ଆମ ଅଟୋମୋନସ ନର୍ଭସ ସିଷ୍ଟମ ଭଲ ଭାବେ କାମ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.