ମୁମ୍ବାଇ ୧୪|୦୧: ବଲିଉଡ ଅଭିନେତ୍ରୀ କିମ୍ ଶର୍ମା ଏବେ କିଛି ଦିନ ହେବ ନିଜ ଆଫେୟର ପାଇଁ ଚର୍ଚ୍ଚାରେ ଅଛନ୍ତି। ହଟ ଓ ସୁନ୍ଦରୀ କିମ୍ ଅନେକ ସମୟରେ ତାଙ୍କ ପ୍ରେମିକ ସହ ବୁଲା ବୁଲି କରିବାରେ ଦେଖାଯାଉଛି । କିମ୍ଙ୍କ ପୁରା ନାଁ କିମ୍ ମିଶେଲ ଶର୍ମା। ବଲିଉଡରେ ପାଦ ଦେବା ପୂର୍ବରୁ କିମ୍ ମଡେଲିଂ କରୁଥିଲେ। ୧୯୮୦ ମସିହା, ଜାନୁଆରୀ ୨୧ ତାରିଖରେ ମହାରାଷ୍ଟ୍ରର ଅହମଦାନଗରରେ କିମ୍ଙ୍କର ଜନ୍ମ ହୋଇଥିଲା। କିମ୍ ସବୁବେଳେ ତାଙ୍କ ଫିଗର ପାଇଁ ଚର୍ଚ୍ଚାରେ ରୁହନ୍ତି। ଏହି କାରଣ ପାଇଁ ତାଙ୍କୁ ଅନେକ ଆଇଟମ ଗୀତର ଅଫର ଆସୁଥିଲା। ଶର୍ମା ଥରେ ସାଙ୍ଗ ସାଥିଙ୍କ ସହ ଦିଲ୍ଲୀ ଟ୍ରିପରେ ଯାଇଥିଲେ। ସେଠାରେ ସେ (close-up) ଟୁଥ ପେଷ୍ଟର ବିଜ୍ଞାପନ ପାଇଁ ଅଡିସନ ଦେଇଥିଲେ। ଅଡିସନରେ ତାଙ୍କୁ ଟୁଥପେଷ୍ଟ ବିଜ୍ଞାପନ ପାଇଁ ବଛା ଯାଇଥିଲା। ଏହା ପରେ ସନସିଲ୍କ, ପେପ୍ସି, ଟାଟା ସଫାରୀ, ପଣ୍ଡସ, ଫୟାର ଏଣ୍ଡ ଲଭଲୀ, କ୍ଲିନ ଏଣ୍ଡ କ୍ଲିୟର ଓ ଲିରିଲ ବିଜ୍ଞାପନରେ ତାଙ୍କୁ ଦେଖିବାକୁ ମିଳିଥିଲା।
{"id":73774,"width":604,"height":405}୨୦୦୦ ମସିହାର ବ୍ଲକବଷ୍ଟର ହିଟ ସିନେମା “ମହବତେଁ” କିମ୍ଙ୍କର ଡେବ୍ୟୁ ଚଳଚ୍ଚିତ୍ର ଥିଲା। ଏହି ଫିଲ୍ମରୁ ସେ ତାଙ୍କ ବଲିଉଡ କ୍ୟାରିଅର ଆରମ୍ଭ କରିଥିଲେ। ଏହା ସହ ଭାରତର ସେ ଓଲେ କମ୍ପାନୀର ବ୍ରାଣ୍ଡ ଆମ୍ବାସେଡର ମଧ୍ୟ ରହିସାରିଛନ୍ତି। କେବଳ ବଲିଉଡ ନୁହଁ ଶର୍ମା ଟଲିଉଡ ଇଣ୍ଡଷ୍ଟ୍ରିର ଅନେକ ତେଲଗୁ ସିନେମାରେ ଆଇଟମ ସଙ୍ଗ ଓ ଅଭିନୟ କରିଛନ୍ତି।
{"id":73775,"width":592,"height":350}କିମ୍ଙ୍କର ପ୍ରଥମ ବିବାହର ଛାଡପତ୍ର ପରେ ସେ ସାଉଥ ସୁପର ଷ୍ଟାର ହର୍ଷବର୍ଧନ ରାଣେଙ୍କ ସହ ରିଲେସନଶିପରେ ଅଛନ୍ତି। ୨୦୧୦ ମସିହାରେ କିମ୍ଙ୍କ ପ୍ରଥମ ବିବାହ ବିଜନେସ ମ୍ୟାନ ଅଲ୍ଲୀ ପଂଜାନୀଙ୍କ ସହ ହୋଇଥିଲା।
{"id":73776,"width":592,"height":592}ସବୁଠୁ ଅଧିକ ଆଫେୟର ପାଇଁ ଚର୍ଚ୍ଚାରେ ରହୁଥିବା କିମ୍ ବିବାହ ପୁର୍ବରୁ ମଧ୍ୟ ଅନେକ ରିଲେସନଶିପରେ ରହିଥିଲେ। ଫେମସ କ୍ରିକେଟ ତାରକା ୟୁବରାଜ ସିଂହଙ୍କ ସହ ମଧ୍ୟ ସମ୍ପର୍କରେ ଥିଲେ ଏହି ବଲିଉଡ ଅଭିନେତ୍ରୀ । ୟୁବରାଜଙ୍କ ସହ ବ୍ରେକ ଅପ ପରେ ଅଲ୍ଲୀଙ୍କୁ ବିବାହ କରିଥିଲେ କିମ୍। ଏବେ ସାଉଥ ସୁପର ଷ୍ଟାର ହର୍ଷବର୍ଧନ ରାଣେଙ୍କ ସହ ବେଶ ଚର୍ଚ୍ଚାରେ ଅଛନ୍ତି କିମ୍। କିଛି ଦିନ ପୂର୍ବରୁ ଉଭୟଙ୍କୁ ଏକାଠି ହର୍ଷଙ୍କ ବିଏମଡବ୍ଲୁ ବାଇକ୍ରେ ବୁଲାବୁଲି କରିବାର ଦେଖାଯାଇଛି। ବାଇକ୍ରେ ବସିବା ସମୟରେ କିମ୍ ବହୁତ ଟାଇଟ ଟି-ସର୍ଟ ପିନ୍ଧିବାର ସ୍ପଟ କରାଯାଇଛି। କିମ୍ ହଟ ଓ ସୁନ୍ଦର ଲାଗୁଥିଲେ ବୋଲି କୁହାଯାଉଛି।