AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ପରଭେଜ୍ ମୁଶାରଫ୍, ଚିକିତ୍ସାଧୀନ ଅବସ୍ଥାରେ ଦୁବାଇରେ ଦେହାନ୍ତ
  • ||
  • ବ୍ରହ୍ମପୁର : ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା, ୨୪୦ କିଲୋ ଗଞ୍ଜେଇ ଜବତ
  • ||

ଖୋର୍ଦ୍ଧା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ, ବ୍ରାଉନସୁଗାର ଜବତ, ୪ ଗିରଫ

13/12/2022 at 10:59 PM

ଖୋର୍ଦ୍ଧା,୧୩/୧୨: ବାଘମାରୀ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଅଟ୍ରି ନିକଟରେ ଥିବା ଖେଳ ପଡିଆରେ ବାଉନସୁଗାର ବେପାର ପାଇଁ ଡିଲ ହେଉଥିବା ବେଳେ ଚଢାଉ କରିଛି । ଏହି ଚଢାଉ ସମୟରେ ଗୁରୁଜଙ୍ଗର କାହ୍ନା ନାୟକକୁ ଗିରଫ କରିବା ସହ ତାଙ୍କ ଠାରୁ ୧୩.୩ ଗ୍ରାମର ବାଉନସୁଗାର ଜବତ କରଛି ପୋଲିସ୍‌ । ଡିଲ୍‌ ସମୟରେ ପୋଲିସ ଚଢାଉ କରିବାରୁ କଣ୍ଟାମଳିମ ଗ୍ରାମର ରବିନା ସାମନ୍ତରା ଓ ଭୋଗଡା ଗ୍ରାମର ଜୁଲୁ ଜେନା ଫେରାର ହୋଇଯାଇଥିବା ବାଘମାରୀ ପୋଲିସ ସୂଚନା ଦେଇଛି । କାହ୍ନା ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍‌ ।

ସେହିପରି ଜଙ୍କିଆ ପୋଲିସ ପକ୍ଷରୁ ଛଣଗିରୀ ଅଞ୍ଚଳରେ ଚଢାଉ କରି ୧୧.୯୩ ଗ୍ରାମର ବ୍ରାଉନସୁଗାର ଜବତ ସହ ଗୁରୁଜଙ୍ଗର ବାବୁଲ ନାୟକକୁ ପୋଲିସ ଗିରଫ କରିଛି । ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ପକ୍ଷରୁ ଗୁରୁଜଙ୍ଗ ଗିନି ଫାକ୍ଟ୍ରି ନିକଟରେ ଚଢ଼ାଉ କରି ୫୧ ଗ୍ରାମର ବ୍ରାଉନସୁଗାର ଜବତ କରିବା ସହ ଖୋର୍ଦ୍ଧା ଆଦର୍ଶ ଥାନା ଅଞ୍ଚଳର ରବିନ୍ଦ୍ର ବେହେରା ଓ ସଂଜୟ ସାହୁକୁ ଗିରଫ କରିଛି ପୋଲିସ।

   Related Posts