suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲେ ଅଧିକାରୀ
  • ||
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

କମେଣ୍ଟ ମରାକୁ ନେଇ ଖଣ୍ଡାରେ ଆକ୍ରମଣ, ଦୁଇଫାଳ ହୋଇଗଲା ଯୁବକଙ୍କ କାନ

4/12/2022 at 11:04 PM

ଜଟଣୀ, ୪/୧୨: କମେଣ୍ଟ ମରା ନେଇ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରାଯାଇଛିି । ଇମ୍ପୋଭିଲି ଥାନା ମଦନପୁର କଲେଜ ଛକଠାରେ ଠିଆ ହୋଇଥିବା ରିପନ ବଳିୟାରସିଂଙ୍କୁ ହଠାତ୍‌ ଏକ ବାଇକରେ ଜ୍ଞାନ ରଜନ ମାନସିଂ ଓରଫ ପିତୁଳ ଆସି ଆଶ୍ଳୀଳ ଭାଷାର ଗାଳିଗୁଲଜ କରିବା ସହ ଧକ୍କା ମାରିଥିବା ଅଭିଯୋଗ ହୋଇଛି । ପିପୁନ ଘଟଣା ସ୍ଥଳରେ ପଡ଼ିଯାଇ ଥିବା ବେଳେ ପିତୁଳ ସାଙ୍ଗରେ ଆଣିଥିବା ଏକ ଖଣ୍ଡାରେ ରିପନ ବେକରେ ଚୋଟ ମାରିବାକୁ ଯାଉଥିବା ବେଳେ ରିପନ ନିଜ ମୁଣ୍ଡକୁ ବୁଲେଇ ଦେବାରୁ, ଖଣ୍ଡା ରିପନର କାନମୁଣ୍ଡରେ ବାଜିଥିଲା ।

ଫଳରେ କାନ ଦୁଇଫାଳ ହେଇଯାଇଥିଲା । ଆକ୍ରମଣରୁ ଅଳ୍ପକେ ବର୍ତ୍ତୀଯାଇଥିଲେ ରିପନ l ଘଟଣା ସ୍ଥଳରେ ଆଖପାଖ ଲୋକ ପହଂଚି ଯିବାରୁ ପିତୁଳ ଖଣ୍ଡା ଓ ବାଇକ ନେଇ ଚମ୍ପଟ ମାରିଥିଲା l ଏନେଇ ଥାନାରେ ମାମଲା ରୁଜୁ ହୋଇଥିଲା । ଜ୍ଞାନରଜନ ମାନସିଂ ଓରଫ ପିତୁଳକୁ ଗିରଫ କରିଵା ସହ ଆକ୍ରମଣରେ ବ୍ୟବହାର କରିଥିବା ଖଣ୍ଡା ମଧ୍ୟ ପୋଲିସ ଜବତ କରିଛି l ଏ ନେଇ ଥାନାରେ IPC 341,324,326,307,ଓ 506 ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରଛି ପୋଲିସ l ପିତୁଳ ଆଗରୁ ମଧ୍ୟ ଗାଁରେ ବିଭିନ୍ନ ଝିଅ ମାନଙ୍କୁ କମେଣ୍ଟ ମରାଥିବା ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛିି ।

   Related Posts