Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାରଙ୍କ ସୂଚନା; ୟୁକ୍ରେନ୍ ଫେରନ୍ତା ଡାକ୍ତରୀ ଛାତ୍ରଙ୍କୁ MBBS ପରୀକ୍ଷା ପାସ୍ କରିବାକୁ ମିଳିବ ଥରେ ସୁଯୋଗ, ଦୁଇ ବର୍ଷ ଇଣ୍ଟର୍ଣ୍ଣସିପ୍ ବାଧ୍ୟତାମୁଳକ
  • ||
  • ଭଦ୍ରକ: ଶ୍ରୀରାମନବମି ପାଇଁ ମହିଳା ଶ୍ରଦ୍ଧାଳୁଙ୍କ ବିଶାଳ କଳଶ ଶୋଭାଯାତ୍ରା
  • ||
  • ପାଟଣା: ଅଟେଇ ସଂରକ୍ଷିତ ଜଙ୍ଗଲରୁ ଧରାପଡ଼ିଲେ ଧନୁତୀରଧାରୀ ୯ ଶୀକାରି
  • ||
  • ମେକ୍ସିକୋରେ ପ୍ରବାସୀ ଥଇଥାନ କେନ୍ଦ୍ରରେ ଭୟଙ୍କର ଅଗ୍ନିକାଣ୍ଡ; ୩୯ ମୃତ, ଏକାଧିକ ଆହତ
  • ||
  • ସୁନ୍ଦରଗଡ : ଆୟକର ଫାଙ୍କିବା ଅଭିଯୋଗ, ସୁନ୍ଦରଗଡ ସହରର ବିଭିନ୍ନ ସ୍ଥାନରେ ଚଢାଉ
  • ||
  • ବାଲେଶ୍ବର : ଅନ୍ବେଷା ଇନ୍ ଚିଟ୍ ଫଣ୍ଡ ମାମଲା : ଡାଇରେକ୍ଟରଙ୍କୁ ୫ବର୍ଷ ଓ ଅନ୍ୟ ୨ଜଣଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ
  • ||
  • ବଢ଼ିଲା ପାନ୍‌-ଆଧାର ଲିଙ୍କ ଅବଧି, ଏତିକି ସମୟ ଦେଲେ କେନ୍ଦ୍ର ସରକାର
  • ||
  • ଆନନ୍ଦପୁର: ଟଙ୍କା ନେଣଦେଣକୁ ନେଇ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ
  • ||
  • ପୁରୀ : ପୁରୀ ଷ୍ଟେସନରେ ଟଳିଲା ବଡ ଦୁର୍ଘଟଣା, ପୁରୀ-ଗୁଣୁପୁର ଟ୍ରେନ୍‌ର ଶେଷ ବଗି ଲାଇନଚ୍ୟୁତ
  • ||
  • ଲମତାପୁଟ: ଅତଡା ଖସି ୨ ମୃତ, ନଦୀକୁ ମାଟି କାଢିବାକୁ ଯାଇ ଚାଲିଗଲା ଜୀବନ
  • ||

ଭୂମିକମ୍ପ ପ୍ରଭାବରେ ବିପର୍ଯ୍ୟସ୍ତ ତୁର୍କୀକୁ ୧୦ କୋଟି ସହାୟତା ଦେଲା କେରଳ

18/03/2023 at 8:49 PM

ଥିରୁଭନନ୍ତପୁରମ: ତୁର୍କୀରେ ହୋଇଥିବା ଭୟଙ୍କର ଭୂମିକମ୍ପ ପାଇଁ ୧୦ କୋଟି ସହାୟତା ରାଶି ଘୋଷଣା କଲା ଭାରତର କେରଳ ରାଜ୍ୟ। ଶନିବାର କେରଳ ଅର୍ଥମନ୍ତ୍ରୀ କେଏନ୍‌ ବାଲଗୋପାଳ ଏହି ସୂଚନା ଦେଇଛନ୍ତି।

ବାଲଗୋପାଲ କହିଛନ୍ତି ଯେ ତୁର୍କୀରେ ଲୋକମାନଙ୍କୁ ସହଯୋଗ କରିବାକୁ ଏହି ସହଯୋଗ ରାଶି ଘୋଷଣା କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ମଧ୍ୟ ଏହି ଅର୍ଥରାଶିକୁ ତୁର୍କୀକୁ ଦେବା ପାଇଁ ଅନୁମତି ଦେଇସାରିଛନ୍ତି। ଫେବ୍ରୁଆରୀ ୮ ତାରିଖରେ କେରଳ ବଜେଟ୍‌ରେ ତୁର୍କୀ ପାଇଁ ସହାୟତା ରାଶି ଯୋଗାଇ ଦେବାକୁ ପ୍ରସ୍ତାବ ରହିଥିଲା। ୧୦ କୋଟି ଦେବାକୁ ବଜେଟ୍‌ରେ ବ୍ୟୟ ବରାଦ ହୋଇଥିଲା।

ତୁର୍କୀର ସ୍ଥିତି ନେଇ ଅର୍ଥମନ୍ତ୍ରୀ କହିଛନ୍ତି ଯେ ତୁର୍କୀରେ ହୋଇଥିବା ଭୂମିକମ୍ପର ପରିଣାମ ସାରା ବିଶ୍ୱକୁ ହତବାକ କରିଦେଇଛି। ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଛି। ତେଣୁ ସେଠାକାର ଲୋକଙ୍କୁ ସହଯୋଗ କରିବାକୁ ଏହି ସହାୟତା ରାଶି ବରାଦ ହୋଇଛି।

ତୁର୍କୀ ଓ ସିରିଆରେ ଭୂମିକମ୍ପ ପାଇଁ ସାରା ବିଶ୍ୱରୁ ସହଯୋଗ ମିଳିଛି। ଭାରତ ମଧ୍ୟ ବିପତ୍ତିର ତୁରନ୍ତ ପରେ ତୁର୍କୀକୁ ସମସ୍ତ ସହଯୋଗ ଯୋଗାଇ ଦେଇଥିଲା। ଉଦ୍ଧାରକାରୀ ଟିମ୍ ସହ ଔଷଧ ଓ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେଇଥିଲା। ସେହିପରି ଜାତିସଂଘ ମଧ୍ୟ ତୁର୍କୀ ଓ ସିରିଆକୁ ସହଯୋଗ କରିବାକୁ ସହାୟତା ରାଶି ଘୋଷଣା କରିଥିଲା।

ସୂଚନା ଥାଉକି ଫେବ୍ରୁଆରୀ ୬ ତାରିଖରେ ତୁର୍କୀରେ ଖାରମନମରରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏଥିରେ ହଜାର ହଜାର ବିଲ୍ଡିଂ ଭୂଶୁଡ଼ି ପଡ଼ିଥିବା ବେଳେ ଘର ୫୦ ହଜାର ପାଖପାଖି ଲୋକଙ୍କର ଜୀବନ ଯାଇଥିଲା।

   Related Posts