ଚାଇଲ୍ଡ ପର୍ଣ୍ଣୋଗ୍ରାଫୀ ଅଭିଯୋଗରେ କେରଳ ପୁଲିସର ରାଜ୍ୟବ୍ୟାପୀ ଚଢ଼ାଉ: ୧୨ ଗିରଫ, ୧୪୨ ମାମଲା ରୁଜୁ

Published By : Prameya-News7 Bureau | February 27, 2023 IST

ନୂଆଦିଲ୍ଲୀ: ଚାଇଲ୍ଡ ପର୍ଣ୍ଣୋଗ୍ରାଫୀ (ଶିଶୁ ଅଶ୍ଳୀଳ ଫିଲ୍ମ) ଅଭିଯୋଗରେ କେରଳ ପୁଲିସ ୧୨ ଜଣଙ୍କୁ ଗିରଫ କରିଛି। ରାଜ୍ୟବ୍ୟାପୀ ଲଗାତର ରେଡ୍ କରିବା ସହ ଘଟଣାରେ ୧୪୨ ମାମଲା ରୁଜୁ କରିଛି। ଏହି ଛଢ଼ାଉ ବେଳେ ୨୭୦ ଇଲେକ୍ଟ୍ରୋନିକ୍ ଡିଭାଇସ୍ ଜବତ କରାଯାଇଛି। ବିଭିନ୍ନ ଟେକ୍ କମ୍ପାନୀ ଓ ଚାକିରି କରୁଥିବା ଅନେୟକ ଯୁବକ ଏଥିରେ ଗିରଫ ହୋଇଛନ୍ତି ବୋଲି ପୁଲିସ କହିଛି।

ରାଜ୍ୟରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫୀର ଚେର କେତେବାଟ ଲମ୍ବିଛି ତାହା ଧରିବା ପାଇଁ କେରଳ ପୁଲିସର ଶିଶୁ ଯୌନ ଶୋଷଣର ୧୦ ଜଣିଆ ସ୍ୱତନ୍ତ୍ର ଟିମ୍(ସିସିଏସ୍‌ଇ) ପି-ହଣ୍ଟ୨୩.୧ ନାମରେ ଏକ ଗୁପ୍ତ ଅପରେସନ ଚଳାଇଥିଲା। ରାଜ୍ୟରେ ୮୫୮ଟି ସ୍ଥାନରେ ଏଭଳି କାମ ଚାଲିଥିବା ଚିହ୍ନଟ କରାଯାଇଥିଲା। ଗୁପ୍ତ ଅପରେସନରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି ବୋଲି କେରଳ ପୁଲିସ ସୂଚନା ଦେଇଛି।

ପୁଲିସ ପକ୍ଷରୁ ଜାରି ହୋଇଥିବା ପ୍ରେସ୍‌ ବିଜ୍ଞପ୍ତୀରେ ଆହୁରି କୁହାଯାଇଛି “ ଜିଲ୍ଲା ଏସ୍‌ପିଙ୍କ ତତ୍ୱାବଧାନରେ ରାଜ୍ୟବ୍ୟାପୀ ଚଢ଼ାଉ କରାଯାଇଥିଲା। ରବିବାର ଫେବ୍ରୁଆରୀ ୨୬ ଭୋର୍‌ ସମୟରୁ ଏହି ଚଢ଼ାଉ କରାଯାଇଥିଲା। ଅପରେସନ ସଫଳ ହୋଇଛି। ଏଥିରେ ଟିମ୍ ୨୭୦ ଡିଭାଇସ୍ ୧୪୨ ମାମଲା ରୁଜୁ କରିଛି। ଏଥିରେ ମୋବାଇଲ୍ ଫୋନ୍,  ମଡମ୍ସ, ହାର୍ଡ ଡିକ୍ସ ଏବଂ ମେମୋରୀ କାର୍ଡ, ଲ୍ୟାପଟପ୍ସ, କମ୍ପୁୟଟର ଇତ୍ୟାଦି। ଗ୍ରାଫିକ ଏବଂ ବେଆଇନ ଭଡିଓ ଓ ପିଲାମାନଙ୍କରକ ଗ୍ରାଫିକ୍ସ କାର୍ଡ ମଧ୍ୟ ଜବତ କରାଯାଇଛି।” ଗିରଫମାନଙ୍କ ମଧ୍ୟରେ କେତେଜଣ ଶିଶୁ ତସ୍କରୀ ମାମଲାରେ ସମ୍ପୃକ୍ତ ରହିଥାଇପାରେ ବୋଲି ସନ୍ଦେହ କରାଯାଉଛି। ଏହି ମାମଲାରେ ସମ୍ପୃକ୍ତ ଅନ୍ୟ ଭିଡିଓ ଫଟୋ ଖୁବ୍‌ଶୀଘ୍ର ଜବତ କରାଯିବା ସହ ଅପରାଧୀଙ୍କୁ ଗିରଫ କରାଯିବ ବୋଲି ପୁଲିସ କହିଛି।

ଆଇନ ଅନୁସାରେ, ଶିଶୁ ଅଶ୍ଳୀଳ ଭିଡିଓ ଦେଖିବା ଏହାକୁ ସେୟାର କରିବା ଅପରାଧ। ଏଥିରେ ୫ ବର୍ଷର ଜେଲ୍ ଦଣ୍ଡ ସ ହ ୧୦ ଲକ୍ଷ ପର୍ଯ୍ୟନ୍ତ ଫାଇନ୍ ବ୍ୟବସ୍ଥା ରହିଛି। ଏଭଳି କାମରେ ଲିପ୍ତ ରହୁଥିବା ବ୍ୟକ୍ତଙ୍କ ସମ୍ପର୍କରେ ସୂଚନା ଦେଇ ପୁଲିସକୁ ସହଯୋଗ କରିବାକୁ କେରଳ ପୁଲିସର ସାଇବର ସେଲ୍ ଲୋକମାନଙ୍କୁ ଅନୁରୋଧ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.