କେରଳରେ ବନ୍ୟା ସ୍ଥିତି ସଂଗୀନ ; ୮ଟି ଜିଲ୍ଲାରେ ହାଇ ଆଲର୍ଟ ଜାରି

Published By : Prameya-News7 Bureau | August 11, 2018 IST

କେରଳରେ ବନ୍ୟା ସ୍ଥିତି ସଂଗୀନ ହେବାରେ ଲାଗିଛି । ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଏପର୍ଯ୍ୟନ୍ତ ୨୯ ଜଣଙ୍କ ଜୀବନ ଯାଇଛି । ବନ୍ୟା ଯୋଗୁଁ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ଏବଂ ରାଜ୍ୟର ୮ଟି ଜିଲ୍ଲାରେ ହାଇଅଲର୍ଟ ଜାରି କରାଯାଇଛି । ଅନେକ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି । ପ୍ରଥମ ଥର ପାଇଁ କେରଳର ୨୪ଟି ଡ୍ୟାମର ଗେଟ ଖୋଲାଯାଇଛି । ଫଳରେ ବନ୍ୟା ସ୍ଥିତି ଅଣାୟତ ହୋଇ ଯାଇଛି । ଉଦ୍ଧାରକାର୍ଯ୍ୟ ପାଇଁ ସେନା ଓ ୬ଟି ଏନଡିଆରଏଫ ଟିମ୍ ମୁତୟନ କରାଯାଇଛି । ରାଜ୍ୟରେ ୪୩୯ଟି ରିଲିଫ କ୍ୟାମ୍ପ ଚାଲିଥିବା ବେଳେ ୫୩ ହଜାର ୫୦୨ ଜଣ ଲୋକଙ୍କୁ ଜଳବନ୍ଦୀରୁ ଉଦ୍ଧାର କରାଯାଇ ବନ୍ୟା ଆଶ୍ରୟସ୍ଥଳରେ ରଖାଯାଇଛି । ବନ୍ୟା ଘେରରେ ପର୍ଯ୍ୟଟକ ଫଶି ରହିଥିବା ଜଣାପଡିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନଙ୍କ ସହ ଆଲୋଚନା କରି ସମସ୍ତ ସହାୟତା ଯୋଗାଇ ଦେବାକୁ ଆଶ୍ୱସ୍ତି ଦେଇଛନ୍ତି । କର୍ଣ୍ଣାଟକ ସରକାର ମଧ୍ୟ କେରଳ ପାଇଁ ୧୦ କୋଟି ଟଙ୍କାର ବନ୍ୟା ସହାୟତା ଘୋଷଣା କରିଛନ୍ତି । ୩ଜିଲ୍ଲାରେ ସବୁ ସ୍କୁଲ୍ କଲେଜ୍ ବନ୍ଦ କରି ଦିଆଯାଇଛି । କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ ଆକାଶ ମାର୍ଗରୁ ବନ୍ୟା ପ୍ରଭାବିତ ଇଲାକା ଅନୁଧ୍ୟାନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.