କେନିଆ ଶରଣାର୍ଥୀ କ୍ୟାମ୍ପରେ କଲବଲ LGBT, ବାରମ୍ବାର ଦୁଷ୍କର୍ମରୁ ହେଉଛନ୍ତି ମା'

Published By : Prameya-News7 Bureau | April 29, 2020 IST

ନାଇରୋବି: କେନିଆ ଶରଣାର୍ଥୀ ଶିବିରରେ ଏବେ ୩୦୦ରୁ ଊର୍ଦ୍ଧ୍ୱ ସମଲିଙ୍ଗୀ, ବାଇସେକ୍ସୁଆଲ ଓ ଟ୍ରାନ୍ସଜେଣ୍ଡର(ଏଲଜିବିଟି) ସମୂଦାୟ ଭୟରେ ଦିନ କାଟୁଛନ୍ତି। ଏଠାରେ ଅନ୍ୟ ଶରଣାର୍ଥୀଙ୍କ ଆଡୁ ସେମାନଙ୍କ ପ୍ରତି ଅହରହ ବିପଦ ଥିବାର ଆଶାଙ୍କା ଥିଲେ ହେଁ ସ୍ଥାନୀୟ ପୋଲିସ ଅଥବା ଜାତିସଂଘ  ଶରଣାର୍ଥୀ ଆୟୋଗ (ୟୁଏନଏଚସିଆର) ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବାରେ ବିଫଳ ହୋଇଥିବା ଏଲଜିବିଟି ସମୂଦାୟ ଅଭିଯୋଗ କରିଛନ୍ତି।

{"id":262138,"width":580,"height":382,"sizeSlug":"large"}

ଶରଣାର୍ଥୀ କ୍ୟାମ୍ପରେ ସେମାନଙ୍କ ଘର ଭାଙ୍ଗିଦିଆଯାଉଥିବା, କେବେକେବେ ଲୋକେ ନିଆଁ ଲଗାଇଦେଉଥିବା ସେମାନଙ୍କ ପ୍ରତି ଅତ୍ୟାଚାର କରୁଥିଲେ ହେଁ ଏ ନେଇ ପୋଲିସ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦୂରର କଥା ସେମାନଙ୍କର ରିପୋର୍ଟ ମଧ୍ୟ ହୋଇପାରୁନଥିବା ଏପରି ଲୋକେ ଅଭିଯୋଗ କରୁଛନ୍ତି। କେନିଆରେ ସମଲିଙ୍ଗିକୁ ଏପର୍ଯ୍ୟନ୍ତ ସ୍ୱୀକୃତି ମିଳିନି। ଏଭଳି ମାମଲା ଜଣାପଡିଲେ ଗିରଫଦାରୀ ସହ ୧୪ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡର ପ୍ରାବଧାନ ମଧ୍ୟ ରହିଛି। ଏଥିରେବି ଏଲଜିବିଟି ସମୂଦାୟ ନିଜ ସଂଗ୍ରାମ ନିଜେ ଜାରି ରଖିବାକୁ  ବାଧ୍ୟ ହୋଇଛନ୍ତି।

{"id":262139,"width":577,"height":384,"sizeSlug":"large"}

ଏପରି ଜଣେ ହେଉଛନ୍ତି ଇଭା ନବାଗାଲା। ଇଭା ସମଲିଙ୍ଗୀ ଜଣାପଡିବାରୁ ତାଙ୍କ ପରିବାର ଲୋକେ ତାଙ୍କୁ ଜୀବନରେ ମାରିଦେବାକୁ ଧମକ୍ ଦେଇଥିଲେ। ତେବେ ସେ କୌଶଳକ୍ରମେ ତାଙ୍କ ଶିଶୁପୁତ୍ର ସହ ଶରଣାର୍ଥୀ ଶିବିରକୁ ଖସି ପଳାଇଆସିଥିଲେ ତେବେ ଏଠାରେ ଲୋକେ ତାଙ୍କୁ ମାରପିଟ କରିବା ସହ ତାଙ୍କପ୍ରତି ଦୁଷ୍କର୍ମ ବି କରିଥିଲେ। ଶରଣାର୍ଥୀ ଶିବିରରେ ଇଭାଙ୍କ ପରି ଏଲଜିବିଟି ସମୂଦାୟର ପ୍ରାୟ ୩୦୦ ଜଣ ବସବାସ କରୁଛନ୍ତି। ହେଲେ ସମସ୍ତେ ତାଙ୍କ ଭଳି ଅତ୍ୟାଚାରିତ ବୋଲି ସେ ଅଭିଯୋଗ କରିଛନ୍ତି। ହେଲେ ଏଠାରେ ୟୁଏନଏଚସିଆର ସେମାନଙ୍କୁ କୌଣସି ସୁରକ୍ଷା ଯୋଗାଇ ପାରୁନଥିବା ଏକ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ଟେଲିଫୋନ ସାକ୍ଷାତକାରରେ କହିଛନ୍ତି।

{"id":262140,"sizeSlug":"large"}

ତେବେ କେନିଆ ୟୁଏନଏଚସିଆର ଏଭଳି ହିଂସା, ଆକ୍ରମଣ ଓ ଅନ୍ୟ ଅଭିଯୋଗର ଆମେ ତଦନ୍ତ କରୁଛୁ ବୋଲି କହିଛନ୍ତି। ଏହା ସହ ପୀଡିତଙ୍କ ସହାୟତା ବି କରୁଥିବା କହିଛନ୍ତି। ଯେତେବେଳେ ବି ଏଭଳି କୌଣସି ଅଭିଯୋଗ ମିଳିଛି  ସଙ୍ଗେସଙ୍ଗେ ପୀଡିତଙ୍କ ନିକଟରେ ୟୁଏନଏଚସିଆର ଛିଡା ହୋଇଥିବା ଅଧିକାରୀ କହୁଛନ୍ତି। ସେମାନଙ୍କୁ ସାମାଜିକ, ଅର୍ଥନୈତିକ  ସହଯୋଗ ସମେତ ଡାକ୍ତରୀ ଓ ଆଇନ ସହାୟତା ମଧ୍ୟ ଯୋଗାଇ ଦିଆଯାଉଥିବା କହିଛନ୍ତି।

{"id":262141,"sizeSlug":"large"}

ତେବେ କେନିଆ ଜାତୀୟ ପୋଲିସ ମୁଖପାତ୍ର ଚାର୍ଲସ୍ ଓଇନୋ କୌଣସି ରିଫ୍ୟୁଜି କ୍ୟାମ୍ପରେ ଏଭଳି ଆକ୍ରମଣ ଓ ଅତ୍ୟାଚାରର ଖବର ନଥିବା କହିଛନ୍ତି। ହେଲେ ଇଭା ଏଭଳି କ୍ୟାମ୍ପରେ ଗତ ୨୦୧୮ ମସିହାରୁ ତାଙ୍କର ୨ ବର୍ଷର ପୁଅ ସହ ରହି ଆସୁଛନ୍ତି ଓ ଏଠାରେ ସେମାନଙ୍କ ପ୍ରତି ହେଉଥିବା ଅକଥନୀୟ ଅତ୍ୟାଚାର ସେ ଓ ତାଙ୍କ ଭଳି ଲୋକେମାନେ ସାକ୍ଷୀ। ଏ ନେଇ ସେମାନେ ବାରମ୍ବାର ପୋଲିସକୁ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। ହେଲେ ପ୍ରତି ଥର ଓବିଏସ୍ (ଏକରାନ୍ସ ବୁକ୍ ରିପୋର୍ଟସ) ପୋଲିସ ଚିରିଦେଇଥିବା ଏଠାରେ ରହୁଥିବା ଷ୍ଟିଫେନ ଶିବୁମା କହିଛନ୍ତି। ଏପରି ବ୍ୟାଭିଚାରରୁ ପୋଲିସ ସୁରକ୍ଷା ଦେବ କଣ ଅତ୍ୟାଚାର କରୁଥିବା ଲୋକଙ୍କ ସହ ମିସି ଅଧିକ ନିର୍ଯାତନା ଦେଉଥିବା ସେକହିଛନ୍ତି। ଏଠାରେ ରହୁଥିବା ୱିନି ନବଟେରେଗା ୟୁଗାଣ୍ଡାରୁ ଆସିଛନ୍ତି। ରିଫ୍ୟୁଜି କ୍ୟାମ୍ପରେ ସେ ଗଣ ଦୁଷ୍କର୍ମର ଶିକାର ହୋଇ ଦୁଇଥର ମା ହୋଇଥିବା ବେଳେ ଦୁଷ୍କର୍ମକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳେ ତାଙ୍କ ପିତାଙ୍କୁ ଦୁଷ୍କର୍ମକାରୀଙ୍କ ସହ ବିବାହ କରାଇଦେଇଥିବା ଅଭିଯୋଗ କରିଛନ୍ତି।

{"id":262142,"sizeSlug":"large"}

କରୋନା ସଂକ୍ରମଣ ରୋକିବାକୁ ସାରା ଦେଶରେ ଏବେ କଟକଣା ଜାରି ହୋଇଛି।  ହେଲେ ଏଭଳି ଶିବିରରେ ନିର୍ଯାତନାକୁ ଡରି ଲୋକେ ଲୁଚିକି ଶିବିର ଛାଡି ପଳାୟନକରୁଛନ୍ତି। ଏଥିରେ ଇଭା ମଧ୍ୟ ମୋମ୍ବାସା ଚାଲିଯାଇଥିଲେ।  ହେଲେ ସେଠାରେ ସେ ଦୁଷ୍କର୍ମର ଶିକାର ହୋଇ ପୁଣି ପୁରୁଣା କ୍ୟାମ୍ପକୁ ଚାଲିଆସିଥିବା ବେଳେ ଏଠାରେ ମଧ୍ୟ ତାଙ୍କ ପ୍ରତି ଦୁଷ୍କର୍ମ କରାଯାଉଥିବା ଅଭିଯୋଗ କରିଛନ୍ତି। ରିଫ୍ୟୁଜି କ୍ୟାମ୍ପରେ ରହୁଥିବା ତାଙ୍କ ଭଳି ଲୋକଙ୍କୁ ପାଣିରେ ବିଷ ମିଶାଇ ହତ୍ୟା କରିଦିଆଯିବ ବୋଲି ଅନେକ ସମୟରେ ଧମକ ମିଳୁଥିବା ସେମାନେ ଅଭିଯୋଗ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.