ବିରାଟଙ୍କ ଦିୱାନୀ କ୍ୟାଟ୍ରିନା କୈଫ୍‌, କ୍ରିକେଟରଙ୍କ ପ୍ରଶଂସା କରି କହିଲେ ଏମିତି

Published By : Prameya-News7 Bureau | November 19, 2023 IST

ମୁମ୍ଵାଇ ୧୯।୧୧: ବଲିଉଡ୍‌ର ବାର୍ବି ଡଲ୍‌ କ୍ୟାଟ୍ରିନା କୈଫ୍‌ । ବର୍ତ୍ତମାନ ସେ ଟାଇଗର-୩ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ କ୍ୟାଟ୍ରିନାଙ୍କ ସହ ସଲମାନ ଖାନ ମଧ୍ୟ ନଜର ଆସିଛନ୍ତି। ଦର୍ଶକ ଏହି ଫିଲ୍ମକୁ ବହୁତ ପସନ୍ଦ କରୁଛନ୍ତି । ଆଜି ଲୋକମାନେ ବିଶ୍ୱକପକୁ ନେଇ ଉତ୍ସାହ ଅଛନ୍ତି। ବିଶ୍ୱକପ ଫାଇନାଲ ମଧ୍ୟରେ ଅଭିନେତ୍ରୀ କ୍ୟାଟ୍ରିନା ମଧ୍ୟ କ୍ରିକେଟର ବିରାଟ କୋହଲିଙ୍କ ବିଷୟରେ କିଛି କହିଛନ୍ତି।

ନିକଟରେ କ୍ୟାଟ୍ରିନା ତାଙ୍କ ଇନଷ୍ଟାଗ୍ରାମରେ ଆକ୍ସ ମିର ସେସନ୍‌ କରିଥିଲେ। ଏହି ସମୟରେ ପ୍ରଶଂସକମାନେ ବିରାଟ କୋହଲି, ସଲମାନ ଖାନ, ଟାଇଗର ବିଷୟରେ ଅଭିନେତ୍ରୀଙ୍କୁ ପ୍ରଶ୍ନ ପଚାରିଥିଲେ।  ପ୍ରଶଂସକ ବିରାଟ କୋହଲିଙ୍କ ବିଷୟରେ ତାଙ୍କ ଭାବନା ବାଣ୍ଟିବାକୁ ଅଭିନେତ୍ରୀଙ୍କୁ କହିଥିଲେ।

ଏହା ଉପରେ କ୍ୟାଟ୍ରିନା ବିରାଟ କୋହଲିଙ୍କ ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଥିଲେ - ସୁପରଷ୍ଟାର, ପ୍ରେରଣା ଏବଂ ପ୍ରିୟ ପଡୋଶୀ । କହିବାକୁ ଗଲେ ଅଭିନେତ୍ରୀ କ୍ୟାଟ୍ରିନା ଏବଂ ଭାରତୀୟ କ୍ରିକେଟର ବିରାଟ କୋହଲି ପରସ୍ପରର ପଡ଼ୋଶୀ ଅଟନ୍ତି। ଦୁହେଁ ମୁମ୍ବାଇର ଗୋଟିଏ ବିଲ୍ଡିଂରେ ରୁହନ୍ତି । ଏହି ସମୟରେ ଉଭୟ ଅନୁଷ୍କା ଏବଂ କ୍ୟାଟ୍ରିନା ସର୍ବୋତ୍ତମ ବନ୍ଧୁ ।

wp:embed {"url":"https://www.prameyanews7.com/shruti-haasan-opens-up-on-marriage-planswith-boyfriend-shantanu/","type":"wp-embed","providerNameSlug":"prameya-news-7"}
https://www.prameyanews7.com/shruti-haasan-opens-up-on-marriage-planswith-boyfriend-shantanu/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.