ସୀମା ଟପିଲା ପାକିସ୍ତାନ ତାଲିମପ୍ରାପ୍ତ ଆତଙ୍କବାଦୀଙ୍କ ହିଂସା ଆତଙ୍କ

Published By : Prameya-News7 Bureau | June 16, 2018 IST

ଗୁରୁବାର ଦିନ ଭାରତୀୟ ସେନାବାହିନୀର ରାଇଫଲ୍ ମ୍ୟାନ୍ ଔରଙ୍ଗ୍ ଜେବଙ୍କୁ ଅପହରଣ କରି ଜଘନ୍ୟ ଭାବେ ହତ୍ୟା କରିଛନ୍ତି ଆତଙ୍କବାଦୀ । ଆଉ ଆଜି ସହୀଦ ୱରଙ୍ଗଜେବ୍ ଙ୍କ ଶବ ଶୋଭାଯାତ୍ରାରେ ହଜାର ହଜାର ଲୋକ ସାମିଲ ହେବା ଉପକତ୍ୟକାରେ ଆତଙ୍କୀ ହିଂସା ବିରୋଧରେ ଏକ ବଡ ପ୍ରତିକ୍ରିୟାର ପ୍ରମାଣ ଦେଇଛି । କେବଳ ସେତିକି ନୁହେଁ , ୱୌରଙ୍ଗଜେବ୍ ଙ୍କ ଜଘନ୍ୟ ହତ୍ୟା ପାଇଁ ପାକିସ୍ତାନକୁ ଦାୟୀ କରିଛନ୍ତି ସହୀଦ ଜବାନଙ୍କ ପିତା ହନିଫ୍ । ୩୨ ଘଣ୍ଟା ଭିତରେ ତାଙ୍କ ପୁଅ ହତ୍ୟାର ପ୍ରତିଶୋଧ ଲାଗି ସେ ଭାରତୀୟ ସେନାକୁ ନିବେଦନ ବି କରିଛନ୍ତି । ଜଣେ ପୂର୍ବତନ ସେନା କର୍ମଚାରୀ ହନିଫ୍ କହିଛନ୍ତି , କାଶ୍ମୀର ଏବଂ କାଶ୍ମୀର ଯୁବକଙ୍କ ସ୍ବାର୍ଥ ଲାଗି ପାକିସ୍ତାନ ଉପରେ ପ୍ରତିଶୋଧ ଜରୁରି । ଗୁରାବାର ଆତଙ୍କବାଦୀଙ୍କ ଦ୍ବାରା ଅପହୃତ ୱୌରଙ୍ଗଜେବଙ୍କ ମୃତ ଦେହ ମିଳିବା ପରେ ଆତଙ୍କବାଦୀଙ୍କ ଏକ ଭିଡିଓ ଉପତ୍ୟାକାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଯୁବ ରାଇଫଲ ମ୍ୟାନ୍ ଙ୍କୁ ହତ୍ୟା କରିବା ପୂର୍ବରୁ ୱରଙ୍ଗଜେବ୍ ଙ୍କୁ ବାନ୍ଧି ନିର୍ଯାତନା ଦେଇଥିଲେ ହିଜ୍ ବୁଲ ମୁଜାହିଦ୍ଦିନ ଆତଙଅକବାଦୀ । ପୁଲୱାମା ଜିଲ୍ଲା ଅନ୍ତର୍ଗତ ଗୁସୂ ବଣରେ ତାଙ୍କୁ ଦିଆ ଯାଇଥିବା ନିର୍ଯାତନାର ଦୃଶ୍ୟକୁ ଭିଡିଓ କରି ଛାଡିଛନ୍ତି ।୨୦୧୭ ଅକ୍ଟୋବର ମାସରେ ହିଜବୁଲ ସଦସ୍ୟ ୱାସିମ୍ ଶାହାଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ୱରଙ୍ଗଜେବଙ୍କୁ ଅପହରଣ କରାଯାଇଥିବା ଭିଡିଓରେ ଆତଙ୍କବାଦୀମାନେ କହୁଥିବାର ଶୁଭୁଛି । ଔରଙ୍ଗଜେବ୍ ଙ୍କ ସହ କଥାବାର୍ତ୍ତା କରିବାକୁ ଆତଙ୍କବାଦୀମାନେ ଉର୍ଦ୍ଦୁ ମିଶ୍ରିତ ହିନ୍ଦୀ ଭାଷା କହୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.