ବଲୁଚିସ୍ତାନ ପାଇଁ ଗର୍ବ କଶିଶ୍ ଚୌଧୁରୀ; ହିନ୍ଦୁ ସଂଖ୍ୟାଲଘୁ ସମୁଦାୟର ଝିଅ ହେଲେ ସହାୟକ ଆୟୁକ୍ତ

Published By : Prameya-News7 Bureau | May 13, 2025 IST

ନୂଆଦିଲ୍ଲୀ: ବାଲୁଚିସ୍ତାନରେ ଇତିହାସରେ ରଚିଲେ କୋଶିଶ୍ ଚୌଧୁରୀ । ୨୫ ବର୍ଷୀୟା କଶିଶ୍ ପାକିସ୍ତାନର ଅଶାନ୍ତ ପ୍ରାନ୍ତରେ ସହାୟକ ଆୟୁକ୍ତ ଭାବେ ନିଯୁକ୍ତି ପାଇଛନ୍ତି । ସଂଖ୍ୟା ଲଘୁ ସମୁଦାୟର ସେ ପ୍ରଥମ ମହିଳା ହୋଇଛନ୍ତି, ଯିଏ ଆୟୁକ୍ତ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । 

ସୂଚନା ଅନୁଯାୟୀ, ବଲୁଚିସ୍ତାନର ଚଗାଈ ଜିଲ୍ଲାର ନୋଶକିର ବାସିନ୍ଦା କଶିଶ୍ ଚୌଧୁରୀ ବଲୁଚି ଲୋକସେବା ଆୟୁକ୍ତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେ ସୋମବାର ନିଜ ପିତା ଗିରିଧାରୀ ଲାଲଙ୍କ ସହିତ କ୍ବେଟା ପ୍ରାନ୍ତର ମୁଖ୍ୟମନ୍ତ୍ରୀ ସରଫରାଜ୍ ଗୁଗତୀଙ୍କୁ ଭେଟ କରିଥିଲେ । ସାକ୍ଷାତ ବେଳେ କହିଥିଲେ, ସେ ମହିଳା ଓ ଅଳ୍ପସଂଖ୍ୟକଙ୍କ ସଶକ୍ତିକରଣ ଓ ପ୍ରାନ୍ତର ସମଗ୍ର ବିକାଶ ପାଇଁ କାର୍ଯ୍ୟ କରିବେ । 

ବ୍ୟବସାୟୀ, ଗିରିଧାରୀ ଲାଲ୍ ମିଡିଆକୁ ସୂଚନା ଦେଇ କହିଛନ୍ତି, ଝିଅ ବଲୁଚି ଲୋକସେବା ଆୟୁକ୍ତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ତାଙ୍କ ପାଇଁ ଗର୍ବର କଥା । ଝିଅର ସମର୍ପଣ ଓ ପରିଶ୍ରମ  ପାଇଁ ସେ ଆଜି ସ୍ଥାନରେ ପହଞ୍ଚିପାରିଛି । କଶିଶ୍ ସବୁବେଳେ ପାଠପଢ଼ାରେ ମନ ଦେଉଥିଲେ ଏବଂ ମହିଳାଙ୍କ ପାଇଁ କିଛି କରିବାକୁ ସ୍ବପ୍ନ ଦେଖିଥିଲେ । ଆଜି ତାଙ୍କ ସେ ସ୍ବପ୍ନ ପୂରଣ ହେବାକୁ ଯାଉଛି । ବଲୁଚି ମୁଖ୍ୟମନ୍ତ୍ରୀ ମଧ୍ୟ କଶିଶଙ୍କ ପରିଶ୍ରମ ପାଇଁ ତାଙ୍କୁ ସାବାସୀ ଦେଇଛନ୍ତି ଏବଂ କହିଛନ୍ତି ଜଣେ ସଂଖ୍ୟାଲଘୁ ସମୁଦାୟର ଝିଅ ଏକ ଗୁରୁତ୍ବପୂର୍ଣ୍ଣ ପଦବୀରେ ପହଞ୍ଚିବା ଗର୍ବର କଥା । କଶିଶ୍ ବଲୁଚସ୍ତାନ ପାଇଁ ଗର୍ବ ବୋଲି ମୁଖ୍ୟମନ୍ତ୍ରୀ ସରଫରାଜ୍ ଗୁଗତୀ କହିଛନ୍ତି ।...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.