କଂଗ୍ରେସ ବିଧାୟକ ରାଜା ଭେଙ୍କଟପ୍ପା ନାଏକଙ୍କର ପରଲୋକ

Published By : Prameya-News7 Bureau | February 25, 2024 IST

ବେଙ୍ଗାଲୁରୁ: କର୍ଣ୍ଣାଟକ ଶୋରାପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ରାଜା ଭେଙ୍କଟପ୍ପା ନାଏକଙ୍କର ପରଲୋକ ହୋଇଛି। ଅସୁସ୍ଥତା କାରଣରୁ ରବିବାର ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା।

ଅସୁସ୍ଥତା କାରଣରୁ ସେ ବେଙ୍ଗାଲୁରୁର ମଣିପାଲ୍‌ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିଲା। ଦିନ ୧.୫୦ ମିନିଟ୍‌ରେ ତାଙ୍କର ବିୟୋଗ ହୋଇଥିବା ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି। ତେବେ ତାଙ୍କ ବିୟୋଗ ବିଷୟରେ ଅନ୍ୟ କୌଣସି ସୂଚନା ଦିଆଯାଇ ନାହିଁ। ତାଙ୍କ ପରିବାର ଗୋପନୀୟତା ରକ୍ଷା କରିବାକୁ ଅନୁରୋଧ କରିଛନ୍ତି ବୋଲି ଜଣାପଡ଼ିଛି।    

ସୂଚନା ଥାଉକି ଗତବର୍ଷ ନିର୍ବାଚନ ଶ୍ରୀ ନାଏକ ଶୋରାପୁର ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଗତ ନିର୍ବାଚନରେ କଂଗ୍ରେସ ବିଜେପିକୁ ବହୁମତରେ ହରାଇ ରାଜ୍ୟରେ ସରକାର ଗଠନ କରିଥିଲା। ସିଦ୍ଧରମେୟା କଂଗ୍ରେସର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ।   

ପଢ଼ନ୍ତୁ-BSPକୁ ଝଟକା; ଦଳ ଛାଡ଼ିଲେ ସାଂସଦ ରିତେଶ ପାଣ୍ଡେ, ବିଜେପିରେ ସାମିଲ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.