କର୍ଣ୍ଣାଟକ ନିର୍ବାଚନ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବସବରାଜ ବୋମ୍ମଇ, କହିଲେ ପରାଜୟର ହେବ ସମୀକ୍ଷା

Published By : Prameya-News7 Bureau | May 14, 2023 IST

ନୂଆଦିଲ୍ଲୀ, ୧୪/୦୫: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜୟ ସହ ସତ୍ତାକୁ ଫେରିଛି କଂଗ୍ରେସ। ଦକ୍ଷିଣ ଭାରତରେ ଏହାର ଏକମାତ୍ର ଗଡ଼ ହରାଇଛି ବିଜେପି। ଶନିବାର କଂଗ୍ରେସକୁ ସ୍ପଷ୍ଟ ବହୁମତ ମିଳିଛି। ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇ ବିଜେପିର ପରାଜୟ ପରେ ରାଜ୍ୟପାଳ ଥାବରଚନ୍ଦ ଗେହଲଟଙ୍କୁ ନିଜ ଇସ୍ତଫା ପ୍ରଦାନ କରିଛନ୍ତି।

ରାଜ୍ୟପାଳଙ୍କୁ ସାକ୍ଷାତ କରିବା ପରେ ବୋମ୍ମଇ କହିଛନ୍ତି ରାଜ୍ୟପାଳ ଇସ୍ତଫା ସ୍ବୀକାର କରିଛନ୍ତି। ଆମେ ଲୋକଙ୍କ ନିଷ୍ପତ୍ତିକୁ ସମ୍ମାନର ସହ ସ୍ବୀକାର କରୁଛୁ। ଏହା ସହ, ଦଳରେ ଫଳାଫଳର ବିସ୍ତୃତ ବିଶ୍ଲେଷଣ କରାଯିବ ଏବଂ ଏଥିରେ ସଂଶୋଧନ କରାଯିବ ବୋଲି ମଧ୍ୟ କହିଛନ୍ତି। ଏହା ପୂର୍ବରୁ ବୋମ୍ମଇ କର୍ଣ୍ଣାଟକରେ ପରାଜୟ ପାଇଁ ହାର୍‌ ପାଇଁ ନିଜେ ଦାୟୀ ବୋଲି ମଧ୍ୟ କହିଥିଲେ।

ସୂଚନାଥାଉକି, କଂଗେସ କର୍ଣ୍ଣାଟକ ନିର୍ବାଚନରେ ୧୩୫ ସିଟ୍‌ରେ ବିଜୟ ହାସଲ କରିଛି। ଆଉ ସ୍ପଷ୍ଟ ବହୁମତ ସହ ସରକାର ଗଠନ କରିବାକୁ ଯାଉଛି। ସେହିପରି ବିଜେପିକୁ ୬୬ ସିଟ୍‌ରେ ବିଜୟ ମିଳିଛି। ସେପଟେ ବିଜୟ ପରେ ରବିବାର କଂଗ୍ରେସ ଏହାର ବିଧାୟକ ଦଳ ବୈଠକ ଡକାଇଛି। ଯେଉଁଥିରେ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ନିଷ୍ପତ୍ତି କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.