ସମସ୍ତଙ୍କ ସାମ୍ନାରେ ସୈଫ୍‌ଙ୍କୁ ଲିପ୍‌କିସ୍‌ କଲେ କରୀନା, ଭିଡିଓ ଭାଇରାଲ୍‌

Published By : Prameya-News7 Bureau | December 15, 2022 IST

ମୁମ୍ଵାଇ ୧୫।୧୨: ବି-ଟାଉନର ପାୱାର ଫୁଲ୍‌ ସୁନ୍ଦର କପଲ ସୈଫ-କରୀନା। ସେ ପ୍ରାୟତଃ ପାପାରାଜିଙ୍କ କ୍ୟାମେରାରେ ସ୍ପଟ୍‌ ହୁଅନ୍ତି। ଦୁହେଁ ପରସ୍ପର ଉପରେ ଖୁବ୍‌ ପ୍ରେମ ବର୍ଷ କରିଥାଆନ୍ତି। ହେଲେ ଉଭୟଙ୍କ ପ୍ରେମ କାହାଣୀ ମଧ୍ୟ ଚଳଚ୍ଚିତ୍ର କାହାଣୀଠାରୁ କମ୍ ନୁହେଁ। ସେମାନଙ୍କ ଲୁକ୍‌ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥାଏ। ହେଲେ ନିକଟରେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି । ଯାହାକୁ ନେଇ ହଇଚଇ ସୃଷ୍ଟି ହୋଇଛି।  

wp:html
/wp:html

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଆପଣ ଦେଖିପାରିବେ ଯେ କରୀନା କପୁର ଫୋନରେ ବ୍ୟସ୍ତ ଅଛନ୍ତି ଏବଂ ସୈଫ ତାଙ୍କ କାନ୍ଧରେ ତୈମୁରକୁ ଧରି ଭିତରକୁ ଯାଉଛନ୍ତି। ଏହି ସମୟରେ କରୀନା ହଠାତ୍‌ ସ୍ଵାମୀ ସୈଫଙ୍କୁ ତାଙ୍କ ପାଖକୁ ଡାକିଲେ ଏବଂ ପାପାରାଜି ଆଗରେ ତାଙ୍କୁ କିସ୍‌ କଲେ । ଯାହା ପରେ ସୈଫ୍‌ ଘର ଭିତରକୁ ପଳାଇଥିଲେ। ଏହି ଭିଡିଓରେ ଏବେ ତୀବ୍ର ଭାବେ ଭାଇରାଲ୍‌ ହେଉଛି। କିନ୍ତୁ ଏହାକୁ ଦେଖି କରୀନାଙ୍କ କେତେ ଫ୍ୟାନ୍ସ ପସନ୍ଦ କରୁନଥିବା ବେଳେ। ଆଉ କେତେ ଜଣ ପ୍ରେମ ବର୍ଷା କରୁଛନ୍ତି। ସୋସିଆଲ ମିଡିଆ ୟୁଜର୍ସମାନେ କହିଛନ୍ତି ଯେ କରୀନା ଏହା ଲାଇମ୍‌ ଲାଇଟ୍‌ ହାସଲ କରିବା ପାଇଁ କରୁଛନ୍ତି। , ଯଦି ସେ ଏହା କରିବାକୁ ଚାହାଁନ୍ତି, ତେବେ ସେ ଘର ଭିତରେ କରିଥାନ୍ତେ।

କରୀନାଙ୍କ ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଶେଷଥର ପାଇଁ ଅମୀରଙ୍କ ଫିଲ୍ମ ଲାଲ ସିଂ ଚଢାରେ ନଜର ଆସିଥିଲେ। ଫିଲ୍ମଟି ଦର୍ଶକଙ୍କ ଆଶା ପୂରଣ କରିନଥିଲା । ବର୍ତ୍ତମାନ କରୀନା ସୁଜୟ ଘୋଷଙ୍କ ନିର୍ଦ୍ଦେଶିତ ୱେବ୍‌ ସିରିଜ୍‌ରେ ଓଟିଟି ଡେବ୍ୟୁ କରିବେ ।  ଏହି ୱେବ୍ ସିରିଜ୍ ଜାପାନୀ ଲେଖକ କିଗୋ ହିଗାଶିନୋଙ୍କ ସର୍ବାଧିକ ବିକ୍ରି ହୋଇଥିବା ଉପନ୍ୟାସ 'ଦି ଡିବୋସନ ଅଫ୍ ସସ୍‌ପେକ୍ଟ ଏକ୍ସ' ଉପରେ ଆଧାରିତ। ଏହି ୱେବ୍ ସିରିଜରେ କରୀନାଙ୍କ ସହ ଅଭିନେତା ଜୟଦୀପ ଅହଲୱାତ୍‌ ଏବଂ ବିଜୟ ବର୍ମା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.