Virusଙ୍କ ବିନା ଥ୍ରୀ-ଇଡିଅଟ୍‌ର ସିକ୍ୱେଲ୍‌ ? ଅମିର ଖାନ୍‌ଙ୍କ ଉପରେ ଭଡ୍‌କିଲେ କରିନା, ବୋମନ୍‌ ଇରାନୀ ଏବଂ ଜାଭେଦ୍‌ ଜାଫ୍‌ରୀ

Published By : Prameya-News7 Bureau | March 25, 2023 IST

ମୁମ୍ବାଇ ୨୫।୦୩ : ବଲିଉଡ୍‌ରେ ଏବେ ସିକ୍ୱେଲ୍‌ର କ୍ରେଜ୍‌ ଚାଲିଛି । ଅଧିକାଂଶ ଫିଲ୍ମ ମେକର୍ସ ନିଜ ନିଜର ହିଟ୍‌ ଫିଲ୍ମର ସିକ୍ୱେଲ୍‌ କରିବାକୁ ମନ ବଳାଉଛନ୍ତି। କିଛି ଫିଲ୍ମ ହିଟ୍‌ ହେଉଛି ତ ଆଉ କିଛି ଫ୍ଲପ୍‌ ହେଉଛି । ଏସବୁ ଭିତରେ ୨୦୦୯ର ହିଟ୍‌ ଫିଲ୍ମ ‘3 Idiots’ ପାର୍ଟ-୨କୁ ନିର୍ମାଣକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅମିର ଖାନ୍‌, ସରମନ ଯୋଶୀ, ଆର୍‌, ମାଧବନ ଏହି ହିଟ୍‌ ଫିଲ୍ମର ସିକ୍ୱେଲ୍‌  ନିର୍ମାଣ ନେଇ ଘୋଷଣା କରିଛନ୍ତି ।  ଯାହାକୁ ନେଇ ଖପ୍ପା ହୋଇଛନ୍ତି କରିନା କପୁର (ପ୍ରିୟା), ଜାଭେଦ୍‌ ଜାଫ୍‌ରୀ (ରାଞ୍ଚୋ), ବୋମନ୍‌ ଇରାନୀ (ଭାଇର୍‌ସ ) । ତିନିଜଣ କଳାକାରମାନେ ଭିଡିଓ ଜାରି କରି ନିଜର ଅସନ୍ତୋଷ ଜାହିର କରିଛନ୍ତି ।

{"id":762841,"sizeSlug":"full","linkDestination":"none"}

କରିନା କପୁର ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ କହୁଛନ୍ତି ଯେ, ଅମିର ଖାନ୍‌, ସରମନ ଯୋଶୀ, ଆର୍‌, ମାଧବନ ଏକାଠି ହୋଇ  ଥ୍ରୀ-ଇଡିୟଟସର୍‌ ସିକ୍ୱେଲ୍‌ ନିର୍ମାଣ ପାଇଁ ଯୋଜନା କରୁଛନ୍ତି, ହେଲେ ଆମକୁ କୌଣସି ଖବର ଦେଇନାହାନ୍ତି । ଏହି ଭିଡିଓ ପରେ ମୁଁ (କରିନା) ବୋମନ୍‌ ଇରାନ(ଭାଇରସ)ଙ୍କୁ ଫୋନ୍‌ କରିବି ।

wp:html
/wp:html

ସେହିପରି  ବୋମନ ଇରାନ ଏକ ଭିଡିଓ ଜାରି କରି କହିଛନ୍ତି ଯେ, ଭାଇରସ ( ବୋମନ) ବିନା ଫିଲ୍ମର ସିକ୍ୱେଲ୍‌ କିପରି ନିର୍ମାଣ ହେବ । ଥ୍ରୀ-ଇଡିୟଟଲ୍‌ର ପାର୍ଟ-୨ ନିର୍ମାଣ ଖବର ଶୁଣି ମୋତେ ଦୁଃଖ ଲାଗୁଛି, ଯେ ମୁଁ ଏବେ ବିଷୟରେ କିଛି ଜାଣିନି ।

wp:html
/wp:html

ସେପଟେ ଜାଭେଦ୍‌ ଜାଫ୍‌ରୀ ମଧ୍ୟ ଏକ ଭିଡିଓ ଜାରି କରିଛନ୍ତି । ସେ ଏଥିର କହିଛନ୍ତି ଯେ, ମୋତେ ବହୁତ ଦୁଃଖ ଲାଗୁଛି । ଥ୍ରି-ଇଡିୟଟସ୍‌ର ସିକ୍ୱେଲ୍‌ ନିର୍ମାଣ କରୁଛନ୍ତି ତାହା ପୁଣି ଅସଲି ‘ରାଞ୍ଚୋ’ ବିନା, ସେ ତ (ଅମିର ଖାନ୍‌ ) ଛୋଟେ ଥିଲା । ପ୍ରଥମ ଫିଲ୍ମ ଏକାଠି କରିଥିଲେ , ତେଣୁ ସିକ୍ୱେଲ୍‌ ବି ଏକାଠି କରିବା ବୋଲି ମୁଁ କହିଥିଲି ।

wp:html
/wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.