Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭଡ଼ା ଘରୁ ମିଳିଲା ଝୁଲନ୍ତା ମୃତଦେହ, ଘରୋଇ କମ୍ପାନୀରେ କରୁଥିଲେ କାମ

7/06/2023 at 11:05 AM

କରଞ୍ଜିଆ ୦୭।୦୬ : ଭଡ଼ାଘରେ ଝୁଲୁଛି ଘରୋଇ କମ୍ପାନୀ କର୍ମଚାରୀଙ୍କ ମୃତଦେହ । ଆତ୍ମହତ୍ୟା ସନ୍ଦେହ । ମୟୁରଭଞ୍ଜ ଜିଲ୍ଲା  ଯଶୀପୁର ବଜାର ନିକଟରେ ଘଟିଛି ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି ।

ଖବର ଅନୁଯାୟୀ, ଯଶୀପୁର ବଜାର ନିକଟରେ ଥିବା ଏକ ଭଡ଼ା ଘରେ ରହୁଥିଲା ଜଣେ ଘରୋଇ କମ୍ପାନୀରେ କାମ କରୁଥିବା କର୍ମଚାରୀ । ଉକ୍ତ ଭଡ଼ା ଘରୁ ବୁଧବାର ଦିନ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ତୁରନ୍ତ ଏନେଇ ଯଶୀପୁର ପୋଲିସକୁ ଖବର ଦିଆଯାଇଥିଲା । ଯଶୀପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ତେବେ ଏବେ ଯାଏଁ ମୃତ୍ୟୁ କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ସେହିପରି ଘଟଣାର ଅଧିକ ତଦନ୍ତ ପାଇଁ ବାରିପଦାରୁ ଏକ ସାଇଣ୍ଟିଫିକ୍ ଟିମ୍‌ ଆସୁଥିବା ସୂଚନା ଦେଇଛି ପୋଲିସ ।

You Can Read :

   Related Posts