ନା ପ୍ରମୋସନ…ନା ସୋଲୋ ରିଲିଜ୍‌, ୭ ଦିନରେ କଲା ଜବରଦସ୍ତ କଲେକସନ

Published By : Prameya-News7 Bureau | October 22, 2022 IST

ମୁମ୍ଵାଇ ୨୨।୧୦: ରିଷଭ ଶେଟ୍ଟୀଙ୍କ ଫିଲ୍ମ 'କାନ୍ତାରା' ସମସ୍ତଙ୍କ ମୁହଁରୁ ପ୍ରଶଂସା ପାଉଛି। ଫିଲ୍ମ କ୍ରେଜ୍‌ ସବୁ ଆଡେ ଛାଇଗଲାଣି । କେବଳ ଦେଶ ହିଁ ନୁହେଁ ବିଦେଶରେ ବି ଧମାଲ କରିଛି। ୧୪ ଅକ୍ଟୋବର ହିନ୍ଦୀରେ 'କାନ୍ତାରା' ପ୍ରେକ୍ଷାଳୟକୁ ଆସିଥିଲା। ଏହି ଚଳଚ୍ଚିତ୍ର ସହିତ ରିଲିଜ ହୋଇଥିବା ଆୟୁଷ୍ମାନ ଖୁରାନାଙ୍କ 'ଡାକ୍ତର ଜୀ', 'ବିକ୍ରମ ବେଧା' ଏବଂ 'ପୋନିୟିନ୍ ସେଲଭାନ୍' ମଧ୍ୟ ରିଲିଜ୍‌ ହୋଇଥିଲା। ହେଲେ ଏହି ଛୋଟ ବଜେଟ୍‌ ଫିଲ୍ମ 'କାନ୍ତାରା' ସମସ୍ତଙ୍କୁ ପଛରେ ପକାଇ ଭଲ ରେସପନ୍ସ ପାଇଛି।

ସପ୍ତାହକ ମଧ୍ୟରେ ବି ଫିଲ୍ମର ଡିମାଣ୍ଡ ରହିଛି। ଦୀପାବଳି ଛୁଟିରେ ଏହା ମଧ୍ୟ ବହୁତ ଲାଭ ପାଇବ ବୋଲି ଆଶା କରାଯାଉଛି। ବାଣିଜ୍ୟ ବିଶ୍ଳେଷକ ତରଣ ଆଦର୍ଶ ଟ୍ୱିଟ କରି 'କାନ୍ତାରା'ର ଅଭିନୟ ବିଷୟରେ କହିଛନ୍ତି,' ଫିଲ୍ମଟି ହିନ୍ଦୀରେ ସୋଲୋ ରିଲିଜ୍‌ ସହିତ ପ୍ରମୋସନ ମଧ୍ୟ ହୋଇନଥିଲା ... କିନ୍ତୁ ଏହାର ଟିକେଟ୍ ବିକ୍ରି ବହୁ ମାତ୍ରାରେ ବୃଦ୍ଧି ହୋଇଥିଲା। ସପ୍ତାହ ଗୁଡ଼ିକରେ ମଧ୍ୟ ଚଳଚ୍ଚିତ୍ରର ପ୍ରଦର୍ଶନ ଆଶ୍ଚର୍ଯ୍ୟଜନକ ରହିଛି।

'କାନ୍ତାରା' ହିନ୍ଦୀରେ ଭଲ କଲେକସନ୍‌ କରିଛି । କାହିଁକି ନା ଚଳଚ୍ଚିତ୍ର ଶୁକ୍ରବାର ଦିନ ୧.୨୭ କୋଟି, ଶନିବାର ଦିନ ୨.୭୫କୋଟି, ରବିବାର ଦିନ ୩.୫ କୋଟି, ସୋମବାର ୧.୭୫ କୋଟି, ମଙ୍ଗଳବାର ଦିନ ୧.୮୮କୋଟି, ବୁଧବାର ଦିନ ୧.୯୫ କୋଟି ଏବଂ ଗୁରୁବାର ଦିନ ୧.୯୦ କୋଟି କଲେକସନ୍‌ କରିଛି। ଏହିଭଳି ୭ ଦିନରେ ୧୫କୋଟି ଟଙ୍କା କଲେକସନ୍‌ କଲାଣି। ୱାର୍ଲ୍ଡ ୱାଇଡ୍‌ କଲେକସନ୍‌ରେ ୧୭୦କୋଟି ଅତିକ୍ରମ କରିଵା ସହ ଖୁବ ଶୀଘ୍ର ୨୦୦କୋଟି କ୍ଲବରେ ସାମିଲ୍‌ ହେବ ବୋଲି ଆଶା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.