‘ଭୁଲ ଭୁଲେୟା-୨’ର ସଫଳତାକୁ ଦେଖି ନିଜକୁ ରୋକିପାରିଲେନି କଙ୍ଗନା, ପୋଷ୍ଟ ସେୟାର କରି କହିଲେ ଏମିତି କଥା
21/05/2022 at 9:24 PM

ମୁମ୍ବାଇ ୨୧।୫: ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍ ଏବଂ ଅଭିନେତ୍ରୀଙ୍କ କିଆରା ଅଭିନୀତ ଫିଲ୍ମ ‘ଭୁଲ ଭୁଲେୟା-୨’ ବକ୍ସ ଅଫିସରେ ଜବରଦସ୍ତ ଓପନିଂ କରିଛି । ସେପଟେ ଏକାସଙ୍ଗେ ରିଲିଜ ହୋଇଥିବା କଙ୍ଗନା ରଣାଓ୍ବତଙ୍କ ଫିଲ୍ମ ‘ଧାକଡ’ ବକ୍ସ ଅଫିସରେ ବହୁତ ଖରାପ ଆରମ୍ଭ କରିଛି । ଏବେ କଙ୍ଗନା ‘ଭୁଲ ଭୁଲେୟା-୨’ର ସଫଳତାକୁ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯାହା ଏବେ ଭାଇରାଲ ହେବାରେ ଲାଗିଛି ।
କଙ୍ଗନା ରଣାଓ୍ବତ ‘ଭୁଲ ଭୁଲେୟା-୨’ର ପ୍ରଥମ ଦିନର ଜବରଦସ୍ତ ବକ୍ସ ଅଫିସ କଲେକ୍ସଂକୁ ନେଇ କାର୍ତ୍ତିକ ଆର୍ଯ୍ୟନ୍ ଏବଂ କିଆରା ଆଡଭାନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କଙ୍ଗନା ଇନଷ୍ଟା ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ହିନ୍ଦୀ ବକ୍ସ ଅଫିସରେ ମରୁଡ଼ି ପରିସ୍ଥିତି ଶେଷ କରିବ ପାଇଁ ‘ଭୁଲ ଭୁଲେୟା-୨’କୁ ଅଭିନନ୍ଦନ । କାର୍ତ୍ତିକ ଆର୍ଯ୍ୟନ୍, କିଆରା ଆଡଭାନୀ ଏବଂ ଫିଲ୍ମର ପୁରା ଟିମକୁ ଅଭିନନ୍ଦନ ।
କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ‘ଭୁଲ ଭୁଲେୟା-୨’ ବକ୍ସ ଅଫିସରେ ପ୍ରଥମ ଦିନରେ ୧୪.୧୧ କୋଟି ଟଙ୍କା କଲେକ୍ସନ କରିଛି । ସେପଟେ କଙ୍ଗନା ରଣାୱତଙ୍କ ଫିଲ୍ମ ‘ଧାକଡ’ ପ୍ରଥମ ଦିନରେ ବହୁତ କମ୍ ରୋଜଗାର କରିଛି । ବଲିଉଡ ହଙ୍ଗାମାର ରିପୋର୍ଟ ଅନୁଯାୟୀ, ‘ଧାକଡ’ ପ୍ରଥମ ଦିନରେ ପ୍ରାୟ ୧.୨୫ କୋଟି ଟଙ୍କା କଲେକ୍ସନ କରିଛି ।