ରାସ୍ତା ଖରାପ ହେତୁ ଗାଁକୁ ପହଞ୍ଚିଲାନି ସ୍ୱର୍ଗରଥ ଗାଡ଼ି, ୫ କିମି କାନ୍ଧରେ ବୁହାହେଲା ମୃତଦେହ

Published By : Prameya-News7 Bureau | October 24, 2022 IST

ମୋହନା ୨୪/୧୦: ଗ୍ରାମାଞ୍ଚଳର ଉନ୍ନତୀ ପାଇଁ ସରକାରଙ୍କ କେତେ କଣ ଯୋଜନା । ହେଲେ ସମସ୍ତ ସରକାରୀ ଯୋଜନା କେବଳ ଯୋଜନାରେ ହିଁ ରହିଯାଉଛି । ପଥୁରିଆ ଘାଟି ଅଣ ଓସାରିଆ ରାସ୍ତାରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେତେବେଳେ ଜନନୀ ଯନ୍ତ୍ରଣାରେ ଛଟପଟ ତ ଆଉ କେତେବେଳେ ଗର୍ଭବତୀ ଦୋଳାରେ ବୁହା ହେଉଛନ୍ତି । ଏପରିକି ଅନେକ ସମୟରେ ଚିକିତ୍ସା ନପାଇ ମୃତଦେହକୁ କାନ୍ଧରେ ବୋହି ବୋହି ମାଇଲ ମାଇଲ ଦୁର ଚାଲି ଚାଲି ଯିବାକୁ ପଡୁଛି ।

ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅନ୍ତରବା ପଞ୍ଚାୟତର ଆମ୍ବଗାଁ ରାସ୍ତାରେ । ଆମ୍ବଗାଁ ଗ୍ରାମର ବିରିଜିତା ବୀରଙ୍କ ବିଳମ୍ବିତ ରାତିରେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତ୍ୟୁ ହୋଇଥିଲା । ତାଙ୍କ ମରଶରୀରକୁ ଆମ୍ବୁଲାନ୍ସ ଯୋଗେ ଗାଁରେ ପହଞ୍ଚାଇବାକୁ ଅଣାଯାଇଥିଲା । ହେଲେ ଖରାପ ରାସ୍ତା ଯୋଗୁଁ ଆଗକୁ ଆମ୍ବୁଲାନ୍ସ ଯାଇନପାରିବାରୁ ଫେରିଯାଇଥିଲା । ବାଧ୍ୟହୋଇ ଗ୍ରାମବାସୀ କାନ୍ଧରେ ମୃତଦେହକୁ ବୋହି ନେବା ସହ ସ୍ଥାନେ ସ୍ଥାନେ ଶବକୁ ରଖି ଗାଁରେ ପହଞ୍ଚିଥିଲେ । ରାସ୍ତା ଖଣ୍ଡିଏ ନିର୍ମାଣ ପାଇଁ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବାରୁ ଜନ ଅସନ୍ତୋଷ ପ୍ରକାଶ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.