scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କଳ୍ପତରୁ ଓଝାଙ୍କୁ ବହିଷ୍କାର, ଦଳ ବିରୋଧି କାର୍ଯ୍ୟ ପାଇଁ ଆକ୍ସନ ନେଲେ ବିଜେଡି ସୁପ୍ରିମୋ

28/09/2020 at 1:33 PM

ଭୁବନେଶ୍ୱର, ୨୮|୦୯  :  ବିଜେଡିରୁ ବହିଷ୍କୃତ ହେଲେ କଳ୍ପତରୁ ଓଝା । ଦଳ ବିରୋଧୀ କାର୍ଯ୍ୟ ଯୋଗୁ କଳ୍ପତରଙ୍କୁ ବହିଷ୍କାର କଲେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ତାଙ୍କୁ ନିକଟରେ ଯୁବ ବିଜେଡ଼ିର ସାଧାରଣ ସମ୍ପାଦକ ଭାବେ ଦାୟିତ୍ବ ଦିଆଯାଇଥିଲା ।

ତେବେ ବହିଷ୍କାର ହେବା ପୂର୍ବରୁ କଳ୍ପତରୁ ଇସ୍ତଫା ପ୍ରଦାନ କରିଥିବା ସୂଚନା ମିଳିଥିଲା। ଇସ୍ତଫା ପରେ ତାଙ୍କୁ ବହିଷ୍କାର ନେଇ ପ୍ରତିକ୍ରିୟା ରଖିଛନ୍ତି ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ। ସେ କହିଛନ୍ତି ଯେ, ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କାର କରିବାକୁ ରବିବାର ଠାରୁ ସୁପାରିସ କରାଯାଇଥିଲା। ଏ ବାବଦରେ ପୁର୍ବରୁ ସୁଚନା ପାଇ କଲ୍ପତରୁ ଇସ୍ତଫା ଦେଇଛନ୍ତି। ଏହାକୁ ନେଇ ଦଳ ଉପରେ କିଛି ପ୍ରଭାବ ପଡ଼ିବ ନାହିଁ।ଦଳ ବିରୋଧୀ କାର୍ଯ୍ୟ ଏବଂ ବିଶୄଙ୍ଖଳିତ ଆଚରଣକୁ ଦଳ କେବେ ବରଦାସ୍ତ କରିବ ନାହିଁ।

ସୂଚନାଯୋଗ୍ୟ, କଳ୍ପତରୁ ଓଝା ଅଭିଯୋଗ କରିଥିଲେ ଯେ, ନେତୃତ୍ବ ଓ ଚୟନ ପ୍ରକ୍ରିୟା ସଠିକ ଢଙ୍ଗରେ ହୋଇନାହିଁ ।  ଅନଭିଜ୍ଞ ପିଲାଙ୍କୁ ଦାୟିତ୍ୱ ଦିଆଯାଇଛି । ବିଜେଡିରେ ଯୁବ ଓ ଛାତ୍ର ନେତା ଚୟନକୁ ଅସନ୍ତୋଷ ପ୍ରକାଶ କରିଥିଲେ କଲ୍ପତରୁ ।

   Related Posts