ଆରମ୍ଭ ହୋଇଛି ଯାଜପୁରର ଗଣପର୍ବ କାଳୀ ପୂଜା, ଏଥିପାଇଁ ଚଳଚଞ୍ଚଳ ବିରଜାନଗରୀ

Published By : Prameya-News7 Bureau | November 12, 2023 IST

ଯାଜପୁର୧୨/୧୧: ଆଜିଠାରୁ ଆରମ୍ଭ ହୋଇଛି ଯାଜପୁର ଗଣପର୍ବ କାଳୀ ପୂଜା। ଏଥିପାଇଁ ଚଳଚଞ୍ଚଳ ହୋଇପଡିଛି ପୂରା ଜିଲ୍ଲା। ରଙ୍ଗୀନ ଆଲୋକମାଳା ସହ ସୁଉଚ୍ଚ ତୋରଣରେ ପୂରା ଯାଜପୁର ଓ ବ୍ୟାସନଗର ସହର ସଜେଇ ହୋଇଛି। ଯାଜପୁର ସହରରେ ୪୨ଟି ପୂଜା କମିଟି ପକ୍ଷରୁ ପୂଜା ଅନୁଷ୍ଠିତ ହୋଉଥିବା ବେଳେ ସେଥିରୁ  ୧୮ଟି ସ୍ଥାନରେ ମା’ କାଳୀଙ୍କ ପୂଜା  ହୋଉଥିବା ବେଳେ ୨୪ଟି ସ୍ଥାନରେ  ଲଷ୍ମୀ ନାରାୟଣଙ୍କ ପୂଜା ଗତକାଲି ରାତିରୁ ଅନୁଷ୍ଠିତ ହୋଇଯାଇଛି।

{"id":868844,"sizeSlug":"full","linkDestination":"none"}

ଆଜି  ଦୀପାବଳି ରାତିରେ ମା’ କାଳୀଙ୍କ ପୂଜା ଅନୁଷ୍ଠିତ ହେବ।  ତେବେ ଯାଜପୁରର ଆଦ୍ୟ କାଳୀ ଭାବେ। ୨୦୦ ବର୍ଷର ମା’ ଗରୁଡ କାଳୀ ପୂଜା ପାଇବେ । ଯାହାକି ୧୪୨ କେଜି ଚାନ୍ଦିରେ ଶୋଭା ପାଇବେ। ଏଥିପାଇଁ ପୂଜା କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ  ହୋଇଛି। ଶାନ୍ତିଶୃଙ୍ଖଳା ପାଇଁ ୧୨ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି। ଏହି ପୂଜା ୭ ଦିନ ଧରି ଅନୁଷ୍ଠିତ ହେଲା ବେଳେ ୧୯ ଓ ୨୦ ତାରିଖ ଭାଷାଣୀ ଉତ୍ସବ ଅନୁଷ୍ଠିତ ହେବ।

Also Read- କାଳୀ ପୂଜା ପାଇଁ ଚଳଚଞ୍ଚଳ କଟକ, ପ୍ରମୁଖ ମନ୍ଦିରରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.