କଟକରେ ବିଚାରପତିଙ୍କ ମୃତ୍ୟୁ ଘଟଣା, ଆସିଲା ପୋଷ୍ଟମର୍ଟମ ରିପୋର୍ଟ
7/09/2022 at 11:31 AM

କଟକ ୦୭।୦୯: ବିଚାରପତି ସୁବାସ ବିହାରୀଙ୍କ ମୃତ୍ୟୁ ଘଟଣା। କମିଶନରେଟ ପୋଲିସର ହସ୍ତଗତ ହେଲା ପୋଷ୍ଟମର୍ଟମ ରିପୋର୍ଟ। ଏସସିବିରୁ ମର୍କତନଗର ଥାନାକୁ ଆସିଲା ପୋଷ୍ଟମର୍ଟମ ରିପୋର୍ଟ। ବିଚାରପତି ନିଜେ ଆତ୍ମହତ୍ୟା କରିଥିବା ରିପୋର୍ଟରେ ଉଲ୍ଲେଖ। ରଶିରେ ଝୁଲିବା ପରେ ବିଚାରପତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।
ଖବର ଅନୁଯାୟୀ, ଗତ ୨ ତାରିଖରେ ବିଚାରପତି ସୁବାସ ବିହାରୀ ଆତ୍ମହତ୍ୟା କରିଥିଲେ ।ହେଲେ ହତ୍ୟା ଅଭିଯୋଗ ଆଣି ସୁବାସଙ୍କ ପତ୍ନୀ ଓ ଶଳାଙ୍କ ନାମ ରେ ଅଭିଯୋଗ କରିଥିଲେ ପରିବାର ଲୋକ। ମର୍କତନଗର ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଆଉ ଏବେ ବିଚାରପତିଙ୍କ ପୋଷ୍ଟ ମର୍ଟମ ରିପୋର୍ଟ ପୋଲିସର ହସ୍ତଗତ ହୋଇଛି ।
Related Posts
ଡିଭାଇଡରରେ ପିଟି ହେଲା ବସ୍, ଗାଡ଼ିରେ ଥିଲେ ୨୦ରୁ ଅଧିକ ଯାତ୍ରୀ
30 January 2023