ଅର୍ଜୁନ ରେଡ୍ଡି ଫେମ୍ ଶାଳିନୀ ପାଣ୍ଡେଙ୍କ ସହ ବଲିଉଡ ଡେବ୍ୟୁ କରିବେ ଆମୀର ଖାନଙ୍କ ପୁଅ ଜୁନୈଦ

Published By : Prameya-News7 Bureau | December 10, 2020 IST

ମୁମ୍ବାଇ ୧୦/୧୨: ବଲିଉଡର ପରଫେକ୍ସନିଷ୍ଟ ବୋଲା ଯାଉଥିବା ଆମୀର ଖାନଙ୍କ ପୁଅ ଜୁନୈଦ ମଧ୍ୟ ଅଭିନୟ କରନ୍ତି ଏବଂ ଖୁବ୍ ଶୀଘ୍ର ବଲିଉଡ ଡେବ୍ୟୁ କରି ପାରନ୍ତି। କୁହାଯାଉଛି ଯେ ଜୁନୈଦ ଗତ କିଛି ଦିନରୁ ନିଜ ଆଗାମୀ ଫିଲ୍ମର ପ୍ରସ୍ତୁତି କରୁଛନ୍ତି ଏବଂ ସେ ୟଶରାଜ ଫିଲ୍ମସର ବ୍ୟାନରରେ ହେଉଥିବା ଫିଲ୍ମରୁ ଡେବ୍ୟୁ କରିବେ। ଜୁନୈଦଙ୍କ ଅପୋଜିଟ୍ ହିରୋଇନଙ୍କୁ ମଧ୍ୟ ସାଇନ୍ କରି ଦିଆଯାଇଛି। ଶାଳିନୀ ପାଣ୍ଡେ ବଲିଉଡରେ ରଣବୀର ସିଂହଙ୍କ ଅପୋଜିଟ୍ ଫିଲ୍ମ ‘ଜୟେଶ ଭାଇ ଜୋରଦାର’ରୁ ଡେବ୍ୟୁ କରିବେ। କୁହାଯାଉଛି ଯେ ଶାଳିନୀ ୟଶରାଜ ଫିଲ୍ମ ସହ ୩ଟି ଫିଲ୍ମର କଣ୍ଟ୍ରାକ୍ଟ ସାଇନ୍ କରିଛନ୍ତି ଏବଂ ଜୁନୈଦଙ୍କ ଡେବ୍ୟୁ ଫିଲ୍ମ ତାଙ୍କ ଦ୍ବିତୀୟ ଫିଲ୍ମ ହେବ।

{"id":375418,"sizeSlug":"large","linkDestination":"none"}

ଶୁଣିବାକୁ ମିଳୁଛି ଯେ ଏହି ଫିଲ୍ମରେ ଜୁନୈଦ ଏବଂ ଶାଳିନୀ ଙ୍କ ବ୍ୟତୀତ ଶର୍ବରୀ ବାଘ ମଧ୍ୟ ନଜର ଆସିବେ । ଶର୍ବରୀ ବଣ୍ଟି ଔର ବବଲି ୨ରୁ ଡେବ୍ୟୁ କରିବାକୁ ଯାଉଛନ୍ତି। ଏବେ ସୁଦ୍ଧା ଜୁନୈଦଙ୍କ ଡେବ୍ୟୁ ଫିଲ୍ମର କାଷ୍ଟକୁ ମେକର୍ସ କନଫର୍ମ କରି ନାହାନ୍ତି। କୁହାଯାଉଛି ଯେ ଏହାର ସୁଟିଂ ୨୦୨୧ରୁ ଆରମ୍ଭ ହେବ ଏବଂ ଏହାକୁ ସିଦ୍ଧାର୍ଥ ମାଲହୋତ୍ରା ଡାଇରେକ୍ଟ କରିବେ।

{"id":375419,"sizeSlug":"large","linkDestination":"none"}

ଗତ କିଛି ଦିନରୁ ବଲିଉଡ ଅଭିନେତା ଆମୀର ଖାନଙ୍କ ଝିଅ ଇରା ଖାନଙ୍କ ଫଟୋ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଫଟୋରେ ଇରା ଖାନଙ୍କ ହଟ୍‌ନେସ୍ କୌଣସି ବଲିଉଡ ହିରୋଇନଠୁ କମ୍ ଲାଗୁନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.